୧୦ କମ୍ପାନୀ ଯେଉଁଥିରେ ରତନ ଟାଟା କରିଛନ୍ତି ନିବେଶ

ମୁମ୍ବାଇ ୧୬।୩:  ରତନ ଟାଟାଙ୍କୁ ଆଜିର ଦିନରେ କିଏ ବା ନ ଜାଣେ। ୧୯୩୭ ମସିହାରେ ଜନ୍ମିତ ଭାରତୀୟ ବ୍ୟବସାୟୀ ଏକଦା ଟାଟା ସମୂହର ନେତୃତ୍ୱ ନେଉଥିଲେ। ୧୯୯୧ରୁ ୨୦୧୨ ଓ ପରେ ୨୦୧୬ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଟାଟା କମ୍ପାନୀର ନେତୃତ୍ୱ ନେଇଥିଲେ। ଭାରତରେ ରତନ ଟାଟାଙ୍କୁ ତାଙ୍କ ବ୍ୟବସାୟ ଓ ଚାରିଟି କାର୍ଯ୍ୟ ନିମନ୍ତେ ଜଣାଯାଏ। ଆମେରିକାରେ ପାଠ ପଢି ଟାଟା ସମୂହ ନିମନ୍ତେ କାମ କରିବା ପାଇଁ ସେ ଭାରତ ଫେରି ଆସିଥିଲେ। ସେ ଟାଟା ସମୂହର ନେତୃତ୍ୱ ନେଉଥିବା ବେଳେ ଟେଟଲୀ ଟି ଓ ଦାଏଉ ମୋଟର୍ସର ଟ୍ରକ୍ ବ୍ୟବସାୟ କ୍ରୟ ଭଳି ବଡ଼ ପଦକ୍ଷେପ ନେଇଥିଲେ। ଟାଟାଙ୍କ ନେତୃତ୍ୱରେ ଟାଟା ଷ୍ଟିଲ କୋରସ ଗ୍ରୁପକୁ କ୍ରୟ କରିନେଇଥିବା ବେଳେ ଟାଟା ମୋଟର୍ସ ଜାଗୁଆର ଲ୍ୟାଣ୍ଡ ରୋଭରକୁ କିଣିଥିଲା। ସେ ଶସ୍ତାରେ ଟାଟା ନାନୋ କାର ଉପସ୍ଥାପିତ କରି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ। ସେ ଭାରତର ଶୀର୍ଷ ନାଗରିକ ସମ୍ମାନ ପଦ୍ମ ଭୂଷଣ ସହିତ ଅନେକ ମାନ ସମ୍ମାନରେ ସମ୍ବର୍ଦ୍ଧିତ  ହୋଇଛନ୍ତି।   ରତନ ଟାଟା ଏବେ ଟାଟା ସମୂହର ଚ୍ୟାରିଟି ଟ୍ରଷ୍ଟ ଚଳାଉଛନ୍ତି। ଲୋକେ ପ୍ରାୟ ତାଙ୍କ ସହାୟତା କାମନା କରିଥାନ୍ତି ଓ ସେ ନୂଆନୂଆ ବ୍ୟବସାୟ ପାଇଁ ପରାମର୍ଶ ଦେବାକୁ ଭଲ ପାଆନ୍ତି। ବିଶେଷ କରି ସେ ଷ୍ଟାର୍ଟଅପମାନଙ୍କୁ ନିସର୍ତ୍ତରେ ସହାୟତା ପାଇଁ ଆଗେଇ ଆସିଥାନ୍ତି ଓ ଯେଉଁ ପର୍ଯ୍ୟନ୍ତ ସମ୍ଭବ ସେ ଏପରି କରୁଥିବେ ବୋଲି କହିଛନ୍ତି। ସେ ଷ୍ଟାର୍ଟଅପଙ୍କୁ ନା କେବଳ

