୧୦ ବର୍ଷ ହେଲା ବନ୍ଦ ପଡ଼ିଛି ବିଜୟାନନ୍ଦ ଚିନିକଳ

ଦେଓଗାଁ ,୧୩ା୬(କୃଷ୍ଣ ପ୍ରସାଦ ପାଣିଗ୍ରାହୀ)ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସାଗରପାଲି କଲୋନୀ ନିକଟରେ ଥିବା ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ବିଜୟାନନ୍ଦ ସମବାୟ ଚିନିକଳ ପ୍ରାୟ ୧୦ ବର୍ଷ ହେଲା ବନ୍ଦ ହୋଇ ପଡିରହିଛି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ନୂଆ ସରକାରରେ ବଲାଙ୍ଗୀର ଜିଲାକୁୁ ମିଳିଛି ଉପ ମୁଖ୍ୟମନ୍ତ୍ରୀ ପଦ। ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମନ୍ତ୍ରୀ ହେବା ପରେ ବନ୍ଦ ପଡିଥିବା ଏହି ଚିନିକଳ […] The post ୧୦ ବର୍ଷ ହେଲା ବନ୍ଦ ପଡ଼ିଛି ବିଜୟାନନ୍ଦ ଚିନିକଳ appeared first on Dharitri Odia News.

୧୦ ବର୍ଷ ହେଲା ବନ୍ଦ ପଡ଼ିଛି ବିଜୟାନନ୍ଦ ଚିନିକଳ

ଦେଓଗାଁ ,୧୩ା୬(କୃଷ୍ଣ ପ୍ରସାଦ ପାଣିଗ୍ରାହୀ)ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସାଗରପାଲି କଲୋନୀ ନିକଟରେ ଥିବା ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ବିଜୟାନନ୍ଦ ସମବାୟ ଚିନିକଳ ପ୍ରାୟ ୧୦ ବର୍ଷ ହେଲା ବନ୍ଦ ହୋଇ ପଡିରହିଛି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ନୂଆ ସରକାରରେ ବଲାଙ୍ଗୀର ଜିଲାକୁୁ ମିଳିଛି ଉପ ମୁଖ୍ୟମନ୍ତ୍ରୀ ପଦ। ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମନ୍ତ୍ରୀ ହେବା ପରେ ବନ୍ଦ ପଡିଥିବା ଏହି ଚିନିକଳ ପୁଣି ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି। ବର୍ତ୍ତମାନ ସିଂଦେଓ ପଶ୍ଚିମ ଓଡିଶାରୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଜୟାନନ୍ଦ ଚିନିକଳ ଜୀବନ୍ୟାସ ପାଇବ ବୋଲି ଚାଷୀ ଓ କର୍ମଚାରୀ ଆଶା ବାନ୍ଧିଛନ୍ତି। ୧୯୯୩ ମସିହାରେ ଦେଓଗାଁ ଠାରେ ଏକମାତ୍ର କୃଷିଭିତ୍ତିକ ଚିନି କଳ ସ୍ଥାପିତ ହୋଇଥିଲା। ତେବେ ୨୦୦୦ ମସିହାରେ କ୍ଷତି ଦର୍ଶାଇ ଚିନିକଳକୁ ବନ୍ଦ କରି ଦେଇଥିଲା ଉକ୍ତ କମ୍ପାନୀ। ଫଳରେ କମ୍ପାନୀକୁ ଋଣ ଦେଇଥିବା ବ୍ୟାଙ୍କ ହାତକୁ ଚାଲିଯାଇଥିଲା ଚିନିକଳ। ଅନେକ ବାଦ ବିବାଦ ପରେ ୨୦୦୫ ମସିହାରେ ଏହି ଚିନିକଳକୁ ରାଜ୍ୟ ସରକାର ବିଜୟାନନ୍ଦ ଚିନିକଳ ନାଁରେ ପୁନଃ ଉଦ୍ଧାର କଲେ। ସେହିଦିନ ଠାରୁ ତତ୍କାଳୀନ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଯଜ୍ଞେଶ୍ୱର ବାବୁଙ୍କ ତତ୍ତ୍ୱାବଧାନରେ ଉକ୍ତ ଚିନିକଳ ଚାଲିଥିଲା । ପୁନଶ୍ଚ ୨୦୧୩ ରେ ରାଜ୍ୟ ସରକାର ବିରୋଧରେ ମିଡ ନାଇଟ ଅପରେଶନ ପରେ ଚିନିକଳଟି ରାଜନୈତିକ ପଶାପାଲିରେ ଛନ୍ଧି ହୋଇ ବନ୍ଦ ହୋଇଯାଇଥିଲା। ଫଳରେ ଚିନିକଳର କର୍ମଚାରୀ, ଶ୍ରମିକ ଓ ଆଖୁ ଚାଷୀ ଏବେ ବାହାର ରାଜ୍ୟରେ ଦାଦନ ଖଟୁଥିବା ଅଭିଯୋଗ ହେଉଛି। ଚିନିକଳରେ କାମ କରୁଥିବା ଶ୍ରମିକ, ଚାଷୀ ଓ କର୍ମଚାରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ଶିଳ୍ପର ପୁନରୁ୍‌ଦ୍ଧାର ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

The post ୧୦ ବର୍ଷ ହେଲା ବନ୍ଦ ପଡ଼ିଛି ବିଜୟାନନ୍ଦ ଚିନିକଳ appeared first on Dharitri Odia News.