୧୦ ଫୁଟ ଉପରକୁ ଉଡି ଜେସିପି ଉପରେ ଝୁଲି ପଡିଲା କାର

ଉଦଳା : ୧୦ ଫୁଟ ଉପରକୁ ଉଡି ଜେସିପି ଉପରେ ଝୁଲି ପଡିଲା କାର। ଅଳ୍ପକେ ବର୍ତ୍ତିଲେ ୩ ଯୁବକ। ମୟୂରଭଞ୍ଜ... The post ୧୦ ଫୁଟ ଉପରକୁ ଉଡି ଜେସିପି ଉପରେ ଝୁଲି ପଡିଲା କାର appeared first on .

୧୦ ଫୁଟ ଉପରକୁ ଉଡି ଜେସିପି ଉପରେ ଝୁଲି ପଡିଲା କାର

ଉଦଳା : ୧୦ ଫୁଟ ଉପରକୁ ଉଡି ଜେସିପି ଉପରେ ଝୁଲି ପଡିଲା କାର। ଅଳ୍ପକେ ବର୍ତ୍ତିଲେ ୩ ଯୁବକ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଜାମୁଘାଟ ପୋଲରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ବାଲେଶ୍ୱର ଆଡୁ ଏକ କାରରେ ତିନି ଜଣ ଯୁବକ ଅତି ବେପରୁଆ ଭାବେ ଦୃତ ଗତିରେ ଗାଡି ଚଳାଇ ଯିବା ସମୟରେ ଜାମୁଘାଟ ନିକଟରେ ଭାରସାମ୍ୟ ହରାଇ ମାଟି ଗଦା ଉପରେ ଚଢ଼ିଯାଇଥିଲା। ୧୦ ରୁ ୧୫ ଫୁଟ ଉପରକୁ ଯାଇ ସାମ୍ନାରେ ଥିବା ଏକ ଜେସିବି ଉପରେ ଲାଗି ଝୁଲି ପଡିଲା କାର। । ସ୍ଥାନୀୟ ଲୋକ ପହଞ୍ଚି କାର୍ ଭିତରେ ଥିବା ୩ ଯୁବକଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିରୁ ବେଲୁନ୍ ବାହାରି ପଡିଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ କରୁଛି। ଗାଡିଟି ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

The post ୧୦ ଫୁଟ ଉପରକୁ ଉଡି ଜେସିପି ଉପରେ ଝୁଲି ପଡିଲା କାର appeared first on .