୧୦ କମ୍ପାନୀ ଯେଉଁଥିରେ ରତନ ଟାଟା କରିଛନ୍ତି ନିବେଶ

ମୁମ୍ବାଇ ୧୬।୩:  ରତନ ଟାଟାଙ୍କୁ ଆଜିର ଦିନରେ କିଏ ବା ନ ଜାଣେ। ୧୯୩୭ ମସିହାରେ ଜନ୍ମିତ ଭାରତୀୟ ବ୍ୟବସାୟୀ ଏକଦା ଟାଟା ସମୂହର ନେତୃତ୍ୱ ନେଉଥିଲେ। ୧୯୯୧ରୁ ୨୦୧୨ ଓ ପରେ ୨୦୧୬ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଟାଟା କମ୍ପାନୀର ନେତୃତ୍ୱ ନେଇଥିଲେ। ଭାରତରେ ରତନ ଟାଟାଙ୍କୁ ତାଙ୍କ ବ୍ୟବସାୟ ଓ ଚାରିଟି କାର୍ଯ୍ୟ ନିମନ୍ତେ ଜଣାଯାଏ। ଆମେରିକାରେ ପାଠ ପଢି ଟାଟା ସମୂହ ନିମନ୍ତେ କାମ କରିବା ପାଇଁ ସେ ଭାରତ ଫେରି ଆସିଥିଲେ। 

ସେ ଟାଟା ସମୂହର ନେତୃତ୍ୱ ନେଉଥିବା ବେଳେ ଟେଟଲୀ ଟି ଓ ଦାଏଉ ମୋଟର୍ସର ଟ୍ରକ୍ ବ୍ୟବସାୟ କ୍ରୟ ଭଳି ବଡ଼ ପଦକ୍ଷେପ ନେଇଥିଲେ। ଟାଟାଙ୍କ ନେତୃତ୍ୱରେ ଟାଟା ଷ୍ଟିଲ କୋରସ ଗ୍ରୁପକୁ କ୍ରୟ କରିନେଇଥିବା ବେଳେ ଟାଟା ମୋଟର୍ସ ଜାଗୁଆର ଲ୍ୟାଣ୍ଡ ରୋଭରକୁ କିଣିଥିଲା। ସେ ଶସ୍ତାରେ ଟାଟା ନାନୋ କାର ଉପସ୍ଥାପିତ କରି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ। ସେ ଭାରତର ଶୀର୍ଷ ନାଗରିକ ସମ୍ମାନ ପଦ୍ମ ଭୂଷଣ ସହିତ ଅନେକ ମାନ ସମ୍ମାନରେ ସମ୍ବର୍ଦ୍ଧିତ  ହୋଇଛନ୍ତି।   

ରତନ ଟାଟା ଏବେ ଟାଟା ସମୂହର ଚ୍ୟାରିଟି ଟ୍ରଷ୍ଟ ଚଳାଉଛନ୍ତି। ଲୋକେ ପ୍ରାୟ ତାଙ୍କ ସହାୟତା କାମନା କରିଥାନ୍ତି ଓ ସେ ନୂଆନୂଆ ବ୍ୟବସାୟ ପାଇଁ ପରାମର୍ଶ ଦେବାକୁ ଭଲ ପାଆନ୍ତି। ବିଶେଷ କରି ସେ ଷ୍ଟାର୍ଟଅପମାନଙ୍କୁ ନିସର୍ତ୍ତରେ ସହାୟତା ପାଇଁ ଆଗେଇ ଆସିଥାନ୍ତି ଓ ଯେଉଁ ପର୍ଯ୍ୟନ୍ତ ସମ୍ଭବ ସେ ଏପରି କରୁଥିବେ ବୋଲି କହିଛନ୍ତି। ସେ ଷ୍ଟାର୍ଟଅପଙ୍କୁ ନା କେବଳ ଆର୍ଥିକ ସହଯୋଗ କରିଥାନ୍ତି ବରଂ ସେମାନଙ୍କ ଉପରେ ବିଶ୍ୱାସ ସ୍ଥାପନା କରି ନିବେଶ ମଧ୍ୟ କରିଥାନ୍ତି। ଏହି କ୍ରମରେ ଟାଟା ଭାରତର ୧୦ଟି ସଂସ୍ଥାରେ ନିବେଶ କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ସଂସ୍ଥାଙ୍କୁ  ଭରସା କରନ୍ତି ରତନ ଟାଟା। 


