୧୦ ଆଥଲେଟ୍ଙ୍କୁ ସହାୟତାର ହାତ ବଢାଇଲେ ଶିବମ
ଚେନ୍ନାଇ,୨୨ା୪: ଭାରତ ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଲରାଉଣ୍ଡର ଶିବମ ଦୁବେ ମଙ୍ଗଳବାର ତାମିଲନାଡୁର ୧୦ ଉଦୀୟମାନ ଆଥଲେଟ୍ଙ୍କୁ ୭୦ ହଜାର ଲେଖାଏ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାମିଲନାଡୁ ଜର୍ନାଲିଷ୍ଟଙ୍କ ଆସୋସିଏଶନ(ଟିଏନ୍ଏସ୍ଜେଏ)ର ପୁରସ୍କାର ଓ ସ୍କଲରାଶିପ୍ସ ବିତରଣ କାର୍ଯ୍ୟକ୍ରମରେ ଦୁବେ ଯୋଗଦେଇ ଏହି ନିଷ୍ପତ୍ତି ନେଇଛନ୍ତି। ଦୁବେଙ୍କ ପୁରସ୍କାର ରାଶି ଛଡ଼ା ଟିଏନ୍ଏସ୍ଜେଏ ପକ୍ଷରୁ ୩୦ ହଜାର ଟଙ୍କାର ସ୍କଲାରଶିପ ଦିଆଯାଇଛି। ମୁଁ ଦଳୀୟ ହୋଟେଲରୁ ଏଠାକୁ ଆସୁଥିବା ବେଳେ ତାମିଲନାଡୁ କ୍ରିକେଟ ଆସୋସିଏଶନ […] The post ୧୦ ଆଥଲେଟ୍ଙ୍କୁ ସହାୟତାର ହାତ ବଢାଇଲେ ଶିବମ appeared first on Dharitri Odia News.
ଚେନ୍ନାଇ,୨୨ା୪: ଭାରତ ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଲରାଉଣ୍ଡର ଶିବମ ଦୁବେ ମଙ୍ଗଳବାର ତାମିଲନାଡୁର ୧୦ ଉଦୀୟମାନ ଆଥଲେଟ୍ଙ୍କୁ ୭୦ ହଜାର ଲେଖାଏ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ତାମିଲନାଡୁ ଜର୍ନାଲିଷ୍ଟଙ୍କ ଆସୋସିଏଶନ(ଟିଏନ୍ଏସ୍ଜେଏ)ର ପୁରସ୍କାର ଓ ସ୍କଲରାଶିପ୍ସ ବିତରଣ କାର୍ଯ୍ୟକ୍ରମରେ ଦୁବେ ଯୋଗଦେଇ ଏହି ନିଷ୍ପତ୍ତି ନେଇଛନ୍ତି। ଦୁବେଙ୍କ ପୁରସ୍କାର ରାଶି ଛଡ଼ା ଟିଏନ୍ଏସ୍ଜେଏ ପକ୍ଷରୁ ୩୦ ହଜାର ଟଙ୍କାର ସ୍କଲାରଶିପ ଦିଆଯାଇଛି।
ମୁଁ ଦଳୀୟ ହୋଟେଲରୁ ଏଠାକୁ ଆସୁଥିବା ବେଳେ ତାମିଲନାଡୁ କ୍ରିକେଟ ଆସୋସିଏଶନ ସମ୍ପାଦକ ଡ. ବାବା ମୋତେ କହିଥିଲେ ଯେ, ଏଠାରେ ଥିବା କିଛି ଉଦୀୟମାନ ଆଥଲେଟଙ୍କୁ ସାହାଯ୍ୟ କରିବା ପାଇଁ ଏହା ଏକ ଉଦ୍ୟମ। ଏହା ସତରେ ଯୁବ ଆଥଲେଟଙ୍କୁ ଉତ୍ସାହିତ କରିବ। ଏହି ଛୋଟିଆ ସହାୟତା ରାଶି ଯୁବ ଆଥଲେଟଙ୍କୁ ଆହୁରି ପରିଶ୍ରମ କରି ଦେଶର ଗର୍ବ ହେବା ପାଇଁ ପ୍ରେରଣା ଯୋଗାଇବ। ଏହି କାର୍ଯ୍ୟକ୍ରମରେ ସିଏସ୍କେର ସିଇଓ ବିଶ୍ୱନାଥନ ମଧ୍ୟ ଉପସ୍ଥିତ ଥିଲେ।
The post ୧୦ ଆଥଲେଟ୍ଙ୍କୁ ସହାୟତାର ହାତ ବଢାଇଲେ ଶିବମ appeared first on Dharitri Odia News.