ୟୁସିସିକୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ: ଖୁସିରେ ଗଦ୍ଗଦ୍ ହେଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୩।୩: ଉତ୍ତରାଖଣ୍ଡର ନାଗରିକତ୍ୱ ସଂଶୋଧନ ଆଇନ (ୟୁସିସି) ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଏବେ ଏହା ଆଇନରେ ପରିଣତ ହୋଇଛି। ୟୁସିସି ବିଲରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ୟୁସିସି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖୁସି ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଧାମି କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି, ଖୁବ ଶୀଘ୍ର ରାଜ୍ୟରେ ଏହି ନିୟମ କାର୍ଯ୍ୟକାରୀ ହେବ। ରାଷ୍ଟ୍ରପତିରୁ ସୂଚନା ପାଇବା ମାତ୍ରେ ରାଜ୍ୟ ସରକାର ମଧ୍ୟ ଏକ […] The post ୟୁସିସିକୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ: ଖୁସିରେ ଗଦ୍ଗଦ୍ ହେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୩: ଉତ୍ତରାଖଣ୍ଡର ନାଗରିକତ୍ୱ ସଂଶୋଧନ ଆଇନ (ୟୁସିସି) ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଏବେ ଏହା ଆଇନରେ ପରିଣତ ହୋଇଛି। ୟୁସିସି ବିଲରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ୟୁସିସି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖୁସି ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଧାମି କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି, ଖୁବ ଶୀଘ୍ର ରାଜ୍ୟରେ ଏହି ନିୟମ କାର୍ଯ୍ୟକାରୀ ହେବ। ରାଷ୍ଟ୍ରପତିରୁ ସୂଚନା ପାଇବା ମାତ୍ରେ ରାଜ୍ୟ ସରକାର ମଧ୍ୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବର୍ତ୍ତମାନ ନିୟମ ଲାଗୁ ହେବା ମାତ୍ରେ ଉତ୍ତରାଖଣ୍ଡ ୟୁସିସି ଆଇନ କାର୍ଯ୍ୟକାରୀ କରିବାରେ ଦେଶର ପ୍ରଥମ ରାଜ୍ୟ ହେବ।
ଫେବୃଆରୀ ୭ରେ ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ ଅନୁମୋଦନ କରାଯାଇଥିଲା। ଏହି ବିଲ ସମ୍ବିଧାନର ଧାରା ୪୪ ଅନୁଯାୟୀ ହୋଇଥିବାରୁ ଏହି ବିଲ୍କୁ ଆଇନ ଭାବରେ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ ଥିଲା। ସରକାର ଏହି ବିଲ ରାଜ୍ୟପାଳଙ୍କ ନିକଟକୁ ପଠାଇଲେ ଏବଂ ସମ୍ବିଧାନର ବ୍ୟବସ୍ଥା ଯୋଗୁ ରାଜ୍ୟପାଳ ଏହାକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ। ଏହା ପରେ ରାଷ୍ଟ୍ରପତି ଅନୁମୋଦନ କରିଥିଲେ।
The post ୟୁସିସିକୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ: ଖୁସିରେ ଗଦ୍ଗଦ୍ ହେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.