ପେଟିଏମ
ରତନ ଟାଟା ମାର୍ଚ୍ଚ ୨୦୧୫ରେ ପେଟିଏମରେ ନିବେଶ କରିବା ଆରମ୍ଭ କରିଥିଲେ। ପେଟିଏମର ମାଲିକାନା ୱାନ୯୭ କମ୍ୟୁନିକେସନ ନିକଟରେ ରହିଛି, ଯାହା ଏକ ଲୋକପ୍ରିୟା ଡିଜିଟାଲ ପୈଠ ପ୍ଲାଟଫର୍ମ ପରିଚାଳନା କରୁଛି। ଟାଟା ନା କେବଳ ପେଟିଏମରେ ନିବେଶ କରିଛନ୍ତି, ଏହି କମ୍ପାନୀର ବ୍ୟବସାୟୀକ ପରାମର୍ଶଦାତା ମଧ୍ୟ ଅଛନ୍ତି। ଆରମ୍ଭରୁ ପେଟିଏମ ଏତେବଡ ଅନଲାଇନ ଷ୍ଟୋର ନଥିଲା। ଏହାର ପ୍ରାରମ୍ଭ ମୋବାଇଲ ଫୋନ ରିଚାର୍ଜରୁ ହୋଇଥିଲା। ହେଲେ ସମୟକ୍ରମେ ଏହା ଏକ ବଡ଼ ଅନଲାଇନ ବଜାରରେ ପରିଣତ ହୋଇଛି। 

କାରଦେଖୋ
କାର ଦେଖୋ ଏକ ବଡ଼ ୱେବସାଇଟ୍ ଯେଉଁଠି ଆପଣ ନିଜ ପାଇଁ ନୂଆ ଓ ପୁରୁଣା କାର ଖୋଜି ପାରିବେ। ଏହି ୱେବସାଇଟ୍ ଲୋକଙ୍କୁ କାର କ୍ରୟ କରିବାରେ ସହାୟତା କରେ। ରତନ ଟାଟା ୨୦୧୫ରରେ କାରଦେଖୋ, ବାଇକ୍ ଦେଖୋ ଓ ପ୍ରାଇସ୍ ଦେଖୋ ୱେବସାଇଟମାନଙ୍କ ମାଲିକ କମ୍ପାନୀ ଗିରନାର ସଫ୍ଟରେ ଏକ ଅଜ୍ଞାତ ରାଶି ନିବେଶ କରିଛନ୍ତି। ଗିରନାର ସଫ୍ଟର ସିଇଓ ତଥା ସହ ସଂସ୍ଥାପକ ଅମିତ ଜୈନ କହିଛନ୍ତି ଯେ ଆମେ ରତନ ଟାଟାଙ୍କ ଭଳି ନିବେଶକଙ୍କ ସହ ଭାଗିଦାରୀ କରି ନିଜକୁ ଗୌରବାନ୍ୱିତ ଓ ଉତ୍ସାହିତ ମନେ କରୁଛୁ ।  

ଓଲା/ଓଲାଇଲେକ୍ଟିକ୍
 ରତନ ଟାଟା ଓଲାରେ ପ୍ରଥମ ଥର ୨୦୧୫ ମସିହାରେ ନିବେଶ ଆରମ୍ଭ କରିଥିଲେ। କମ୍ପାନୀରେ ସେ ନିଜ ତରଫରୁ ୯୫ ଲକ୍ଷ ଟଙ୍କା ଲଗାଇଥିଲେ। ତାଙ୍କ କମ୍ପାନୀ ଆରଏନଟି କ୍ୟାପିଟଲ ଆଡଭାଇଜର୍ସ ମଧ୍ୟ ଓଲାର ଦୃଷ୍ଟିକୋଣ ଲାଗି ମଜଭୁତ ସମର୍ଥନ ଦେଖାଇବାକୁ ଯାଇ ୪୦୦ କୋଟି ଟଙ୍କା ନିବେଶ କରିଛି। ଏହା ପରେ ୨୦୧୯ ମସିହାରେ ରତନ ଟାଟା ଓଲା ଇଲେକ୍ଟ୍ରିକ୍ ମୋବିଲିଟି  ପ୍ରାଇଭେଟ ଲିମିଟେଡରେ ଆଉ ଏକ ନିବେଶ ମଧ୍ୟ କରିଛନ୍ତି।  


