ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ ସମାପନ ହେବା ଆଶା କରାଯାଇପାରେ। ଦୂରଯାତ୍ରା କରିପାରନ୍ତି ଓ ବ୍ୟବସାୟିକ ଦିଗରେ ଆଶାନୁଯାୟୀ ସଫଳତା ମିଳିବ। ସବୁ ସୁବିଧା ଥିଲେ ମଧ୍ୟ ମନ ବିଚଳିତ ହୋଇପାରେ। ବୃଷ ଖୁସି ମନରେ କାମ କରିବାରେ ମୀନ ରାଶିସ୍ଥ ଶୁକ୍ର ସହାୟକ ହେବ। କଳା, ସାହିତ୍ୟ, ସଙ୍ଗୀତରେ ସମ୍ମାନିତ ହେବେ। ସଭାସମିତିରେ ଅନ୍ୟମାନଙ୍କ […] The post ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope
ମେଷ
ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ ସମାପନ ହେବା ଆଶା କରାଯାଇପାରେ। ଦୂରଯାତ୍ରା କରିପାରନ୍ତି ଓ ବ୍ୟବସାୟିକ ଦିଗରେ ଆଶାନୁଯାୟୀ ସଫଳତା ମିଳିବ। ସବୁ ସୁବିଧା ଥିଲେ ମଧ୍ୟ ମନ ବିଚଳିତ ହୋଇପାରେ।
ବୃଷ
ବୃଷ
ଖୁସି ମନରେ କାମ କରିବାରେ ମୀନ ରାଶିସ୍ଥ ଶୁକ୍ର ସହାୟକ ହେବ। କଳା, ସାହିତ୍ୟ, ସଙ୍ଗୀତରେ ସମ୍ମାନିତ ହେବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ପ୍ରାଧାନ୍ୟ ଦେଇ ନିଜର ମହନୀୟତା ହେତୁ ପ୍ରଶଂସିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ଚିନ୍ତା କରିବେ, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବାରୁ ଏକ ପ୍ରକାର ହାଲୁକା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ଲାଭକରି ଆଶା କରିଥିବା ଜିନିଷଟି ପାଇପାରନ୍ତି। ପାରିବାରିକ ସମସ୍ୟାର ସରଳ ସମାଧାନ ହେବାରେ ନିକଟ ସମ୍ପର୍କୀୟମାନଙ୍କ ଅବଦାନ ରହିବ। ସାମାଜିକ ସ୍ତରରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ମାନସିକ ଚାପ ବୃଦ୍ଧି ସାଙ୍ଗକୁ ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତତା ବଢ଼ିବ। ଅଷ୍ଟମସ୍ଥ ମଙ୍ଗଳଙ୍କ କୁପ୍ରଭାବରୁ ସହକର୍ମୀଙ୍କ ଅସହଯୋଗ କର୍ମକ୍ଷେତ୍ରକୁ ପ୍ରଭାବିତ କରିବ। ବାଣିଜ୍ୟ ଓ ପ୍ରଶାସନ, ରାଜନୀତି ଏବଂ ସାଙ୍ଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଭାବପ୍ରବଣତାରେ ଭାସିଯାଇ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ।
ସି˚ହ
ସି˚ହ
ଅନ୍ୟମାନଙ୍କ ପାଇଁ ଯେତେ ତ୍ୟାଗ ସ୍ବୀକାରକଲେ ମଧ୍ୟ କାମ ଶେଷରେ ସେମାନଙ୍କ ଦେଖା ମିଳିବନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ଘଟିବା ଆଶଙ୍କା ରହିଛି। ବ୍ୟବସାୟରେ ପରୋକ୍ଷ ଶତ୍ରୁତା ଓ ପ୍ରତିବନ୍ଧକ ଯୋଗୁ ଅଧିକାଂଶ ସମୟ ଟେନ୍‌ସନ ଲାଗି ରହିବ। ପାରିବାରିକ ସମସ୍ୟା ଅନେକାଂଶରେ ନିୟନ୍ତ୍ରଣାଧୀନ ରହିବ।
କନ୍ୟା
ପାରିବାରିକ ଜୀବନରେ ବିଶୃଙ୍ଖଳିତ ସ୍ଥିତି ଉପୁଜିପାରେ। ବନ୍ଧୁ ଗହଣରେ କମ୍‌ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ଥ ହେବେ। ସାମାଜିକ ସ୍ତରରେ ଖଳଲୋକଙ୍କ ମିଥ୍ୟାଭିଯୋଗ ମନକୁ ସାମୟିକ ଭାରାକ୍ରାନ୍ତ କରିବ। ନୂତନ କର୍ମସଂସ୍ଥାନ ପାଇଁ କିମ୍ବା ବ୍ୟବସାୟିକ ପରିବର୍ତ୍ତନ ସକାଶେ ମନ ବଳାଇବେ।
