୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଶନିବାର ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍ ରାଇଡର୍ସ
ବେଙ୍ଗାଲୁରୁ,୧୭/୦୫: ୧୦ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ର ବଳକା ଭାଗ । ମେ ୭ ତାରିଖରେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସୁପରକିଙ୍ଗ୍ସ ୨ ୱିକେଟ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା । ୮ ତାରିଖରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଧର୍ମଶାଳାରେ ମ୍ୟାଚ୍ ଖେଳାଯାଉଥିବାବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଯୋଗୁଁ ମ୍ୟାଚ୍ ଅଧାରୁ ବନ୍ଦ କରାଯାଇଥିଲା ଓ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା । ପରିସ୍ଥିତି ସ୍ୱାଭାବିକ ହେବା ପରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ଇତି ମଧ୍ୟରେ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ଅଭ୍ୟାସ କରିଛନ୍ତି । ୫୭ଟି ମ୍ୟାଚ୍ ଶେଷ ହେବା ପରେ ମଧ୍ୟ କୌଣସି ଦଳ ଏପର୍ଯ୍ୟନ୍ତ ପ୍ଲେ-ଅଫ୍ ସ୍ଥାନ ନିଶ୍ଚିତ କରିନାହାନ୍ତି । ୩ଟି ଦଳ (ଚେନ୍ନାଇ ସୁପରକିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ) ଦୌଡ଼ରୁ ବାଦ ପଡ଼ିଛନ୍ତି । ଶନିବାର ରୟାଲ୍ ଚ୍ୟାଲେଞ୍ଜର୍ସ ଜିତିଲେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବା ସହ ପ୍ଲେ-ଅଫ୍ରେ ପ୍ରବେଶ କରିବ । କେବଳ ସେତିକି ନୁହେଁ, ଦଳ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିବା ମଧ୍ୟ ନିଶ୍ଚିତ ହେବ। ନାଇଟ୍ ରାଇଡର୍ସ କଷ୍ଟକର ସ୍ଥିତିରେ ରହିଛି । ଶେଷ ୨ଟି ଯାକ ମ୍ୟାଚ୍ ଜିତିଲେ
ବେଙ୍ଗାଲୁରୁ,୧୭/୦୫: ୧୦ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ର ବଳକା ଭାଗ । ମେ ୭ ତାରିଖରେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସୁପରକିଙ୍ଗ୍ସ ୨ ୱିକେଟ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା ।
୮ ତାରିଖରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଧର୍ମଶାଳାରେ ମ୍ୟାଚ୍ ଖେଳାଯାଉଥିବାବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଯୋଗୁଁ ମ୍ୟାଚ୍ ଅଧାରୁ ବନ୍ଦ କରାଯାଇଥିଲା ଓ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା । ପରିସ୍ଥିତି ସ୍ୱାଭାବିକ ହେବା ପରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ଇତି ମଧ୍ୟରେ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ଅଭ୍ୟାସ କରିଛନ୍ତି ।
୫୭ଟି ମ୍ୟାଚ୍ ଶେଷ ହେବା ପରେ ମଧ୍ୟ କୌଣସି ଦଳ ଏପର୍ଯ୍ୟନ୍ତ ପ୍ଲେ-ଅଫ୍ ସ୍ଥାନ ନିଶ୍ଚିତ କରିନାହାନ୍ତି । ୩ଟି ଦଳ (ଚେନ୍ନାଇ ସୁପରକିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ) ଦୌଡ଼ରୁ ବାଦ ପଡ଼ିଛନ୍ତି । ଶନିବାର ରୟାଲ୍ ଚ୍ୟାଲେଞ୍ଜର୍ସ ଜିତିଲେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବା ସହ ପ୍ଲେ-ଅଫ୍ରେ ପ୍ରବେଶ କରିବ । କେବଳ ସେତିକି ନୁହେଁ, ଦଳ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିବା ମଧ୍ୟ ନିଶ୍ଚିତ ହେବ। ନାଇଟ୍ ରାଇଡର୍ସ କଷ୍ଟକର ସ୍ଥିତିରେ ରହିଛି । ଶେଷ ୨ଟି ଯାକ ମ୍ୟାଚ୍ ଜିତିଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନାଇଟ ରାଇଡର୍ସର ଭାଗ୍ୟ ନିର୍ଭର କରିବ ।
ଶନିବାର ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିବା ପରେ ସେ ପ୍ରଥମ କରି ଗ୍ରାଉଣ୍ଡକୁ ଓହ୍ଲାଇବେ । ରୟାଲ ଚ୍ୟାଲେଞ୍ଜର୍ସ ଫ୍ୟାନମାନେ କୋହଲିଙ୍କ ସମ୍ମାନରେ ଧଳା ଜର୍ସି ପିନ୍ଧି ଗ୍ୟାଲେରୀରେ ସମର୍ଥନ ଜଣାଇବେ । ସେ ଅର୍ଦ୍ଧଶତକ ଅର୍ଜନ କଲେ ଏକ ରେକର୍ଡ ସ୍ଥାପନ କରିବେ । ଆଇପିଏଲ୍ରେ ସର୍ବାଧିକ ୬୨ ଅର୍ଦ୍ଧଶତକ ରେକର୍ଡ ଡେଭିଡ୍ ୱାର୍ଣ୍ଣରଙ୍କ ନାମରେ ରହିଛି । ତଥାପି ନାଇଟ୍ ରାଇଡର୍ସ ବୋଲର ସୁନିଲ ନାରାଏନଙ୍କ ସହ ତାଙ୍କର ଏକ ଲଢ଼େଇ ହୋଇପାରେ । ୧୭ଟି ମ୍ୟାଚ୍ରେ ସେ କୋହଲିଙ୍କୁ ୪ଥର ଆଉଟ କରିଛନ୍ତି ।
ବେଙ୍ଗାଲୁରୁରେ ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ ପିଚ୍କୁ ଘୋଡେଇ ରଖାଯାଇଛି । ଉଭୟ ଦଳ ଏପର୍ଯ୍ୟନ୍ତ ପିଚ୍ ଦେଖି ନାହାନ୍ତି । ପିଚ୍ରେ ଆଦ୍ରତା ପେସ୍ ବୋଲରଙ୍କୁ ସହାୟତା କରିବ । ଶନିବାର ଅପରାହ୍ଣରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।