ଜିଭାମେ
ଜିଭାମେ ଏକ ଅନଲାଇନ ଅଣ୍ଡରୱିୟର କମ୍ପାନୀ। ୨୦୧୧ମସିହାରେ ଋଚା କର ଓ କପିଲ କାରେକର ଏହି ସଂସ୍ଥା ସ୍ଥାପନ କରିଥିଲେ। ଏହି ସଂସ୍ଥାକୁ ରତନ ଟାଟାଙ୍କ ସମର୍ଥନ ମିଳିଥିଲା। ସେପ୍ଟେମ୍ବର ୨୦୧୫ ମସିହାରେ ରତନ ଟାଟା ଜିଭାମେରେ ନିବେଶ କରିଥିଲେ। କୁହାଯାଇଥିଲା ଜିଭାମେ ଏହି ଅର୍ଥରେ ତାଙ୍କର ବୈଷୟିକକୁ ଉନ୍ନତ କରିବା ସହ ଅଧିକ ଗ୍ରାହକ ପ୍ରାପ୍ତ କରିବା ପାଇଁ ନିବେଶ କରିବେ। ଏହି ନିବେଶରେ ଜିଭାମେ ନିଜର ରଚନାତ୍ମକ ବିଜ୍ଞାପନ ଯୋଗୁ ଖୁବ୍ କମ ସମୟରେ ପ୍ରସିଦ୍ଧି ଲାଭ କରିବା ସହ ଏକ ବିଶ୍ୱସନୀୟ ଅଣ୍ଡରୱିୟର ବ୍ରାଣ୍ଡରେ ପରିଣତ ହୋଇଛି। 

କ୍ୟୋର.ଫିଟ୍
 କ୍ୟୋର.ଫିଟ୍ ଏକ ସ୍ୱାସ୍ଥ୍ୟ ଓ ଫିଟନେସ୍ କମ୍ପାନୀ। ଯାହା ଲୋକଙ୍କୁ ସୁସ୍ଥ ରହିବା ପାଇଁ ବିଭିନ୍ନ ଉପାୟ ପରାମର୍ଶ କରିବା ପାଇଁ ଜଣାଶୁଣା। ଏହି ସଂସ୍ଥାର କଲ୍ଟ .ଫିଟ୍ ନାମରେ ଫିଟନେସ ସେଣ୍ଟର, ଇଟ୍.ଫିଟ ନାମରେ ଏକ ଖାଦ୍ୟ ବିତରଣ ସେବା, କେୟାର.ଫିଟ ନାମରେ କ୍ଲିନିକ୍ ଓ ମାଇଣ୍ଡ.ଫିଟ୍ ନାମରେ ଏକ ନୂଆ ଅନଲାଇନ ମାନସିକ କଲ୍ୟାଣ ମଞ୍ଚ ରହିଛି।  ଯେଉଁଥିରେ କଲାରୀ କ୍ୟାପିଟଲ, ଏକ୍ସେଲ ପାର୍ଟନର୍ସ, ଚିରାଟେ ଭେଞ୍ଚର୍ସ ଓ ରତନ ଟାଟାଙ୍କ ଭଳି ନିବେଶକମାନେ ନିବେଶ କରିଛନ୍ତି। 

ଲେନ୍ସକାର୍ଟ
 ଲେନ୍ସ କାର୍ଟକୁ ୨୦୧୦ ମସିହାରେ ପିୟୁଷ ବଂସଲ ଓ ଅମିତ ଚୌଧୁରୀ ନାମକ ଦୁଇ ଜଣ ବ୍ୟକ୍ତି ଫରିଦାବାଦରେ ଆରମ୍ଭ କରିଥିଲେ। ଏହା ଏକ ପ୍ରସିଦ୍ଧ ଅନଲାଇନ ଷ୍ଟୋର, ଯାହା ଚଷମା, ସନଗ୍ଲାସ୍, କଣ୍ଟାକ୍ଟ ଲେନ୍ସ ଓ ଆଇୱେରର ସହାୟକ ଉପକରଣ ବିକ୍ରିକରିଥାନ୍ତି। ଏହି ସଂସ୍ଥାରେ ରତନ ଟାଟା ୨୦୧୬ ମସିହାରେ ଏକ ଅଜ୍ଞାତ ରାଶି ନିବେଶ କରିଥିଲେ। ଟାଟା କେବଳ କମ୍ପାନୀରେ ନିବେଶ କରିନଥିଲେ କମ୍ପାନୀକୁ ପରାମର୍ଶ ଓ ସମର୍ଥନ ମଧ୍ୟ କରୁଥିବା କମ୍ପାନୀ କହିଛି। 

