ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଭୟଙ୍କର ଭୂତଳ ହାଇଡ୍ରୋ ଥର୍ମାଲ ପ୍ଲାଣ୍ଟ ବିସ୍ଫୋରଣ

କନକ ବ୍ୟୁରୋ: ଆମେରିକା ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଘଟିଛି ବିରାଟ ବିସ୍ଫୋରଣ । ଏହି ନ୍ୟାସନାଲ ପାର୍କର ବିସ୍କୁଟ ବେସିନ ଅଞ୍ଚଳରେ ଗତକାଲି ଭୂତଳ ହାଇଡ୍ରୋ ଥର୍ମାଲ ବିସ୍ଫୋରଣ ଦେଖିବାକୁ ମିଳିଥିଲା ଏହାର ପ୍ରକୋପ କେତେ ଭୟଙ୍କର ରହିଥିଲା ତାହା ସୋସିଅ।।ଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରୁ ଜଣା ପଡୁଛି । ପ୍ରଚଣ୍ଡ କଳା ଧୂଆଁ ଓ ଧୂଳି ସହ ବିସ୍ଫୋରଣ ହେବା ପରେ ଆଖ ପାଖରେ ବୁଲୁଥିବା ଲୋକ ଚମକି ପଡି ଏପଟ ସେପଟ ଦୌଡିବାକୁ […] The post ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଭୟଙ୍କର ଭୂତଳ ହାଇଡ୍ରୋ ଥର୍ମାଲ ପ୍ଲାଣ୍ଟ ବିସ୍ଫୋରଣ first appeared on Kanak News.

ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଭୟଙ୍କର ଭୂତଳ ହାଇଡ୍ରୋ ଥର୍ମାଲ ପ୍ଲାଣ୍ଟ ବିସ୍ଫୋରଣ

କନକ ବ୍ୟୁରୋ: ଆମେରିକା ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଘଟିଛି ବିରାଟ ବିସ୍ଫୋରଣ । ଏହି ନ୍ୟାସନାଲ ପାର୍କର ବିସ୍କୁଟ ବେସିନ ଅଞ୍ଚଳରେ ଗତକାଲି ଭୂତଳ ହାଇଡ୍ରୋ ଥର୍ମାଲ ବିସ୍ଫୋରଣ ଦେଖିବାକୁ ମିଳିଥିଲା ଏହାର ପ୍ରକୋପ କେତେ ଭୟଙ୍କର ରହିଥିଲା ତାହା ସୋସିଅ।।ଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରୁ ଜଣା ପଡୁଛି । ପ୍ରଚଣ୍ଡ କଳା ଧୂଆଁ ଓ ଧୂଳି ସହ ବିସ୍ଫୋରଣ ହେବା ପରେ ଆଖ ପାଖରେ ବୁଲୁଥିବା ଲୋକ ଚମକି ପଡି ଏପଟ ସେପଟ ଦୌଡିବାକୁ ଲାଗିଥିଲେ ।

ଚାରିଆଡେ ମୋଟା ଆସ୍ତରଣର ଧୂଳିର ପରସ୍ତ ଖେଳି ଯାଇ ପଥର ଛିଞ୍ଚାଡି ହୋଇ ପଡିଥିଲା । ସୌଭାଗ୍ୟବଶତଃ ଏଥିରେ କିଛି ପ୍ରାଣ ହାନି ହୋଇନାହିଁ କିମ୍ବା କେହି ଆହତ ହୋଇ ନାହାନ୍ତି ବୋଲି ଆମେରିକାର ଭୂତତ୍ୱ ବିଭାଗ ରିପୋର୍ଟ ଜାରି କରିବା ସହ ଜଳ ଅଧିକ ତାପମାତ୍ରା ବାମ୍ଫ ପ୍ରବାହ ସଂସ୍ପର୍ଶରେ ଆସିଲେ ଏମିତି ଘଟଣା କେବେ କେବେ ଦେଖିବାକୁ ମିଳେ । ଏହା କୌଣସି ଆଗ୍ନେୟଉଦଗୀରଣ ନୁହେଁ ବୋଲି ଜଣାଇଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ସହ କିଛି ବ୍ୟବହାରକାରୀ ଏହାକୁ ଏକ ଭୟଙ୍କର ହେଲେ ମଧ୍ୟ ଅଦ୍ଭୁତ ପ୍ରାକୃତିକ ଘଟଣା ବୋଲି ପ୍ରତିକ୍ରିୟା ଦେଇଛନ୍ତି । ପ୍ରାକୃତିକ ଭାବେ ଏହି ସ୍ଥାନରେ ଭୂତାପ ଶକ୍ତ ଗଚ୍ଛିତ ହୋଇ ରହିଛି । ଏଣୁ ଏପରି ଘଟଣା ଦେଖାଯିବା ସ୍ୱାଭାବିକ । ନ୍ୟାସନାଲ ପାର୍କକୁ ବର୍ତ୍ତମାନ କିଛି ସମୟ ପାଇଁ ବନ୍ଦ ରଖାଯିବା ସହ ୟେଲୋଷ୍ଟୋନର ଭୂତତତ୍ୱବିଦ ଦଳ ଏ ନେଇ ଅଧିକ ଯାଂଚ ଜାରି ରଖିଛନ୍ତି ।

The post ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଭୟଙ୍କର ଭୂତଳ ହାଇଡ୍ରୋ ଥର୍ମାଲ ପ୍ଲାଣ୍ଟ ବିସ୍ଫୋରଣ first appeared on Kanak News.