ୟୁରୋ କପ୍ ଫୁଟବଲ୍; ଫ୍ରାନ୍ସ-ନେଦରଲାଣ୍ଡ୍ସ ଗୋଲ୍ ଶୂନ୍ୟ, ୟୁକ୍ରେନ୍ ଓ ଅଷ୍ଟ୍ରୀୟା ବିଜୟୀ
ନୂଆଦିଲ୍ଲୀ: ୟୁରୋ କପ୍ ଫୁଟବଲ୍ । ମ୍ୟାଚ୍ ସଂଖ୍ୟା ବଢ଼ିବା ସହିତ ରୋମାଞ୍ଚ ମଧ୍ୟ ବଢ଼ୁଛି । ଫ୍ରାନ୍ସ ଓ ନେଦରଲାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ଗ୍ରୁପ୍-ଡି’ ମୁକାବିଲା ଗୋଲ୍ ଶୂନ୍ୟ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅନେକ ସୁଯୋଗ ସୃଷ୍ଟି ହୋଇଥିଲା । ମାତ୍ର ଗୋଟିଏ ହେଲେ ଗୋଲ ସମ୍ଭବ ହୋଇ ନଥିଲା । କେବଳ ନେଦରଲାଣ୍ଡ୍ସର ଜାଭି ସିମନ୍ସଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଗୋଲ ପୋଷ୍ଟରେ ବଲ୍ ପହଞ୍ଚାଇପାରି ନଥିଲେ । ସିମନ୍ସଙ୍କ ଗୋଲ୍ ମଧ୍ୟ ନାକଚ ହୋଇ ଯାଇଥିଲା । ୭୧ତମ ମିନିଟ୍ରେ ନେଦରଲାଣ୍ଡ୍ସ ଏକ ଗୋଲ୍ କରିଥିଲା । ମାତ୍ର ଭାର୍ ଜରିଆରେ ଏହି ଗୋଲ୍ ନାକଚ ହୋଇଯାଇଥିଲା । ଜାଭି ସିମନ୍ସ ଗୋଲ୍ କରିବା ବେଳକୁ ଡେଞ୍ଜେଲ ଡମ୍ଫ୍ରିସ୍ ଅଫ୍ସାଇଡ୍ ଲାଇନ୍ ଅତିକ୍ରମ କରିସାରିଥିଲେ । ନେଦରଲାଣ୍ଡ୍ସକୁ ନିରାଶ ହେବାକୁ ପଡ଼ିଥିଲା । ସମ୍ପୂର୍ଣ୍ଣ ମ୍ୟାଚ୍ରେ ଫ୍ରାନ୍ସର ଦବ୍ଦବା ରହିଥିଲା । ମାତ୍ର ନେଦରଲାଣ୍ଡ୍ସର ରକ୍ଷଣ ଭାଗ ଭେଦ କରିବା କଷ୍ଟକର ହୋଇଯାଇଥିଲା । ଫ୍ରାନ୍ସ ମୋଟ୍ ୧୫ଟି ସୁଯୋଗ ସୃଷ୍ଟି କରିଥିଲା । ମ୍ୟାଚ୍ ଡ୍ର’ ରହିବା ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ଉଭୟ ୪ ପଏଣ୍ଟ୍ ଲେଖାଏଁ ଅର୍ଜନ କରିଛନ୍ତି । ସେପଟେ ପ୍ରଥମ ମ୍ୟାଚ୍ରେ ବେଲଜିୟମ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିବା ସ୍ଲୋଭାକିଆ ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି । ଗ୍ରୁପ୍-ଇ’ର ଏକ ମ୍ୟାଚ୍ରେ ସ୍ଲୋ
