୧୦ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ

ନାଉଗାଁ,୧୯ା୮(ସୁଧା ବେହୁରା): ମଧ୍ୟାହ୍ନ ଭୋଜନର ତଥ୍ୟ ସରକାରୀ ପୋର୍ଟାଲରେ ଅପ୍‌ଲୋଡ ନ କରିବା ନାଉଗାଁ ବ୍ଲକର ୧୦ ଜଣ ପ୍ରଧାନ ଶିକ୍ଷକଙ୍କ ପାଇଁ କାଳ ହୋଇଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପକାଶିତ ଚିଠି (ନଂ. ୬୬୨୩/୧୪।୮।୨୩) ଅନୁସାରେ ସେମାନଙ୍କ ଦରମା ବନ୍ଦ ରଖାଯାଇଛି। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ପ୍ରତି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି। ଏଥିରେ ସ୍ବଚ୍ଛତା ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ପୋର୍ଟାଲ କାର୍ଯ୍ୟକାରୀ ହେଉଛି। ଏହି ପୋର୍ଟାଲ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ […] The post ୧୦ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ appeared first on Dharitri Odia News.

୧୦ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ

ନାଉଗାଁ,୧୯ା୮(ସୁଧା ବେହୁରା): ମଧ୍ୟାହ୍ନ ଭୋଜନର ତଥ୍ୟ ସରକାରୀ ପୋର୍ଟାଲରେ ଅପ୍‌ଲୋଡ ନ କରିବା ନାଉଗାଁ ବ୍ଲକର ୧୦ ଜଣ ପ୍ରଧାନ ଶିକ୍ଷକଙ୍କ ପାଇଁ କାଳ ହୋଇଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପକାଶିତ ଚିଠି (ନଂ. ୬୬୨୩/୧୪।୮।୨୩) ଅନୁସାରେ ସେମାନଙ୍କ ଦରମା ବନ୍ଦ ରଖାଯାଇଛି।
ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ପ୍ରତି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି। ଏଥିରେ ସ୍ବଚ୍ଛତା ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ପୋର୍ଟାଲ କାର୍ଯ୍ୟକାରୀ ହେଉଛି। ଏହି ପୋର୍ଟାଲ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଥ୍ୟ ପ୍ରଦାନ କରିବେ। ସୋମବାରରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ୧୧ ଟା୩୦ ଓ ଶନିବାର ସକାଳ ୯ଟା ମଧ୍ୟରେ ମଧ୍ୟାହ୍ନ ଭୋଜନର ସମସ୍ତ ତଥ୍ୟ ଉକ୍ତ ପୋର୍ଟାଲରେ ଅପ୍‌ଲୋଡ କରାଯିବାର ନିୟମ ରହିଛି। କିନ୍ତୁ ନାଉଗାଁ ବ୍ଲକର ଅନେକ ବିଦ୍ୟାଳୟରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲା। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଦୀର୍ଘଦିନ ହେବ ଏହି ପୋର୍ଟାଲରେ ତଥ୍ୟ ଅପ୍‌ଲୋଡ କରୁ ନ ଥିଲେ। ଏନେଇ ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନେ ହେଲେ ବ୍ଲକର ଅଲଣାହାଟ ଉଚ୍ଚ ବିଦ୍ୟାଳୟ, ଭାତପଡା ପ୍ରାଥମିକ ବିଦ୍ୟାଳୟ, ଚାନ୍ଦଖାଁପାଟଣା ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗନ୍ଧଣ ପ୍ରାଥମିକ ବିଦ୍ୟାଳୟ, ଗୋପାଳ ଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନଳାଙ୍ଗ ପ୍ରାଥମିକ ବିଦ୍ୟାଳୟ, ପୁରୁଣା ଭଟଣା ପ୍ରାଥମିକ ବିଦ୍ୟାଳୟ, ରୋହିଆ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରିଆବର ପାଟଣା ପ୍ରାଥମିକ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଓଡପଏଙ୍ଗାର ପ୍ରଧାନ ଶିକ୍ଷକ। ଏହି ଚିଠିର ନକଲ ବ୍ଲକ ଶିକ୍ଷାଧିକାରୀ ଓ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ନିକଟକୁ ପଠାଇ ଦିଆଯାଇଛି।

The post ୧୦ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ appeared first on Dharitri Odia News.