୧୦ ବର୍ଷର ଯନ୍ତ୍ରଣାରୁ ମୁକ୍ତ ହେଲେ ଅନୁଭବ ମହାନ୍ତି

ଏକ ଲମ୍ବା ଫାଇଟ୍ ପରେ ଶେଷରେ ଏ ପ୍ରେମ ବିବାହରେ ପଡ଼ିଲା ପୂର୍ଣ୍ଣଚ୍ଛେଦ.. ସତ କହିବାକୁ ଗଲେ କୋର୍ଟଙ୍କ ନିର୍ଦ୍ଦେଶର ବହୁ ପୂର୍ବରୁ ବର୍ଷା ଅନୁଭବ ମାନସିକ ସ୍ତରରେ ହିଁ ଦୂରେଇ ଯାଇଥିଲେ.. ବାକି ଯାହା ରହିଯାଇଥିଲା ବିବାହ ବନ୍ଧନରୁ ମୁକ୍ତି ଲାଗି ଅନୁମତି..ସେତକ ବି ମିଳିଗଲା..

୧୦ ବର୍ଷର ଯନ୍ତ୍ରଣାରୁ ମୁକ୍ତ ହେଲେ ଅନୁଭବ ମହାନ୍ତି

ଠିକ୍ ୧୦ ବର୍ଷ ପୂର୍ବେ ପଡ଼ିଥିଲା ହାତଗଣ୍ଠି.. କାଲିଥିଲା ବିବାହ ବାର୍ଷିକୀ..ଏହାର ଠିକ୍ ଦିନକ ପୂର୍ବରୁ ସଂଯୋଗ ଭାବେ ମିଳିଗଲା ଛାଡ଼ପତ୍ର..ପ୍ରଥମେ ପ୍ରେମ ପରେ ଭୁଲ ବୁଝାମଣା, ଆରୋପ ପ୍ରତ୍ୟାରୋପ, କୋର୍ଟ କଚେରୀ ଦୀର୍ଘ ଦିନର ସଂଘର୍ଷ ଆଉ ଶେଷରେ ବିଚ୍ଛେଦ..କିଛି ଏମିତି ଘଟିଲା ଦିନେ ବେଷ୍ଟ କପଲ୍ କୁହାଯାଉଥିବା ଅନୁଭବ ବର୍ଷାଙ୍କ ଲଭଷ୍ଟୋରୀ ଆଉ ମେରେଜର ଦି-ଏଣ୍ଡ..