ୟୁପି ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାରଙ୍କ ଅଜବ ଦାବି, ଗୁହାଳ ସଫା କଲେ ଓ ଶୋଇଲେ ଭଲ ହେବ କ୍ୟାନସର

ଉତ୍ତରପ୍ରଦେଶ ୧୪/ ୧୦: ଉଉତ୍ତରପ୍ରଦେଶର ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାରଙ୍କ ଅଜବ ଦାବି । ଗୁହାଳ ସଫା କଲେ ଓ ଶୋଇଲେ  ଆମେ କ୍ୟାନସରକୁ ମାତ୍‌ ଦେଇପାରିବା ବୋଲି ସେ ଦାବି ରଖିଛନ୍ତି । ଗାଈମାନେ ରହୁଥିବା ଗୁହାଳ ସଫା କରିବା ଏବଂ ସେଠାରେ ଶୋଇବା ଦ୍ୱାରା କ୍ୟାନସର ଭଲ ହୋଇପାରିବ ବୋଲି ସେ କହିଛନ୍ତି। ନୌଗୱା ପାକାଡିଆରେ କାହ୍ନା ଗୋଶାଳା ଉଦଘାଟନୀ ଅବସରରେ ଏପରି ଦାବି କରିଛନ୍ତି ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର।  କେବଳ ଏତିକି ନୁହେଁ ଗାଈର ପିଠି ଥାପୁଡ଼ାଇବା ଦ୍ୱାରା ଉଚ୍ଚ ରକ୍ତଚାପ ବି କମ୍ ହୋଇପାରେ।  ବୁଲା ଗାଇଗୋରୁଙ୍କ ସୁରକ୍ଷା ପାଇଁ ୫୫ ଲକ୍ଷରେ ନିର୍ମାଣ ହୋଇଛି କାହ୍ନା ଗୋ-ଶାଳା । ଏହି ଗୋଶାଳାର ଉଦଘାଟନ କରି ଗଙ୍ଗୱାର କହିଛନ୍ତି, "ଯଦି ରକ୍ତଚାପ ରୋଗୀ ଅଛନ୍ତି, ସେମାନଙ୍କ ପାଇଁ ଏଠାରେ ଗାଈ ଅଛି। କାରଣ ଯଦି ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଗାଈର ପିଠି ଥାପୁଡ଼ାନ୍ତି, ତେବେ ତାଙ୍କର ରକ୍ତଚାପ କମି ଯିବ । ଏପରି କରିବା ଦ୍ୱାରା 20 ମିଲିଗ୍ରାମ ବିପି ମେଡିସିନ ଖାଉଥିଲେ, ଏହା ୧୦ ମିଲିଗ୍ରାମକୁ ଖସି ଆସିବ। ମାତ୍ର ୧୦ ଦିନ ମଧ୍ୟରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ। କର୍କଟ ଉପଚାର ବାବଦରେ ଆଲୋଚନା କରି ସେ କହିଛନ୍ତି, ଯଦି ଜଣେ କର୍କଟ ରୋଗୀ ଗୁହାଳ ସଫା କରନ୍ତି ଏବଂ ସେଠାରେ ଶୁଅନ୍ତି, ତେବେ କର୍କଟ ମଧ୍ୟ ଭଲ ହୋଇପାରିବ। ଘସି ଜାଳିଲେ ବି ମଶାଙ୍କଠାରୁ ମୁକ୍ତ ପାଇପାରିବେ। ଗାଈଠାରୁ ଉତ

ୟୁପି ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାରଙ୍କ ଅଜବ ଦାବି, ଗୁହାଳ ସଫା କଲେ ଓ ଶୋଇଲେ ଭଲ ହେବ କ୍ୟାନସର

