ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା
ରାଞ୍ଚତ୍,୨୮ା୬:ଝାଡ଼ଖଣ୍ଡ ଜନସାଧାରଣ ଚିକିତ୍ସା ସେବା ପାଇବାରେ ଆଉ ଅର୍ଥ ବାଧକ ହେବ ନାହିଁ। ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ରେ ପ୍ରତିବର୍ଷ ଯୋଗ୍ୟ ପରିବାରକୁ ୧୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସୁବିଧା ଯୋଗାଇ ଦିଆଯିବ। ଏହି ଯୋଜନା ଝାଡ଼ଖଣ୍ଡ ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ଓ ସୁଲଭ ସ୍ବାସ୍ଥ୍ୟସେବା ପ୍ରଦାନ କରିବ। ଏହାଦ୍ୱାରା ୬୫ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ପରିବାର ଉପକୃତ ହେବେ। ସେମାନେ ମାଗଣାରେ ସରକାରୀ ଏବଂ […] The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା appeared first on Dharitri Odia News.
ରାଞ୍ଚତ୍,୨୮ା୬:ଝାଡ଼ଖଣ୍ଡ ଜନସାଧାରଣ ଚିକିତ୍ସା ସେବା ପାଇବାରେ ଆଉ ଅର୍ଥ ବାଧକ ହେବ ନାହିଁ। ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ରେ ପ୍ରତିବର୍ଷ ଯୋଗ୍ୟ ପରିବାରକୁ ୧୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସୁବିଧା ଯୋଗାଇ ଦିଆଯିବ। ଏହି ଯୋଜନା ଝାଡ଼ଖଣ୍ଡ ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ଓ ସୁଲଭ ସ୍ବାସ୍ଥ୍ୟସେବା ପ୍ରଦାନ କରିବ। ଏହାଦ୍ୱାରା ୬୫ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ପରିବାର ଉପକୃତ ହେବେ। ସେମାନେ ମାଗଣାରେ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ସାଧାରଣରୁ ଗମ୍ଭୀର ରୋଗର ଚିକିତ୍ସା ସୁବିଧା ପାଇବେ। ଲାଲ୍, ହଳଦିଆ ଏବଂ ସବୁଜ ରାଶନ କାର୍ଡଧାରୀ ଏଥିପାଇଁ ଆବେଦନ କରିପାରିବେ। ଘରେ ବସି ସେମାନେ bis.jharkhand.gov.in ପୋର୍ଟାଲ ଲଗ୍ଅନ୍ କରି ସ୍ବାସ୍ଥ୍ୟବୀମା କାର୍ଡ ହାସଲ କରିବାକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କହିଛନ୍ତି।
The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା appeared first on Dharitri Odia News.