୧୦ ଫୁଟ ତଳକୁ ଖସିଲା କାର

ଏନେଇ କଇଁମୁଣ୍ଡି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କାରକୁ ଉଦ୍ଧାର କରିଥିଲା। ଯାଞ୍ଚ ବେଳେ କାରରୁ ଏକ ପରିଚୟ ପତ୍ର ଓ ଫୋନ୍ ନମ୍ୱର ମିଳିଥିଲା।

ଶନିବାର (ଗତକାଲି) ବିଳମ୍ୱିତ ରାତିରେ ଗୋଟିଏ କାର ରାସ୍ତାରୁ ଦଶ ଫୁଟ ତଳକୁ ଖସିପଡ଼ିଥିଲା। ଘଟଣାଟି ଘଟିଛି ବାଙ୍କୀ କଟକ ମୁଖ୍ୟ ରାସ୍ତାର କୁଷପଙ୍ଗି ଓ ଚକୁଳେଶ୍ୱର୍ ଛକରେ। କାରରେ କେହି ନଥିଲେ। ହେଲେ କାରରେ ରକ୍ତ ଛିଟା ଲାଗିଥିବାର ଦେଖା ଯାଇଛି। କାରଟି ବାଙ୍କୀରୁ ଭୁବନେଶ୍ୱର ଯାଉଥିଲା।

ଏନେଇ କଇଁମୁଣ୍ଡି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କାରକୁ ଉଦ୍ଧାର କରିଥିଲା। ଯାଞ୍ଚ ବେଳେ କାରରୁ ଏକ ପରିଚୟ ପତ୍ର ଓ ଫୋନ୍ ନମ୍ୱର ମିଳିଥିଲା। ସେଇ ନମ୍ବରରେ ପୁଲିସ କାର ମାଲିକଙ୍କ ସହ ଯୋଗାଯୋଗ କରିଥିଲା। ତେବେ କେଉଁ କେଉଁ ମାନେ କାରରେ ଥିଲେ ତାହା ଜଣା ପଡ଼ି ନାହିଁ। ଏନେଇ ପୁଲିସ ଘଟଣାର ତଦନ୍ତ କରୁଛି।