ଅର୍ବାନ ଲାଡର
 ଅର୍ବାନ ଲାଡର ବେଙ୍ଗାଲୁରର ଏକ କମ୍ପାନୀ ଯିଏ ଅନଲାଇନରେ ଫର୍ଣ୍ଣିଚର ବିକ୍ରୟ କରିଥାନ୍ତି। ଏହି ସଂସ୍ଥାକୁ ନଭେମ୍ବର ୨୦୧୫ରେ ରତନ ଟାଟାଙ୍କଠାରୁ ନିବେଶ ମିଳିଥିଲା। ସ୍ନାପଡିଲ ପରେ ଏହି ଇ-କମର୍ସ କମ୍ପାନୀରେ ଏହା ଦ୍ୱିତୀୟ ନିବେଶ ଥିଲା। ତେବେ ୨୦୨୦ ମସିହାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅର୍ବାନ ଲ୍ୟାଡରର ୯୬ ପ୍ରତିଶତ ଅଂଶିଦାରୀ ୧୮୨ କୋଟି ଟଙ୍କାରେ କିଣିନେଇଥିଲା। 

ଅର୍ବାନ କମ୍ପାନୀ
 ଅର୍ବାନ କମ୍ପାନୀ ପ୍ରଥମେ ଅର୍ବାନ କ୍ଲାପ ନାମରେ ଜଣାଯାଉଥିଲା। ଏହି ସଂସ୍ଥାକୁ ୨୦୧୫ ମସିହାରେ ରତନ ଟାଟାଙ୍କ ନିବେଶ ମିଳିଥିଲା। ଅର୍ବାନ କମ୍ପାନୀ ଏକ ଗୁରୁଗ୍ରାମ ଆଧାରିତ ଫାର୍ମ ଯାହା ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇଥାଏ। 

ଅବରା
 ରତନ ଟାଟା ଆମେରିକାନ ଏକ୍ସପ୍ରେସ୍ ସହିତ ସିଲିକନ ଭ୍ୟାଲିରେ ଏବରା ନାମକ ଏକ ବିଟକଏନ କମ୍ପାନୀରେ ନିବେଶ କରିଥିଲେ। ଅବରା ଆପ୍ ଲୋକଙ୍କୁ ଡିଜିଟାଲ ପଇସା ରଖିବା ଓ ଏହାକୁ ଯେ କୌଣସି ସ୍ମାର୍ଟ ଫୋନକୁ ପଠାଇବାର ସୁବିଧା ଦେଇଥାଏ। ଯେତେବେଳେ ଲୋକେ ଡିଜିଟାଲ ମୁଦ୍ରା କ୍ରୟ ବା ବିକ୍ରୟ କରନ୍ତି ସେତେବେଳେ ଏହି ଆପର ଉପଯୋଗ ହୋଇଥାଏ ଓ ଅବରାର ରୋଜଗାର ହୋଇଥାଏ।  

ସ୍ନାପଡିଲ
 ରତନ ଟାଟା ୨୦୧୪ ମସିହାରେ ସ୍ନାପଡିଲରେ ପଇସା ଲଗାଇ ଅନଲାଇନ ସପିଙ୍ଗରେ ନିବେଶ କରିବା ଆରମ୍ଭ କରିଥିଲେ। ରିପୋର୍ଟସ ଅନୁସାରେ ଟାଟା ପ୍ରଥମ ଥର ୫ କୋଟି ଟଙ୍କାରୁ ବି କମ ଖର୍ଚ୍ଚ କରି ସ୍ନାପଡିଲର ଏକ ଛୋଟିଆ ଅଂଶ କିଣିଥିଲେ। ଏହା ସତେବେଳେ ହୋଇଥିଲା ଯେତେବେଳେ ଫ୍ଲିପକାର୍ଟ ମିନ୍ତ୍ରାକୁ କିଣି ନେଇଥିଲା। ସେତେବେଳେ ରତନ ଟାଟା ପ୍ରାରମ୍ଭିକ ନିବେଶରେ ୨୫୬ ସେୟାର କିଣିଥିଲେ।