ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ବୈଠକ: ସୁବାସ ସିଂ, ଅରିନ୍ଦମଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
କଟକ,୫।୨:(ଶିଳ୍ପା ପ୍ରିୟଦର୍ଶିନୀ) ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନେଇ ରବିବାର ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ପକ୍ଷରୁ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ବିଜେଡି ନେତା, ବିଜୁ ଯୁବ ଛାତ୍ର ନେତା, ସମସ୍ତ ବିଜେଡି କର୍ପୋରେଟର ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ। ହେଲେ ପ୍ରସ୍ତୁତି ବୈଠକରେ ଅନୁପସ୍ଥିତ ଥିଲେ ମେୟର ତଥା ବିଜେଡି ନେତା ସୁବାସ ସିଂ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ […] The post ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ବୈଠକ: ସୁବାସ ସିଂ, ଅରିନ୍ଦମଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା appeared first on Dharitri Odia News.
କଟକ,୫।୨:(ଶିଳ୍ପା ପ୍ରିୟଦର୍ଶିନୀ) ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନେଇ ରବିବାର ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ପକ୍ଷରୁ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ବିଜେଡି ନେତା, ବିଜୁ ଯୁବ ଛାତ୍ର ନେତା, ସମସ୍ତ ବିଜେଡି କର୍ପୋରେଟର ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ। ହେଲେ ପ୍ରସ୍ତୁତି ବୈଠକରେ ଅନୁପସ୍ଥିତ ଥିଲେ ମେୟର ତଥା ବିଜେଡି ନେତା ସୁବାସ ସିଂ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ। ଏହି ଦୁଇ ଜଣଙ୍କୁ ବାଦ ଦେଇ ଏପରି ଭାବେ ଜିଲା ସଭାପତି ଦେବାଶିଷଙ୍କ ଦଳୀୟ କାର୍ଯ୍ୟକ୍ରମ କରିବା ଯେପରି ଦଳରେ ଏକ ପ୍ରକାର ବିବାଦ ଥିବା ନେଇ ସୂଚନା ମିଳୁଛି, ଯାହାକି କଟକ ରାଜନୀତିକୁ ନେଇ ସାଧାରଣ ଲୋକଙ୍କ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି।
ତେବେ ଦେବାଶିଷ ଓ ଅରିନ୍ଦମ ଗତ କିଛିଦିନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ପରସ୍ପରକୁ ଆଲିଙ୍ଗନ କରି ହାତ ମିଳାଇ କଥାବାର୍ତ୍ତା ହୋଇଥିଲେ। ଏନେଇ ଦେବାଶିଷ ମନ୍ତବ୍ୟ ଦେଇ କହିଥିଲେ ଯେ, ରାଜନୈତିକ ସମ୍ପର୍କ ଅଲଗା ଓ ବ୍ୟକ୍ତିଗତ ସମ୍ପର୍କ ଅଲଗା ଥାଏ। ଅରିନ୍ଦମ ମୋ ସାନ ଭାଇ, ତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଲଗା ରହିଛି। ଅନ୍ୟପକ୍ଷରେ ଆଜିର ବୈଠକ ସ୍ପଷ୍ଟ କରି ଦେଉଛି ଯେ, ଦଳୀୟ କାର୍ଯ୍ୟକ୍ରମରେ ଉକ୍ତ ନିର୍ବାଚନମଣ୍ଡଳୀରେ ଥାଇ ମଧ୍ୟ ଅରିନ୍ଦମଙ୍କୁ ଦେବାଶିଷ ଅଣଦେଖା କରୁଥିବା ଏବେ ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ମେୟର ସୁବାସ ଓ ଅରିନ୍ଦମ କଣ ଦଳରେ ଥାଇ ମଧ୍ୟ ଅଲୋଡ଼ା ବୋଲି ଏପରି କିଛି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଛି।
ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପ୍ରସଙ୍ଗ ନେଇ ମେୟର ସୁବାସ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳରେ କୌଣସି କନ୍ଦଳ ନାହିଁ। ବୈଠକ ନେଇ ସମସ୍ତ ଆଲୋଚନା ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସହ କରିଛି। ବ୍ରହ୍ମପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ଯୋଗଦେଇପାରିନାହିଁ। ଅନ୍ୟପଟେ ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ କହିଛନ୍ତି, କୌଣସି ବୈଠକ ସମ୍ପର୍କରେ ମୋତେ ସୂଚନା ମିଳିନାହିଁ କି ମୁଁ ଅଗବତ ନ ଥିଲି। ଉକ୍ତ ନିର୍ବାଚନମଣ୍ଡଳୀରେ ଥାଇ ମଧ୍ୟ ହୁଏତ ଜିଲା ସଭାପତି ମୋତେ ରାଜ୍ୟ ସାଧାରଣ ସମ୍ପାଦକ ଭାବି ବୈଠକକୁ ଡାକି ନ ଥିବେ ବୋଲି ସେ କହିଛନ୍ତି।
The post ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ବୈଠକ: ସୁବାସ ସିଂ, ଅରିନ୍ଦମଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା appeared first on Dharitri Odia News.