୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): ୧୦ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆହ୍ବାନକ୍ରମେ ରାଜ୍ୟରେ ନର୍ସିଂ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସିଥିବାବେଳେ ବୁଧବାର ଜି.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ନର୍ସିଂ କର୍ମଚାରୀମାନେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସିଛନ୍ତି। ସେମାନଙ୍କ ଦାବିଗୁଡିକ ହେଲା ୧୩.୧୧.୨୦୧୩ ମସିହାରେ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଦେବାସହ ସମସ୍ତ ଆର୍ଥିକ ସହାୟତା ଯୋଗାଇବା, […] The post ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ appeared first on Odisha.News.

୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): ୧୦ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆହ୍ବାନକ୍ରମେ ରାଜ୍ୟରେ ନର୍ସିଂ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସିଥିବାବେଳେ ବୁଧବାର ଜି.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ନର୍ସିଂ କର୍ମଚାରୀମାନେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସିଛନ୍ତି। ସେମାନଙ୍କ ଦାବିଗୁଡିକ ହେଲା ୧୩.୧୧.୨୦୧୩ ମସିହାରେ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଦେବାସହ ସମସ୍ତ ଆର୍ଥିକ ସହାୟତା ଯୋଗାଇବା, ଯୋଗ୍ୟ ନର୍ସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି କରିବା ସହ ଆବଶ୍ୟକ ଥିବା ସ୍ଥିରୀକୃତ ସମୟକୁ କମ୍ କରି ୧୬ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ନର୍ସିଂ ଅଫିସରଙ୍କୁ ଏକକାଳୀନ ଦୁଇଟି ପଦୋନ୍ନତି ଦିଆଯାଉ, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ନର୍ସିଂ କର୍ମଚାରୀଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି ବିଭିନ୍ନ ସରକାରୀ ଡାକ୍ତରଖାନା ରେ ସେବା ଯୋଗାଇବାକୁ ପଦକ୍ଷେପ ନିଆଯାଉ, ଅନ୍ୟ ରାଜ୍ୟ ଭଳି ଏନଏଚଏମ ଅଧିନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚଓଙ୍କୁ ନିଯୁକ୍ତି ଦିଆଯାଉ।ଏହା ବ୍ୟତୀତ ନିୟମିତ ହୋଇନଥିବା ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯାଉ, ନର୍ସିଂ ଅଫିସରମାନଙ୍କ ଡ୍ରେସ କୋଡ ପରିବର୍ତ୍ତନ କରାଯାଉ, ଆଉଟସୋର୍ସିଂ ଏଜେଣ୍ଟ ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ, କେବିକେ ଓ କେବିକେ+ ଏବଂ ଆଦିବାସୀ କଠିନ ପ୍ଲାନ ଅଞ୍ଚଳରେ ନିୟୋଜିତ ନର୍ସିଂ କର୍ମଚାରୀଙ୍କୁ ସ୍ଥାନଭିତିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ। ଜରୁରୀକାଳୀନ ସେବାରେ ଯେହେତୁ ନର୍ସିଂ କର୍ମଚାରୀମାନେ ନିୟୋଜନ ଥାଆନ୍ତି, ତେଣୁ ସରକାରୀ ଭାବେ ସ୍ଥିରୀକୃତ ସମସ୍ତ ସାଧାରଣ ଛୁଟିଦିନ ବଦଳରେ ନର୍ସିଂ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୂରଣ ଛୁଟି/ଦରମା ପ୍ରଦାନ କରାଯିବା ସହ ଏ ସମ୍ବନ୍ଧରେ ସ୍ଥାୟୀ ନିର୍ଦ୍ଦେଶାନାମା ଜାରି କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

The post ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ appeared first on Odisha.News.