ନୂଆଦିଲ୍ଲୀ: ୟୁରୋ କପ୍ ଫୁଟବଲ୍ । ମ୍ୟାଚ୍ ସଂଖ୍ୟା ବଢ଼ିବା ସହିତ ରୋମାଞ୍ଚ ମଧ୍ୟ ବଢ଼ୁଛି । ଫ୍ରାନ୍ସ ଓ ନେଦରଲାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ଗ୍ରୁପ୍-ଡି’ ମୁକାବିଲା ଗୋଲ୍ ଶୂନ୍ୟ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅନେକ ସୁଯୋଗ ସୃଷ୍ଟି ହୋଇଥିଲା । ମାତ୍ର ଗୋଟିଏ ହେଲେ ଗୋଲ ସମ୍ଭବ ହୋଇ ନଥିଲା । କେବଳ ନେଦରଲାଣ୍ଡ୍ସର ଜାଭି ସିମନ୍ସଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଗୋଲ ପୋଷ୍ଟରେ ବଲ୍ ପହଞ୍ଚାଇପାରି ନଥିଲେ । ସିମନ୍ସଙ୍କ ଗୋଲ୍ ମଧ୍ୟ ନାକଚ ହୋଇ ଯାଇଥିଲା । ୭୧ତମ ମିନିଟ୍ରେ ନେଦରଲାଣ୍ଡ୍ସ ଏକ ଗୋଲ୍ କରିଥିଲା । ମାତ୍ର ଭାର୍ ଜରିଆରେ ଏହି ଗୋଲ୍ ନାକଚ ହୋଇଯାଇଥିଲା । ଜାଭି ସିମନ୍ସ ଗୋଲ୍ କରିବା ବେଳକୁ ଡେଞ୍ଜେଲ ଡମ୍ଫ୍ରିସ୍ ଅଫ୍ସାଇଡ୍ ଲାଇନ୍ ଅତିକ୍ରମ କରିସାରିଥିଲେ । ନେଦରଲାଣ୍ଡ୍ସକୁ ନିରାଶ ହେବାକୁ ପଡ଼ିଥିଲା । ସମ୍ପୂର୍ଣ୍ଣ ମ୍ୟାଚ୍ରେ ଫ୍ରାନ୍ସର ଦବ୍ଦବା ରହିଥିଲା । ମାତ୍ର ନେଦରଲାଣ୍ଡ୍ସର ରକ୍ଷଣ ଭାଗ ଭେଦ କରିବା କଷ୍ଟକର ହୋଇଯାଇଥିଲା । ଫ୍ରାନ୍ସ ମୋଟ୍ ୧୫ଟି ସୁଯୋଗ ସୃଷ୍ଟି କରିଥିଲା । ମ୍ୟାଚ୍ ଡ୍ର’ ରହିବା ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ଉଭୟ ୪ ପଏଣ୍ଟ୍ ଲେଖାଏଁ ଅର୍ଜନ କରିଛନ୍ତି ।
ସେପଟେ ପ୍ରଥମ ମ୍ୟାଚ୍ରେ ବେଲଜିୟମ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିବା ସ୍ଲୋଭାକିଆ ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି । ଗ୍ରୁପ୍-ଇ’ର ଏକ ମ୍ୟାଚ୍ରେ ସ୍ଲୋଭାକିଆ ୧-୨ ଗୋଲ୍ରେ ୟୁକ୍ରେନ ଠାରୁ ପରାଜିତ ହୋଇଛି । ମ୍ୟାଚ୍ ଆରମ୍ଭରୁ ସ୍ଲୋଭାକିଆ ଉନ୍ନତ ଖେଳ ପ୍ରଦର୍ଶନ କରି ଅଗ୍ରଣୀ ହାସଲ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ୟୁକ୍ରେନ ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ସହ ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚ୍ରେ ରୋମାନିଆଠାରୁ ୦-୩ ଗୋଲରେ ପରାଜିତ ହୋଇଥିବା ୟୁକ୍ରେନ୍ ଏହି ମ୍ୟାଚରେ ହାରିଥିଲେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥାନ୍ତା । ମାତ୍ର ୟୁକ୍ରେନ୍ ସଠିକ୍ ସମୟରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ରାଉଣ୍ଡ-୧୬ ଆଶା ଉଜ୍ଜୀବିତ ରଖିଥିଲା । ମ୍ୟାଚ୍ର ୧୭ତମ ମିନିଟ୍ରେ ସ୍ଲୋଭାକିଆ ପକ୍ଷରୁ ଇଭାନ ସ୍କ୍ରାଞ୍ଜ ଗୋଲ୍ ଖାତା ଖୋଲିଥିଲେ ୫୪ତମ ମିନିଟ୍ରେ ଓଲେକଜାଣ୍ଡର ଜିନଚେଙ୍କୋଙ୍କ ଏକ ପାସ୍କୁ ମିକୋଲା ସାପାରେଙ୍କୋ ଗୋଲ୍ରେ ପରିଣତ କରିଥିଲେ । ୧-୧ରେ ସ୍ଥିତି ବରାବର ହୋଇଥିଲା ।
ଅନ୍ୟପଟେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ପୋଲାଣ୍ଡ ଚଳିତ ୟୁରୋ ଚାମ୍ପିଅନ୍ସିପ୍ର ରାଉଣ୍ଡ-୧୬ ଦୌଡ଼ରୁ ବାଦ ପଡ଼ିଛି । କେବଳ ୨୫ତାରିଖ ଦିନ ଅନ୍ତିମ ଲିଗ୍ ମ୍ୟାଚ୍ରେ ଫ୍ରାନ୍ସକୁ ଭେଟି ପୋଲାଣ୍ଡ ଦଳ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ହୋଇଛି । ଗ୍ରୁପ୍-ଡି’ର ଏକ ମ୍ୟାଚ୍ରେ ପୋଲାଣ୍ଡ ୧-୩ ଗୋଲ୍ରେ ଅଷ୍ଟ୍ରୀୟା ଠାରୁ ପରାଜିତ ହୋଇଥିଲା । ମ୍ୟାଚ୍ର ନବମ ମିନିଟ୍ରେ ଅଷ୍ଟ୍ରୀୟା ପକ୍ଷରୁ ଗେର୍ନଟ୍ ଟ୍ରୌନର ପ୍ରଥମ ଗୋଲ୍ କରିଥିଲେ । ୩୦ତମ ମିନିଟ୍ରେ ପୋଲାଣ୍ଡ ଗୋଲ୍ ପରିଶୋଧ କରିଦେଇଥିଲା । ଦଳ ପକ୍ଷରୁ କ୍ରିଜିଜୋଫ ପ୍ଲାଟେକ ଏହି ଗୋଲ୍ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଅଷ୍ଟ୍ରୀୟା ପୂର୍ଣ୍ଣ ଆଧିପତ୍ୟ ଜାହିର କରିଥିଲା । ୬୬ତମ ମିନିଟ୍ରେ ଖ୍ରୀଷ୍ଟୋଫ ବମଗାର୍ଟନର ଦ୍ୱିତୀୟ ଗୋଲ୍ କରିଥିଲେ । ୭୮ତମ ମିନିଟ୍ରେ ଅଷ୍ଟ୍ରୀୟାକୁ ଏକ ପେନାଲ୍ଟି ମିଳିଥିଲା ଓ ମାର୍କୋ ଆର୍ନୋଟୋଭିକ୍ ଗୋଲ କରି ଦଳକୁ ୩-୧ରେ ଅଗ୍ରଣୀ କରାଇଥିଲେ । ଅଷ୍ଟ୍ରୀୟାର ବିଜୟ ଏକ ପ୍ରକାର ପକ୍କା ହୋଇଯାଇଥିଲା । ପୋଲାଣ୍ଡ ବିପକ୍ଷରେ ଅଷ୍ଟ୍ରୀୟାର ଏହା ପ୍ରଥମ ବିଜୟ ।