୧୦ ଘଣ୍ଟା ଟ୍ରେନ୍‌ ଯାତ୍ରା କଲେ ମୋଦି

କିଭ୍‌,୨୩।୮: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପରେ ଅଛନ୍ତି। ସେ ଅଗଷ୍ଟ ୨୧ ଏବଂ ୨୨ରେ ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ରାଜଧାନୀ ୱାର୍ସରେ ଥିଲେ। ପୋଲାଣ୍ଡ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଟ୍ରେନରେ ୧୦ ଘଣ୍ଟାର ଯାତ୍ରା ପରେ ବର୍ତ୍ତମାନ ୟୁକ୍ରେନରେ ପହଞ୍ଚିଛନ୍ତି। ମୋଦି ଶୁକ୍ରବାର ସକାଳ ଠାରୁ ପ୍ରାୟ ୭ ଘଣ୍ଟା ପାଇଁ ୟୁକ୍ରେନର ରାଜଧାନୀ କିଭରେ ରହିବେ। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା […] The post ୧୦ ଘଣ୍ଟା ଟ୍ରେନ୍‌ ଯାତ୍ରା କଲେ ମୋଦି appeared first on Dharitri Odia News.

୧୦ ଘଣ୍ଟା ଟ୍ରେନ୍‌ ଯାତ୍ରା କଲେ ମୋଦି

କିଭ୍‌,୨୩।୮: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପରେ ଅଛନ୍ତି। ସେ ଅଗଷ୍ଟ ୨୧ ଏବଂ ୨୨ରେ ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ରାଜଧାନୀ ୱାର୍ସରେ ଥିଲେ। ପୋଲାଣ୍ଡ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଟ୍ରେନରେ ୧୦ ଘଣ୍ଟାର ଯାତ୍ରା ପରେ ବର୍ତ୍ତମାନ ୟୁକ୍ରେନରେ ପହଞ୍ଚିଛନ୍ତି। ମୋଦି ଶୁକ୍ରବାର ସକାଳ ଠାରୁ ପ୍ରାୟ ୭ ଘଣ୍ଟା ପାଇଁ ୟୁକ୍ରେନର ରାଜଧାନୀ କିଭରେ ରହିବେ। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିବେ। ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ମଧ୍ୟ ଆଲୋଚନା ହେବ।
ସୂଚନାଯୋଗ୍ୟ ଯେ, ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନକୁ ପ୍ରଥମ ଗସ୍ତ ହେବ। ଏହି ଯାତ୍ରା ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି।

The post ୧୦ ଘଣ୍ଟା ଟ୍ରେନ୍‌ ଯାତ୍ରା କଲେ ମୋଦି appeared first on Dharitri Odia News.