ୟୁପିରେ ପେପର୍‌ ଲିକ୍‌ ମାମଲା, ବୋର୍ଡ ଅଧ୍ୟକ୍ଷା ପଦରୁ ବହିଷ୍କୃତ

ଉତ୍ତରପ୍ରଦେଶ ପୁଲିସ୍‌ ଭର୍ତ୍ତି ପରୀକ୍ଷାରେ ହୋଇଥିବା ପେପର ଲିକ୍‌ ମାମଲାରେ କଡ଼ା ପଦକ୍ଷେଦ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ବୋର୍ଡ ଅଧ୍ୟକ୍ଷା ରେଣୁକା ମିଶ୍ରାଙ୍କୁ ପଦରୁ ହଟାଇ ଦିଆଯାଇଛି।

ୟୁପିରେ ପେପର୍‌ ଲିକ୍‌ ମାମଲା, ବୋର୍ଡ ଅଧ୍ୟକ୍ଷା ପଦରୁ ବହିଷ୍କୃତ

ଉତ୍ତରପ୍ରଦେଶ ପୁଲିସ୍‌ ଭର୍ତ୍ତି ପରୀକ୍ଷାରେ ହୋଇଥିବା ପେପର ଲିକ୍‌ ମାମଲାରେ କଡ଼ା ପଦକ୍ଷେଦ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ବୋର୍ଡ ଅଧ୍ୟକ୍ଷା ରେଣୁକା ମିଶ୍ରାଙ୍କୁ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ରାଜୀବ କୃଷ୍ଣାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଉତ୍ତରପ୍ରଦେଶରେ ୬୦ ହଜାରରୁ ଅଧିକ କନଷ୍ଟେବଳ ପଦ ନିମନ୍ତେ ୪୮ ଲକ୍ଷ ଆଶାୟୀ ଆବେଦନ କରିଥିଲେ। ମାତ୍ର ପ୍ରଶ୍ନପତ୍ର ଲିକ୍‌ ହେବାକୁ ଏହି ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏହି ମାମଲାରେ ବିତାଡ଼ିତ ହୋଇଥିବା ରେଣୁକାଙ୍କୁ ଅନ୍ୟତ୍ର ପୋଷ୍ଟିଂ କରାଯାଇନି।

ଏହି ମାମଲାରେ ଏଯାବତ ବହୁ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି। ସେମାନଙ୍କ ନିକଟରୁ ବହୁ ମାର୍କସିଟ୍‌, ଆଡମିଟ କାର୍ଡ, ବ୍ଲାଙ୍କ ଚେକ୍‌, ମୋବାଇଲ ଫୋନ୍‌ ଓ ଲାପଟପ୍‌ ଜବତ ହୋଇଛି।

ଏହି ମାମଲାରେ ପୁଲିସ୍‌ ପୂର୍ବରୁ ନିରଜ ଯାଦବ ନାମକ ଯୁବକଙ୍କୁ ଗିରଫ କରି ସାରିଛି । ମଥୁରାର ଜଣେ ଯୁବକ ତାଙ୍କ ନିକଟକୁ ଉତ୍ତର ପଠାଇଥିବା ଜଣାପଡ଼ିଥିଲା। STF ଏହି ମାମଲାର ତଦନ୍ତ କରୁଛି।

ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି, ପରିକ୍ଷାର୍ଥୀଙ୍କ ଜୀବନ ସହ ଖେଳକୁ କେବେ କି ବରଦାସ୍ତ କରାଯିବନି। ଆସନ୍ତା ୬ ମାସ ମଧ୍ୟରେ ପୁଣି ଥରେ କନଷ୍ଟେବଳ ପରୀକ୍ଷା କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯୁବ ବର୍ଗଙ୍କ ସହ ଅନ୍ୟାୟ ହେଲେ ତଥା ସେମାନଙ୍କ ଭବିଷ୍ୟତ ସହ ଖେଳିଲେ ଏହା ରାଷ୍ଟ୍ରୀୟ ପାପ ସହ ସମାନ । ତେଣୁ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।