ଜନ ସ୍ୱାରଜ ନାଁରେ ରାଜନୈତିକ ଦଳ ଗଢ଼ିବେ ପ୍ରଶାନ୍ତ କିଶୋର: ୨୦୨୫ରେ ଲଢ଼ିବେ ବିଧାନସଭା ଫାଇଟ୍
ପାଟନା: ରାଜନୀତି ମଇଦାନକୁ ଓହ୍ଲାଇବେ ରଣନୀତିକାର ପ୍ରଶାନ୍ତ କିଶୋର। ପୂର୍ବରୁ ସବୁ ଦଳ ପାଇଁ ନିର୍ବାଚନ ଷ୍ଟ୍ରାଟେଜୀ ତିଆରି କରୁଥିଲେ। ହେଲେ ଏବେ ସେ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରି ସାରିଛନ୍ତି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଜନ ସ୍ୱରାଜ କ୍ୟାମ୍ପେନ ଏକ ରାଜନୈତିକ ଦଳ ହେବ ବୋଲି ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି। ତାଙ୍କ ଦଳ ଆସନ୍ତା ବର୍ଷ ହେବାକୁ ବିହାର ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି। ଏନେଇ ରବିବାର ପ୍ରଶାନ୍ତ କିଶୋର ରାଜ୍ୟସ୍ତରୀୟ ଜନ ସ୍ୱରାଜ ଦଳ ୱାର୍କସପ କରିଥିଲେ। ଏଥିରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ନାତୁଣୀ ଭାଗ ନେଇଥିଲେ। ଏନେଇ ପ୍ରଶାନ୍ତ କିଶୋର କହିଛନ୍ତି “ ପୂର୍ବରୁ କହି ସାରିଛି ଯେ ଜନ ସ୍ୱରାଜ ଅକ୍ଟୋବର ୨ ତାରିଖରୁ ଏକ ରାଜନୈତିକ ଦଳରେ ପରିଣତ ହେବ। ଏବଂ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଲଢ଼ିବ। ବାକି କଥା ଯଥା ଦଳୀୟ ନେତା ଆଦି ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ।”କର୍ପୁରୀ ଠାକୁରଙ୍କ ସାନ ପୁଅ ବିରେନ୍ଦ୍ର ନାଥ ଠାକୁରଙ୍କ ଝିଅ ଜାଗ୍ରୁତି ଠାକୁରୁଙ୍କୁ ତାଙ୍କ ଦଳରେ ସ୍ୱାଗତ କରିଛନ୍ତି ପ୍ରଶାନ୍ତ କିଶୋର। କର୍ପୁରୀଙ୍କ ବଡ଼ ପୁଅ ରାମ ନାଥ ଠାକୁର ଜେଡିୟୁ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଅଛନ୍ତି। ଜନ ସ୍ୱାରାଜରେ ଯୋଗ ଦେଇଥିବା ଅନ୍ୟମାନେ ହେଲେ ପୂର୍ବତନ ଆର୍ଜେଡି ଏମଏଲସି ରାମ୍ବାଲି ସିଂହ ଚନ୍ଦ୍ରବଂଶୀ, ଆ
ପାଟନା: ରାଜନୀତି ମଇଦାନକୁ ଓହ୍ଲାଇବେ ରଣନୀତିକାର ପ୍ରଶାନ୍ତ କିଶୋର। ପୂର୍ବରୁ ସବୁ ଦଳ ପାଇଁ ନିର୍ବାଚନ ଷ୍ଟ୍ରାଟେଜୀ ତିଆରି କରୁଥିଲେ। ହେଲେ ଏବେ ସେ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରି ସାରିଛନ୍ତି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଜନ ସ୍ୱରାଜ କ୍ୟାମ୍ପେନ ଏକ ରାଜନୈତିକ ଦଳ ହେବ ବୋଲି ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି। ତାଙ୍କ ଦଳ ଆସନ୍ତା ବର୍ଷ ହେବାକୁ ବିହାର ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି।
ଏନେଇ ରବିବାର ପ୍ରଶାନ୍ତ କିଶୋର ରାଜ୍ୟସ୍ତରୀୟ ଜନ ସ୍ୱରାଜ ଦଳ ୱାର୍କସପ କରିଥିଲେ। ଏଥିରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ନାତୁଣୀ ଭାଗ ନେଇଥିଲେ। ଏନେଇ ପ୍ରଶାନ୍ତ କିଶୋର କହିଛନ୍ତି “ ପୂର୍ବରୁ କହି ସାରିଛି ଯେ ଜନ ସ୍ୱରାଜ ଅକ୍ଟୋବର ୨ ତାରିଖରୁ ଏକ ରାଜନୈତିକ ଦଳରେ ପରିଣତ ହେବ। ଏବଂ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଲଢ଼ିବ। ବାକି କଥା ଯଥା ଦଳୀୟ ନେତା ଆଦି ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ।”
କର୍ପୁରୀ ଠାକୁରଙ୍କ ସାନ ପୁଅ ବିରେନ୍ଦ୍ର ନାଥ ଠାକୁରଙ୍କ ଝିଅ ଜାଗ୍ରୁତି ଠାକୁରୁଙ୍କୁ ତାଙ୍କ ଦଳରେ ସ୍ୱାଗତ କରିଛନ୍ତି ପ୍ରଶାନ୍ତ କିଶୋର। କର୍ପୁରୀଙ୍କ ବଡ଼ ପୁଅ ରାମ ନାଥ ଠାକୁର ଜେଡିୟୁ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଅଛନ୍ତି। ଜନ ସ୍ୱାରାଜରେ ଯୋଗ ଦେଇଥିବା ଅନ୍ୟମାନେ ହେଲେ ପୂର୍ବତନ ଆର୍ଜେଡି ଏମଏଲସି ରାମ୍ବାଲି ସିଂହ ଚନ୍ଦ୍ରବଂଶୀ, ଆନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଥାଉକି ଆନନ୍ଦ ମିଶ୍ର ଜଣେ ଆଇପିଏସ ଅଫିସର। ୨୦୨୪ ଲୋକସଭା ନିର୍ବାଚନରେ ସେ ବିଜେପି ଟିକେଟ ଆଶାରେ ଚାକିରିରୁ ଇସ୍ତଫା ଦେଇଥିଲେ। ହେଲେ ବିଜେପି ଟିକେଟ ନଦେବାରୁ ସେ ବକ୍ସର ଜିଲ୍ଲାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।