୧୦ କିଲୋମିଟର ଭାରରେ ବୁହାହେଲେ ରୋଗୀ
ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଦୁର୍ଗମ ଲୁବେନଗଡ଼ ପଞ୍ଚାୟତର ପୁଇଝରୀ ଗାଁରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଗାଁର ଇଟିଲି ମାଝୀ (୫୨)ନାମକ ଜଣେ ମହିଳା ଜ୍ୱରରେ ପୀଡିତ ଥାଇ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଗାଁରୁ ୧୦ କିମି ବାଲିବାଜୁ ପର୍ଯ୍ୟନ୍ତ ଭାରରେ ବୋହିକି ଆଣିଥିଲେ। ସେଠାରୁ ଅଟୋ ଯୋଗେ ଉର୍ଲାଦାନୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଥିବା ଜଣାପଡିଛି। ପ୍ରକାଶ […] The post ୧୦ କିଲୋମିଟର ଭାରରେ ବୁହାହେଲେ ରୋଗୀ appeared first on Dharitri Odia News.
ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଦୁର୍ଗମ ଲୁବେନଗଡ଼ ପଞ୍ଚାୟତର ପୁଇଝରୀ ଗାଁରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଗାଁର ଇଟିଲି ମାଝୀ (୫୨)ନାମକ ଜଣେ ମହିଳା ଜ୍ୱରରେ ପୀଡିତ ଥାଇ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଗାଁରୁ ୧୦ କିମି ବାଲିବାଜୁ ପର୍ଯ୍ୟନ୍ତ ଭାରରେ ବୋହିକି ଆଣିଥିଲେ। ସେଠାରୁ ଅଟୋ ଯୋଗେ ଉର୍ଲାଦାନୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଥିବା ଜଣାପଡିଛି।
ପ୍ରକାଶ ଯେ,ପୁଇଝରୀ ଗ୍ରାମକୁ ଯିବା ପାଇଁ ଭଲ ରାସ୍ତାଟିଏ ନ ଥିବାରୁ ଅଧିକାଂଶ ସମୟରେ ଏଠାକାର ରୋଗୀଙ୍କୁ ଏପରି ଭାରରେ ନିଆଯାଉଥିବା ନଜିର ରହିଛି।
The post ୧୦ କିଲୋମିଟର ଭାରରେ ବୁହାହେଲେ ରୋଗୀ appeared first on Dharitri Odia News.