୧୦ ଲକ୍ଷ ବ୍ୟୟ ଅଟକଳରେ ଶିଶୁ ଉଦ୍ୟାନର ଭୂମିପୂଜନ
କେସିଙ୍ଗା,୪ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମପଞ୍ଚାୟର ପଥର୍ଲା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ବିଶ୍ୱନାଥ ଶୈବପୀଠ ପରିସରରେ ମନରେଗା ଯୋଜନାରୁ ୧୦ଲକ୍ଷ ବ୍ୟୟ ଅଟକଳରେ ଶିଶୁ ଉଦ୍ୟାନ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଦ୍ୱାରା ଭୂମି ପୂଜନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଥିଲା। ଅତିଥିମାନଙ୍କୁ ସ୍ବାଗତ କରାଯାଇ ଉପେଔକନ ଦେଇ ମନ୍ଦିର କମିଟି ପକ୍ଷରୁ ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ବାଇଁ ଶ୍ରୀଫଳ […] The post ୧୦ ଲକ୍ଷ ବ୍ୟୟ ଅଟକଳରେ ଶିଶୁ ଉଦ୍ୟାନର ଭୂମିପୂଜନ appeared first on Dharitri Odia News.
କେସିଙ୍ଗା,୪ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମପଞ୍ଚାୟର ପଥର୍ଲା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ବିଶ୍ୱନାଥ ଶୈବପୀଠ ପରିସରରେ ମନରେଗା ଯୋଜନାରୁ ୧୦ଲକ୍ଷ ବ୍ୟୟ ଅଟକଳରେ ଶିଶୁ ଉଦ୍ୟାନ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଦ୍ୱାରା ଭୂମି ପୂଜନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଥିଲା। ଅତିଥିମାନଙ୍କୁ ସ୍ବାଗତ କରାଯାଇ ଉପେଔକନ ଦେଇ ମନ୍ଦିର କମିଟି ପକ୍ଷରୁ ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ବାଇଁ ଶ୍ରୀଫଳ ଭାଙ୍ଗି ଭୂମିପୂଜନ କରିଥିଲେ। ଏହି ଶିଶୁ ଉଦ୍ୟାନଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଶୈବ ମନ୍ଦିର ପରିବେଶ ସୁନ୍ଦର ହେବା ସହ ଶିଶୁମାନଙ୍କ ସ୍ବାସ୍ଥ୍ୟଗତ, ମାନସିକ, ବୌଦ୍ଧିକ ଆଦି ପ୍ରଗତି ହେବ ବୋଲି ବିଡିଓ ପ୍ରକାଶ କରିଥିଲେ। ଆଇପିଓ ସନ୍ତୋଷ କୁମାର ପଣ୍ଡା, ମନେରେଗା ଆସିଷ୍ଟାଣ୍ଡ ବିରଞ୍ଚି ଗହୀର, କନିଷ୍ଠ ଯନ୍ତ୍ରୀ ଜୟା ଶ୍ରୀ ସନ୍ଧ୍ୟା ପର ଲସିଙ୍ଗା ପଞ୍ଚାୟତ ସରପଞ୍ଚ କୃତାଞ୍ଜଳ ଗଉଡ଼, ନାଏବ ସରପଞ୍ଚ ଗୀତାଞ୍ଜଳି ସାହୁ, ନିର୍ବାହୀ ଅଧିକାରୀ ଝସକେତନ ସାହୁ, ଜିଆର୍ଏସ୍ ଦୋଳି ଭୋଇ, ବିଏଫ୍ଟି ହୀମାଞ୍ଚଳ ନାଏକ, ମେଟ ବନ ବିହାରୀ ସାହୁ, ଓ୍ବାର୍ଡ ସଭ୍ୟ ଉତ୍ତର ମାଝୀ, ସଭ୍ୟା ପୂର୍ଣ୍ଣମୀ ସାହୁଙ୍କ ସମେତ ପଥର୍ଲା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଭୂମିପୂଜନରେ ସହଯୋଗ କରିଥିଲେ।
The post ୧୦ ଲକ୍ଷ ବ୍ୟୟ ଅଟକଳରେ ଶିଶୁ ଉଦ୍ୟାନର ଭୂମିପୂଜନ appeared first on Dharitri Odia News.