ୱାସିଂଟନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜି ଭେଟିବେ ଟ୍ରମ୍ପଙ୍କୁ

ୱାସିଂଟନ ଡିସି ୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଶେଷ କରି ଗୁରୁବାର ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଗୁରୁବାର ସକାଳେ ଏକ୍ସ ରେ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି। ଆଜି ଗୁରୁବାର ସେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏହା ତାଙ୍କର ପ୍ରଥମ ସାକ୍ଷାତ ଆଲୋଚନା ହେବ। ଏହି ସାକ୍ଷାତ ଆଲୋଚନାରେ ଉଭୟ ଟାରିଫ ସମେତ ସୁରକ୍ଷା-ସହଯୋଗ ନେଇ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ହ୍ୱାଇଟ୍ ହାଉସରେ ଅତିଥି ହେବାରେ ନରେନ୍ଦ୍ର ମୋଦି ତୃତୀୟ ବୈଦେଶିକ ନେତା। ମୋଦିଙ୍କ ଏହି ଗସ୍ତ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଲାଗି ଖାସ ଗୁରୁତ୍ୱ ବହନ କରୁଛି। ତୁଲସୀ ଗବାର୍ଡଙ୍କୁ ଭେଟିଲେ ମୋଦିଟ୍ରମ୍ପ ପ୍ରଶାସନରେ ତୁଲସୀ ଗବାର୍ଡ ବୁଧବାର ନିଯୁକ୍ତ ହୋଇଛନ୍ତି। ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ରୂପେ ସିନେଟ ତାଙ୍କ ସପକ୍ଷରେ ଭୋଟ ଦେଇଛି। ଏହା ସହିତ ତୁଲସୀ ଗବାର୍ଡ ଆମେରିକାର ୧୮ ଇଣ୍ଟେଲିଜେନ୍ସ ଏଜେନ୍ସୀମାନଙ୍କ ମୁଖ୍ୟ ହୋଇଛନ୍ତି। ଏହି କାରଣରୁ ଆମେରିକା ପହଞ୍ଚିବାମାତ୍ରେ ମୋଦି ସର୍ବ ପ୍ରଥମେ ତୁଲସୀ ଗବାର୍ଡଙ୍କୁ ଭେଟିବା ଉଚିତ ମନେ କରିଛନ୍ତି ଓ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ସାକ୍ଷାତ ଆଲୋଚନାରେ ମୋଦି ତାଙ୍କ ସହ ଭାରତ-ଆମେରିକା ବନ୍ଧୁତ୍ୱର

ୱାସିଂଟନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜି ଭେଟିବେ ଟ୍ରମ୍ପଙ୍କୁ

ୱାସିଂଟନ ଡିସି ୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଶେଷ କରି ଗୁରୁବାର ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଗୁରୁବାର ସକାଳେ ଏକ୍ସ ରେ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି। ଆଜି ଗୁରୁବାର ସେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏହା ତାଙ୍କର ପ୍ରଥମ ସାକ୍ଷାତ ଆଲୋଚନା ହେବ। ଏହି ସାକ୍ଷାତ ଆଲୋଚନାରେ ଉଭୟ ଟାରିଫ ସମେତ ସୁରକ୍ଷା-ସହଯୋଗ ନେଇ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ହ୍ୱାଇଟ୍ ହାଉସରେ ଅତିଥି ହେବାରେ ନରେନ୍ଦ୍ର ମୋଦି ତୃତୀୟ ବୈଦେଶିକ ନେତା। ମୋଦିଙ୍କ ଏହି ଗସ୍ତ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଲାଗି ଖାସ ଗୁରୁତ୍ୱ ବହନ କରୁଛି। 

ତୁଲସୀ ଗବାର୍ଡଙ୍କୁ ଭେଟିଲେ ମୋଦି
ଟ୍ରମ୍ପ ପ୍ରଶାସନରେ ତୁଲସୀ ଗବାର୍ଡ ବୁଧବାର ନିଯୁକ୍ତ ହୋଇଛନ୍ତି। ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ରୂପେ ସିନେଟ ତାଙ୍କ ସପକ୍ଷରେ ଭୋଟ ଦେଇଛି। ଏହା ସହିତ ତୁଲସୀ ଗବାର୍ଡ ଆମେରିକାର ୧୮ ଇଣ୍ଟେଲିଜେନ୍ସ ଏଜେନ୍ସୀମାନଙ୍କ ମୁଖ୍ୟ ହୋଇଛନ୍ତି। ଏହି କାରଣରୁ ଆମେରିକା ପହଞ୍ଚିବାମାତ୍ରେ ମୋଦି ସର୍ବ ପ୍ରଥମେ ତୁଲସୀ ଗବାର୍ଡଙ୍କୁ ଭେଟିବା ଉଚିତ ମନେ କରିଛନ୍ତି ଓ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ସାକ୍ଷାତ ଆଲୋଚନାରେ ମୋଦି ତାଙ୍କ ସହ ଭାରତ-ଆମେରିକା ବନ୍ଧୁତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ତୁଲସୀ ଗବାର୍ଡ ପ୍ରଥମରୁ ଭାରତ-ଆମେରିକା ଉତ୍ତମ ସମ୍ପର୍କର ସମର୍ଥକ ଅଟନ୍ତି। 


 ଉଦ୍ୟୋଗ ଜଗତ ମୁଖ୍ୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ପିଏମ ମୋଦିଙ୍କ ଆମେରିକା ଗସ୍ତ ଅବସରରେ ବୈଦେଶିକ ମନ୍ତ୍ରାଳୟଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ମନ୍ତ୍ରାଳୟ କହିଛନ୍ତି ଯେ ଏହା ଦୁଇ ଦେଶଙ୍କ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀରେ ଏକ ନୂଆ ଅଧ୍ୟାୟ। ମନ୍ତ୍ରାଳୟ କହିଛନ୍ତି ଯେ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଆମେରିକା କ୍ୟାବିନେଟର ସଦସ୍ୟଗଣ ଓ ଉଦ୍ୟୋଗ ଜଗତ ପ୍ରମୁଖମାନଙ୍କୁ ମଧ୍ୟ ଭେଟିବେ। 


ଆମେରିକା ଗସ୍ତରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଗସ୍ତ କରିଥିଲେ। ସେ ପ୍ୟାରିସ୍ ଏଆଇ ଆକ୍ସନ ସମ୍ମିଟରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ ଉପରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ।