'୧୦ ବର୍ଷର କାମ କେବଳ ଟ୍ରେଲର, ମୋତେ ଏବେ ଲମ୍ୱା ବାଟ ଯାତ୍ରା କରିବାର ଅଛି': ପିଏମ୍ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୨୦୧୪ରୁ ଛଅ ଗୁଣା ବଜେଟ୍ ବୃଦ୍ଧିକୁ ଆଗରେ ରଖିଛନ୍ତି ଏବଂ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷରେ ରେଲୱେର ପରିବର୍ତ୍ତନ ସେମାନଙ୍କ ପରିକଳ୍ପନାଠାରୁ ବହୁ ଅଧିକ ହେବ । ଅନେକ ରେଲୱେ ପରିଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ୱୋଧନ କରି ପିଏମ୍ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ରେଲୱେକୁ ଖରାପ ସ୍ଥିତିରୁ ବାହାର କରିବା ଦିଗରେ କାମ କରିଛି । ପିଏମ୍ କହିଛନ୍ତି, 'ଏବେ ରେଲୱେର ବିକାଶ ସରକାରଙ୍କ ଶୀର୍ଷ ପ୍ରାଥମିରକତା ଅଟେ । ଏଇ ୧୦ ବର୍ଷ କେବଳ ଟ୍ରେଲର ଅଟେ ଏବଂ ମୋତେ ଏବେ ଲମ୍ୱା ବାଟ ଯାତ୍ରା କରିବାର ଅଛି ।'ସେ କହିଛନ୍ତି, 'ଆମ ପାଇଁ ବିକାଶ ପରିଯୋଜନା ସରକାର ଗଢିବା ପାଇଁ ନୁହେଁ, ବରଂ ବିକଶିତ ଭାରତ ନିର୍ମାଣ ପାଇଁ । ଆମର ଭବିଷ୍ୟତ ପିଢିକୁ ସେହି ସବୁ ସଂଘର୍ଷ ସାମନା କରିବାକୁ ନପଡ଼ୁ, ଯାହା ଆମେ ସାମନା କରିଛୁ । ଆମ ୧୦ ବର୍ଷରେ ଆମେ ପୂର୍ବ ଏବଂ ପଶ୍ଚିମ ଡେଡିକେଟେଡ ଫ୍ରଣ୍ଟ କରିଡୋର ନିର୍ମାଣ କରିଛୁ । ଏହି ଦାବିକୁ କଂଗ୍ରେସ ଦଶନ୍ଧି ଦଶନ୍ଧି ଯାଏ ଅଟକାଇ ରଖିଥିଲା ।ଦେଶକୁ ବିକଶିତ ଏବଂ ଆର୍ଥିକ ରୂପେ ସକ୍ଷମ କରିବାରେ ରେଲୱେର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ରେଲୱେର ପରିବର୍ତ୍ତନ ବିକଶିତ ଭାରତର ଗ୍ୟାରେଣ୍ଟି । ସେ କହିଛନ୍ତି, ବନ୍ଦେ ଭାରତ ଟ୍ରେନର ନେଟୱାର୍କ ୨୫୧୦ରୁ ଅଧିକ ଜ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୨୦୧୪ରୁ ଛଅ ଗୁଣା ବଜେଟ୍ ବୃଦ୍ଧିକୁ ଆଗରେ ରଖିଛନ୍ତି ଏବଂ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷରେ ରେଲୱେର ପରିବର୍ତ୍ତନ ସେମାନଙ୍କ ପରିକଳ୍ପନାଠାରୁ ବହୁ ଅଧିକ ହେବ । ଅନେକ ରେଲୱେ ପରିଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ୱୋଧନ କରି ପିଏମ୍ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ରେଲୱେକୁ ଖରାପ ସ୍ଥିତିରୁ ବାହାର କରିବା ଦିଗରେ କାମ କରିଛି । ପିଏମ୍ କହିଛନ୍ତି, 'ଏବେ ରେଲୱେର ବିକାଶ ସରକାରଙ୍କ ଶୀର୍ଷ ପ୍ରାଥମିରକତା ଅଟେ । ଏଇ ୧୦ ବର୍ଷ କେବଳ ଟ୍ରେଲର ଅଟେ ଏବଂ ମୋତେ ଏବେ ଲମ୍ୱା ବାଟ ଯାତ୍ରା କରିବାର ଅଛି ।'
ସେ କହିଛନ୍ତି, 'ଆମ ପାଇଁ ବିକାଶ ପରିଯୋଜନା ସରକାର ଗଢିବା ପାଇଁ ନୁହେଁ, ବରଂ ବିକଶିତ ଭାରତ ନିର୍ମାଣ ପାଇଁ । ଆମର ଭବିଷ୍ୟତ ପିଢିକୁ ସେହି ସବୁ ସଂଘର୍ଷ ସାମନା କରିବାକୁ ନପଡ଼ୁ, ଯାହା ଆମେ ସାମନା କରିଛୁ । ଆମ ୧୦ ବର୍ଷରେ ଆମେ ପୂର୍ବ ଏବଂ ପଶ୍ଚିମ ଡେଡିକେଟେଡ ଫ୍ରଣ୍ଟ କରିଡୋର ନିର୍ମାଣ କରିଛୁ । ଏହି ଦାବିକୁ କଂଗ୍ରେସ ଦଶନ୍ଧି ଦଶନ୍ଧି ଯାଏ ଅଟକାଇ ରଖିଥିଲା ।
ଦେଶକୁ ବିକଶିତ ଏବଂ ଆର୍ଥିକ ରୂପେ ସକ୍ଷମ କରିବାରେ ରେଲୱେର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ରେଲୱେର ପରିବର୍ତ୍ତନ ବିକଶିତ ଭାରତର ଗ୍ୟାରେଣ୍ଟି । ସେ କହିଛନ୍ତି, ବନ୍ଦେ ଭାରତ ଟ୍ରେନର ନେଟୱାର୍କ ୨୫୧୦ରୁ ଅଧିକ ଜିଲ୍ଲା ଯାଏ ପହଞ୍ଚିଛି । ସରକାର ଲଗାତାର ବନ୍ଦେ ଭାରତ ଟ୍ରେନର ମାର୍ଗ ବଢାଉଛନ୍ତି । ଆମେ ରେଲୱେର ୧୦୦ ପ୍ରତିଶତ ବିଦ୍ୟୁତିକରଣ ଦିଗରେ କାମ କରୁଛୁ । ଆମେ ରେଲୱେ ଷ୍ଟେନକୁ ବିଜୁଳିରେ ପରିଚାଳନା କରିବା ପାଇଁ ଯୋଜନା କରୁଛୁ,ଯେଉଁଥି ପାଇଁ ସୋଲାର ଉର୍ଜା ବ୍ୟବହାର କରାଯିବ । ଆମେ ରେଲୱେ ଷ୍ଟେସନଗୁଡ଼ିକରେ ଜନଔଷଧି ସ୍ଥାପନ କରୁଛୁ । ଏହି ସୁଧାର ରେଲୱେରେ ମେଡ୍ ଇନ୍ ଇଣ୍ଡିଆ ପାଇଁ ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବ ।
ପଢନ୍ତୁ: ଦୌଡ଼ିଲା ଭୁବନେଶ୍ବର-ବିଶାଖାପାଟନମ୍ ବନ୍ଦେ ଭାରତ; ବିଭିନ୍ନ ରେଳ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦୀ ରେଲୱେର ବଦଳୁଥିବା ଦୃଶ୍ୟପଟ ଉପରେ ଆଲୋକପାତ କରିଛନ୍ତି ଏବଂ ଦ୍ରୁତ ବେଗରେ ରେଲୱେ ଟ୍ରାକ୍ ପକାଯିବ, ୧୩୦୦ରୁ ଅଧିକ ରେଲୱେ ଷ୍ଟେସନର ପୁନର୍ବିକାଶ, ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ପରି ଭବିଷ୍ୟତ ପିଢିର ଟ୍ରେନକୁ ସବୁଜ ସଂକେତ ଦେଖାଇବା ଏବଂ ଆଧୁନିକ ଇଞ୍ଜିନର ଉନ୍ମୋଚନ ବିଷୟ କଥା କହିଛନ୍ତି ।