ୟୁରୋପ ସ୍ପେଶ୍ ପ୍ରକଳ୍ପକୁ ବଡ଼ ଝଟକା; ଲଞ୍ଚ୍‌ର ୪୦ ସେକେଣ୍ଡ ପରେ ରକେଟ୍ କ୍ରାସ୍

ନୂଆଦିଲ୍ଲୀ: ୟୁରୋପ ସ୍ପେଶ୍ ପ୍ରକଳ୍ପକୁ ବଡ଼ ଝଟକା । ଉଡ଼ାଣର ୪୦ ସେକେଣ୍ଡ ପରେ ଖସିପଡ଼ିଲା ରକେଟ୍ । ରବିବାର ନରେଓ୍ବେ ସ୍ପେଶ୍ ଷ୍ଟେସନରୁ ଏହି ରକେଟକୁ ଉତ୍‌କ୍ଷେପଣ କରାଯାଇଥିଲା । ମାତ୍ର ଏହା ଉଡାଣର କିଛି ସେକେଣ୍ଡ ପରେ କ୍ରାସ୍ କରିଯିବାରୁ ମିଶନ ଫେଲ୍ ମାରିଛି । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ରକେଟ୍‌ ବ୍ଲାଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ ଅନୁଯାୟୀ, ଏହି ରକେଟ୍ ୟୁରୋପରୁ ସାଟେଲାଇଟ୍ ପ୍ରକ୍ଷେପଣକୁ ତ୍ୱରାନ୍ୱିତ କରିବା ପାଇଁ ବିକଶିତ କରାଯାଉଥିଲା । ହେଲେ ଏହା ଲଞ୍ଚର ମାତ୍ର ୪୦ ସେକେଣ୍ଡ ପରେ କ୍ରାସ୍ ହୋଇଯାଇଛି । ଜର୍ମାନ ଷ୍ଟାର୍ଟଅପ୍ ଇସାର ଏୟରୋସ୍ପେସ୍ ଏହାକୁ ପ୍ରାରମ୍ଭିକ ପରୀକ୍ଷଣ କହି ଟାଳି ଦେଇଛି । ସୂଚନା ଅନୁଯାୟୀ, ସ୍ପେକ୍ଟ୍ରସ୍ ରକେଟ୍ ୟୁରୋପରୁ ସଫଳ ଲଞ୍ଚ ନେଇ ଆଶା କରାଯାଉଥିଲା । ସ୍ବିଡେନ, ବ୍ରିଟେନ ଓ ଅନ୍ୟଦେଶ ମାନେ ବ୍ୟବସାୟିକ ସ୍ପେଶ୍ ମିଶନରେ  ଭାଗିଦାରୀ ନେଇ ଇଚ୍ଛା ପ୍ରକାଶ କରିଥିଲେ । ଇସାର ଏୟରୋସ୍ପେଶ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ କି ପ୍ରାରମ୍ଭିକ ଲଞ୍ଚରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । କମ୍ପାନି କହିଛି, ଏହି ପରୀକ୍ଷଣରୁ ଗୁରୁତ୍ବପୂର୍ଣ୍ଣ ଡାଟା ମିଳିଛି । ଆଗାମୀ ମିଶନରେ ଏହା ବହୁତ ଉପଯୋଗୀ ହେବ । 

ୟୁରୋପ ସ୍ପେଶ୍ ପ୍ରକଳ୍ପକୁ ବଡ଼ ଝଟକା; ଲଞ୍ଚ୍‌ର ୪୦ ସେକେଣ୍ଡ ପରେ ରକେଟ୍ କ୍ରାସ୍

ନୂଆଦିଲ୍ଲୀ: ୟୁରୋପ ସ୍ପେଶ୍ ପ୍ରକଳ୍ପକୁ ବଡ଼ ଝଟକା । ଉଡ଼ାଣର ୪୦ ସେକେଣ୍ଡ ପରେ ଖସିପଡ଼ିଲା ରକେଟ୍ । ରବିବାର ନରେଓ୍ବେ ସ୍ପେଶ୍ ଷ୍ଟେସନରୁ ଏହି ରକେଟକୁ ଉତ୍‌କ୍ଷେପଣ କରାଯାଇଥିଲା । ମାତ୍ର ଏହା ଉଡାଣର କିଛି ସେକେଣ୍ଡ ପରେ କ୍ରାସ୍ କରିଯିବାରୁ ମିଶନ ଫେଲ୍ ମାରିଛି । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ରକେଟ୍‌ ବ୍ଲାଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁଯାୟୀ, ଏହି ରକେଟ୍ ୟୁରୋପରୁ ସାଟେଲାଇଟ୍ ପ୍ରକ୍ଷେପଣକୁ ତ୍ୱରାନ୍ୱିତ କରିବା ପାଇଁ ବିକଶିତ କରାଯାଉଥିଲା । ହେଲେ ଏହା ଲଞ୍ଚର ମାତ୍ର ୪୦ ସେକେଣ୍ଡ ପରେ କ୍ରାସ୍ ହୋଇଯାଇଛି । ଜର୍ମାନ ଷ୍ଟାର୍ଟଅପ୍ ଇସାର ଏୟରୋସ୍ପେସ୍ ଏହାକୁ ପ୍ରାରମ୍ଭିକ ପରୀକ୍ଷଣ କହି ଟାଳି ଦେଇଛି । 

ସୂଚନା ଅନୁଯାୟୀ, ସ୍ପେକ୍ଟ୍ରସ୍ ରକେଟ୍ ୟୁରୋପରୁ ସଫଳ ଲଞ୍ଚ ନେଇ ଆଶା କରାଯାଉଥିଲା । ସ୍ବିଡେନ, ବ୍ରିଟେନ ଓ ଅନ୍ୟଦେଶ ମାନେ ବ୍ୟବସାୟିକ ସ୍ପେଶ୍ ମିଶନରେ  ଭାଗିଦାରୀ ନେଇ ଇଚ୍ଛା ପ୍ରକାଶ କରିଥିଲେ । ଇସାର ଏୟରୋସ୍ପେଶ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ କି ପ୍ରାରମ୍ଭିକ ଲଞ୍ଚରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । କମ୍ପାନି କହିଛି, ଏହି ପରୀକ୍ଷଣରୁ ଗୁରୁତ୍ବପୂର୍ଣ୍ଣ ଡାଟା ମିଳିଛି । ଆଗାମୀ ମିଶନରେ ଏହା ବହୁତ ଉପଯୋଗୀ ହେବ ।