ତୁଳା
ତୁଳା
ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ୟ କାମ ଗଡ଼ବଡ଼ ହେବା କାରଣରୁ ଅସ୍ଥିରତା ଦେଖାଦେବ। ପରିବାରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। କୌଣସି କଥା ନ ବୁଝି ବନ୍ଧୁମାନେ ଅଯଥା ଭୁଲ୍‌ ବୁଝାମଣାଜନିତ କ୍ରୋଧ ପ୍ରକାଶ କରିପାରନ୍ତି। ଶୁକ୍ରଙ୍କ ଶୁଭ ସଂସ୍ଥାନ ହେତୁ କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।
ବିଛା
ବିଛା
କୌଣସି କ୍ଷେତ୍ରରେ ଧୈର୍ଯ୍ୟ ହରାଇବାର ପରିସ୍ଥିତି ସୃଷ୍ଟି ହେବ ନାହିଁ। ଅର୍ଥ ଓ ସମ୍ମାନ ପାଇବା ସହ ପ୍ରଶାସନିକ ସଫଳତା ମଧ୍ୟ ମିଳିବ। ଆନୁଷ୍ଠାନିକ କ୍ଷେତ୍ର, ରାଜନୀତି, ପ୍ରଶାସନ ତଥା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଲାଭକରି ଦୀର୍ଘଦିନର ଆଶା ପୂରଣ କରିପାରିବେ।
ଧନୁ
ଧନୁ
ପାରିବାରିକ ଜୀବନ, ଲୋକ ସମ୍ପର୍କ, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଓ ବନ୍ଧୁମିଳନରୁ ଖୁସି ରହିବେ। ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ କ୍ଷେତ୍ରରୁ ଲାଭବାନ୍‌ ହୋଇପାରନ୍ତି। ସଭାସମତି, ପରିବହନ, ପ୍ରକାଶନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ମାନର ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ହିତୈଷୀଙ୍କ ସହ ଆଲୋଚନା କରନ୍ତୁ।
ମକର
ମକର
ବାହାର ଦୁନିଆରେ ଲୋକପ୍ରିୟତା ରହିଥିଲେ ହେଁ ପାରିବାରିକ କ୍ଷେତ୍ରରେ ଓଲଟା ପ୍ରତିଛବି ଦେଖିବାକୁ ପାଇବେ। ଆର୍ଥିକ ଦୁଃସ୍ଥିତି ମାନସିକ ସ୍ତରକୁ ସଙ୍କୁଚିତ କରିପାରେ। ସବୁ କାମରେ ପଛୁଆ ହେତୁ ନିଜକୁ ଅପାରଗ ମନେକରିପାରନ୍ତି। ବ୍ୟବସାୟିକ କ୍ଷେତ୍ରରେ ଯେତେ ପାଇଲେ ମଧ୍ୟ ମନରେ ସନ୍ତୋଷ ଆସିବ ନାହିଁ।
କୁମ୍ଭ
କୁମ୍ଭ
ବିଭିନ୍ନ ବିବାଦୀୟ ବିଷୟ ଅନୁଶୀଳନକରି ମନ ଭାରାକ୍ରାନ୍ତ ରହିବ। ସବୁ ସମୟରେ ମିଶୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରିପାରନ୍ତି। ପ୍ରଶାସନିକ କ୍ଷେତ୍ର, ଆଇନ ଅଦାଲତ, ରାଜନୀତିରେ କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ସାହାଯ୍ୟ ପାଇବେ।
ମୀନମୀନ

କେତେକ ଅସମାହିତ କାମକୁ ସମ୍ପନ୍ନ କରିବାରେ କୂଟନୀତି ପ୍ରୟୋଗ କରିବାକୁ ପଡ଼ିପାରେ। ବିଳାସବ୍ୟସନ ଦିଗକୁ ମନ ଢଳିବ, କିନ୍ତୁ ସମସ୍ୟା ବିଜଡ଼ିତ ରହିବେ। ଶିଳ୍ପ , ବାଣିଜ୍ୟ, ରାଜନୀତି ଓ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପରେ।

The post ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope appeared first on Dharitri Odia News.