ଉତ୍ତରପ୍ରଦେଶ ୧୪/ ୧୦: ଉଉତ୍ତରପ୍ରଦେଶର ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାରଙ୍କ ଅଜବ ଦାବି । ଗୁହାଳ ସଫା କଲେ ଓ ଶୋଇଲେ  ଆମେ କ୍ୟାନସରକୁ ମାତ୍‌ ଦେଇପାରିବା ବୋଲି ସେ ଦାବି ରଖିଛନ୍ତି । ଗାଈମାନେ ରହୁଥିବା ଗୁହାଳ ସଫା କରିବା ଏବଂ ସେଠାରେ ଶୋଇବା ଦ୍ୱାରା କ୍ୟାନସର ଭଲ ହୋଇପାରିବ ବୋଲି ସେ କହିଛନ୍ତି। 

ନୌଗୱା ପାକାଡିଆରେ କାହ୍ନା ଗୋଶାଳା ଉଦଘାଟନୀ ଅବସରରେ ଏପରି ଦାବି କରିଛନ୍ତି ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର।  କେବଳ ଏତିକି ନୁହେଁ ଗାଈର ପିଠି ଥାପୁଡ଼ାଇବା ଦ୍ୱାରା ଉଚ୍ଚ ରକ୍ତଚାପ ବି କମ୍ ହୋଇପାରେ।  ବୁଲା ଗାଇଗୋରୁଙ୍କ ସୁରକ୍ଷା ପାଇଁ ୫୫ ଲକ୍ଷରେ ନିର୍ମାଣ ହୋଇଛି କାହ୍ନା ଗୋ-ଶାଳା । 

ଏହି ଗୋଶାଳାର ଉଦଘାଟନ କରି ଗଙ୍ଗୱାର କହିଛନ୍ତି, "ଯଦି ରକ୍ତଚାପ ରୋଗୀ ଅଛନ୍ତି, ସେମାନଙ୍କ ପାଇଁ ଏଠାରେ ଗାଈ ଅଛି। କାରଣ ଯଦି ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଗାଈର ପିଠି ଥାପୁଡ଼ାନ୍ତି, ତେବେ ତାଙ୍କର ରକ୍ତଚାପ କମି ଯିବ । ଏପରି କରିବା ଦ୍ୱାରା 20 ମିଲିଗ୍ରାମ ବିପି ମେଡିସିନ ଖାଉଥିଲେ, ଏହା ୧୦ ମିଲିଗ୍ରାମକୁ ଖସି ଆସିବ। ମାତ୍ର ୧୦ ଦିନ ମଧ୍ୟରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ। 

କର୍କଟ ଉପଚାର ବାବଦରେ ଆଲୋଚନା କରି ସେ କହିଛନ୍ତି, ଯଦି ଜଣେ କର୍କଟ ରୋଗୀ ଗୁହାଳ ସଫା କରନ୍ତି ଏବଂ ସେଠାରେ ଶୁଅନ୍ତି, ତେବେ କର୍କଟ ମଧ୍ୟ ଭଲ ହୋଇପାରିବ। ଘସି ଜାଳିଲେ ବି ମଶାଙ୍କଠାରୁ ମୁକ୍ତ ପାଇପାରିବେ। ଗାଈଠାରୁ ଉତ୍ପାଦନ ହେଉଥିବା ସମସ୍ତ ଜିନିଷ କୌଣସି ନା କାମରେ ଲାଗିଥାଏ ।

ବୁଲାଗାଈଙ୍କ ସମସ୍ୟା କଥା ଉଠାଇ ମନ୍ତ୍ରୀ ସଞ୍ଜୟ ସିଂହ କହିଛନ୍ତି, ଆମେ ଗୋମାତାର ସେବା କରୁନାହାନ୍ତି, ଏଥିପାଇଁ ଆମ ଉପରେ କୌଣସି ନା କୌଣସି ପ୍ରକାରେ କ୍ଷତି ପହଞ୍ଚୁଛି। ଏଥିସହ ମୁସଲିମମାନଙ୍କୁ ଗାଈକ୍ଷୀରରେ ସୁସ୍ୱାଦୁ ଖାଦ୍ୟ ସହ ଇଦ୍ ମନାଇବାକୁ ସେ ଅପିଲ୍ କରିଛନ୍ତି।