ହ୍ୟାଟ୍ରିକ ଜିତିଥିବା ନେତାଙ୍କ ଉପରେ ଭାରି ପଡ଼ିଲେ ରାମାୟଣର ରାମ, ଏହି ଆସନରୁ ପ୍ରାର୍ଥୀ କଲା ବିଜେପି
ମେରଠ: ଶେଷରେ ବିଜେପି ମେରଠର ତିନି ଥର ସାଂସଦ ରହିଥିବା ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କ ଟିକେଟ୍ କାଟି ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ଧାରାବାହିକ ରାମାୟଣର ରାମ ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଗତ ତିନି ସପ୍ତାହ ଧରି ଏହି ଆସନରୁ ଗୋଭିଲଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ସ୍ଥାନୀୟ ନେତାମାନେ ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କ ସମର୍ଥନରେ ଚାପ ପକାଇ ଆସୁଥିଲେ। କିନ୍ତୁ ଅରୁଣ ଗୋଭିଲଙ୍କୁ ଦଳ ପ୍ରାର୍ଥୀ କରିଛି। ପ୍ରଶ୍ନ ଉଠୁଛି ହ୍ୟାଟ୍ରିକ ନିର୍ବାଚନ ଜିତିଥିବା ରାଜେନ୍ଦ୍ରଙ୍କ ବଦଳରେ ଗୋଭିଲଙ୍କୁ ବିଜେପି କାହିଁକି ପ୍ରାର୍ଥୀ କଲା। ତଥାପି ଏଠାରେ ବିଜେପି ଜାତିଗତ ଭୋଟ୍ ବ୍ୟାଙ୍କକୁ ପୁରା ଧ୍ୟାନରେ ରଖିଛି। ଅରୁଣ ଗୋଭିଲ ମଧ୍ୟ ଅଗ୍ରଓ୍ଵାଲ ଅଟନ୍ତି।Also read: ସମ୍ୱଲପରୁରୁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ଅପରାଜିତା; ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପିଟିଭି ସିରିୟଲ ରାମାୟଣର ରାମ ଅରୁଣ ଗୋଭିଲଙ୍କ ମେରଠ ସହ ଗଭୀର ସଂପର୍କ ରହିଛି। ୧୯୫୨ ଜାନୁଆରୀ ୧୨ରେ ମେରଠରେ ଅରୁଣ ଗୋଭିଲ ଅଗ୍ରଓ୍ଵାଲ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚନ୍ଦ୍ରପ୍ରକାଶ ଗୋଭିଲ। ତାଙ୍କ ପିତା ନଗର ନିଗମର ଜଳ ସେଚନ ବିଭାଗର ଇଞ୍ଜିନିୟର ଥିଲେ। ଅରୁଣଙ୍କ ମାଆଙ୍କ ନାଁ ଶାରଦା ଦେବୀ ଏବଂ ସେ ଗୃହିଣୀ ଥିଲେ। ଅରୁଣ ଗୋଭିଲଙ୍କ ୫ ଭାଇ ଓ ୨ ଭଉଣୀ
ମେରଠ: ଶେଷରେ ବିଜେପି ମେରଠର ତିନି ଥର ସାଂସଦ ରହିଥିବା ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କ ଟିକେଟ୍ କାଟି ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ଧାରାବାହିକ ରାମାୟଣର ରାମ ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଗତ ତିନି ସପ୍ତାହ ଧରି ଏହି ଆସନରୁ ଗୋଭିଲଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ସ୍ଥାନୀୟ ନେତାମାନେ ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କ ସମର୍ଥନରେ ଚାପ ପକାଇ ଆସୁଥିଲେ। କିନ୍ତୁ ଅରୁଣ ଗୋଭିଲଙ୍କୁ ଦଳ ପ୍ରାର୍ଥୀ କରିଛି। ପ୍ରଶ୍ନ ଉଠୁଛି ହ୍ୟାଟ୍ରିକ ନିର୍ବାଚନ ଜିତିଥିବା ରାଜେନ୍ଦ୍ରଙ୍କ ବଦଳରେ ଗୋଭିଲଙ୍କୁ ବିଜେପି କାହିଁକି ପ୍ରାର୍ଥୀ କଲା। ତଥାପି ଏଠାରେ ବିଜେପି ଜାତିଗତ ଭୋଟ୍ ବ୍ୟାଙ୍କକୁ ପୁରା ଧ୍ୟାନରେ ରଖିଛି। ଅରୁଣ ଗୋଭିଲ ମଧ୍ୟ ଅଗ୍ରଓ୍ଵାଲ ଅଟନ୍ତି।
ଟିଭି ସିରିୟଲ ରାମାୟଣର ରାମ ଅରୁଣ ଗୋଭିଲଙ୍କ ମେରଠ ସହ ଗଭୀର ସଂପର୍କ ରହିଛି। ୧୯୫୨ ଜାନୁଆରୀ ୧୨ରେ ମେରଠରେ ଅରୁଣ ଗୋଭିଲ ଅଗ୍ରଓ୍ଵାଲ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚନ୍ଦ୍ରପ୍ରକାଶ ଗୋଭିଲ। ତାଙ୍କ ପିତା ନଗର ନିଗମର ଜଳ ସେଚନ ବିଭାଗର ଇଞ୍ଜିନିୟର ଥିଲେ। ଅରୁଣଙ୍କ ମାଆଙ୍କ ନାଁ ଶାରଦା ଦେବୀ ଏବଂ ସେ ଗୃହିଣୀ ଥିଲେ।
ଅରୁଣ ଗୋଭିଲଙ୍କ ୫ ଭାଇ ଓ ୨ ଭଉଣୀ। ଅରୁଣଙ୍କ ପୂରା ପାଠପଢା ମେରଠ କଲେଜ ଓ ଚୌଧୁରୀ ସିଂ ବିଶ୍ଵ ବିଦ୍ୟାଳୟରେ ହୋଇଥିଲା। ଏହା ପରେ କ୍ୟାରିୟର ଗଠନ ପାଇଁ ସେ ମୁମ୍ବାଇ ଚାଲି ଆସିଥିଲେ। ମୁମ୍ବାଇରେ ସେ ଦୀର୍ଘ ସମୟ ବଡ଼ ଭାଇ ବିଜୟ ଗୋଭିଲଙ୍କ ସହ ରହିଥିଲେ। ତାଙ୍କ ପାଖରେ କ୍ୟାରିୟର ପାଇଁ ଯଥେଷ୍ଟ ସମୟ ମଧ୍ୟ ଥିଲା। ଅରୁଣ ପାଖରେ ସେହି ସମୟରେ ଥିଲା ଦୁଇଟି ରାସ୍ତା। ଗୋଟିଏ ଭାଇଙ୍କ ବ୍ୟବସାୟକୁ ଆଗକୁ ବଢାଇବା କିମ୍ବା ଭାଉଜ ତବସ୍ତୁମଙ୍କ ପରି କଳା କ୍ଷେତ୍ରରେ ପାଦ ଦେବା। ନିଷ୍ପତ୍ତି ବହୁତ କଠିନ ଥିଲେ ହେଁ ଗୋଭିଲ କଳା କ୍ଷେତ୍ରକୁ ବାଛିଥିଲେ।
ଅନ୍ୟପଟେ ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କ ବଳରେ ବିଜେପି ୨୦୦୯ରେ ମେରଠ ସିଟକୁ ବସପା ଠାରୁ ଛଡ଼ାଇ ଆଣିବାରେ ସଫଳ ହୋଇଥିଲା। ରାଜେନ୍ଦ୍ର ବିଏସପି ପ୍ରାର୍ଥୀ ଶାହିଦ ଅଖଲାକଙ୍କୁ ପରାସ୍ତ କରି ଧମାକାଦାର ବିଜୟ ହାସଲ କରିଥିଲେ। ୨୦୧୪ରେ ପୁଣି ଥରେ ବିଜେପି ତାଙ୍କ ଉପରେ ଭରସା କରି ପ୍ରାର୍ଥୀ କରିଥିଲା। ଆଉ ଦ୍ଵିତୀୟ ଥର ମଧ୍ୟ ସେ ବିଜୟ ହାସଲ କରିଥିଲେ। ୨୦୧୯ରେ ପୁଣି ଥରେ ଉକ୍ତ ଆସନରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ରାଜେନ୍ଦ୍ର ଅଗ୍ରଓ୍ଵାଲ। କିନ୍ତୁ ୨୦୧୯ରେ କଡ଼ା ସଂଘର୍ଷରେ ୫ ହଜାର ଭୋଟରେ ଜିତିବାରେ ସଫଳ ହୋଇଥିଲେ ରାଜେନ୍ଦ୍ର। ଆଉ ୨୦୨୪ରେ ତାଙ୍କ ସ୍ଥାନରେ ଅରୁଣ ଗୋଭିଲଙ୍କୁ ବିଜେପି ପ୍ରାର୍ଥୀ କରିଛି।