୧୦୦ ଦିନରେ ମୋହନ ସରକାର । ଶରଧାବାଲିରୁ ବଖାଣିଲେ ସଫଳତା । ମୋହନ ମାଝୀ କହିଲେ....

କନକ ବ୍ୟୁରୋ: ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଛି ।  ଶହେ ଦିନ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି । ଆଉ ଶରଧା ବାଲିରୁ ମୋହନ ସରକାରଙ୍କ ଶହେ ଦିନର ସଫଳତାକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସାଂସଦ । ୧୦୦ ଦିନରେ ମୋହନ ସରକାର ଶରଧା ବାଲିରେ ବଖାଣିଲେ ସଫଳତା  ରାଜ୍ୟରେ ପ୍ରଥମଥର କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ୧୦୦ ଦିନ ପୂରିଛି । ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରୁ ଶହେ ଦିନର ସଫଳତାକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ସାଂସଦ ଓ ବିଧାୟକ । ନିବାର୍ଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ସରକାର କେମିତି ପୂରଣ କରିଛି ତାର ଗୋଟି ଗୋଟି ହିସାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି...  ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରାଚୀରକୁ ହଟାଇ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଇଛି ରତ୍ନଭଣ୍ଡାର ଖୋଲି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି ସୁଭଦ୍ରା ଯୋଜନାରେ ମହିଳାଙ୍କ ପାଖକୁ ଟଙ୍କା ଦିଆଯାଇଛି  ଏଥିସହ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୂଆ ଏହି ୫ ବର୍ଷରେ ପଡିବ ।  ବିକଶିତ ଭାରତରେ ଓଡ଼ିଶା ବିକାଶ ରେଳଗାଡିରେ ପ୍ରଥମ ବଗି ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଅନ୍ୟପ

୧୦୦ ଦିନରେ ମୋହନ ସରକାର । ଶରଧାବାଲିରୁ ବଖାଣିଲେ ସଫଳତା । ମୋହନ ମାଝୀ କହିଲେ....

କନକ ବ୍ୟୁରୋ: ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଛି ।  ଶହେ ଦିନ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି । ଆଉ ଶରଧା ବାଲିରୁ ମୋହନ ସରକାରଙ୍କ ଶହେ ଦିନର ସଫଳତାକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସାଂସଦ ।

  • ୧୦୦ ଦିନରେ ମୋହନ ସରକାର
  • ଶରଧା ବାଲିରେ ବଖାଣିଲେ ସଫଳତା 

ରାଜ୍ୟରେ ପ୍ରଥମଥର କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ୧୦୦ ଦିନ ପୂରିଛି । ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରୁ ଶହେ ଦିନର ସଫଳତାକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ସାଂସଦ ଓ ବିଧାୟକ । ନିବାର୍ଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ସରକାର କେମିତି ପୂରଣ କରିଛି ତାର ଗୋଟି ଗୋଟି ହିସାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି... 

  • ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରାଚୀରକୁ ହଟାଇ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଇଛି
  • ରତ୍ନଭଣ୍ଡାର ଖୋଲି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି
  • ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି
  • ସୁଭଦ୍ରା ଯୋଜନାରେ ମହିଳାଙ୍କ ପାଖକୁ ଟଙ୍କା ଦିଆଯାଇଛି 

ଏଥିସହ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୂଆ ଏହି ୫ ବର୍ଷରେ ପଡିବ ।  ବିକଶିତ ଭାରତରେ ଓଡ଼ିଶା ବିକାଶ ରେଳଗାଡିରେ ପ୍ରଥମ ବଗି ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ରାଜ୍ୟ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଶହେ ଦିନର ସଫଳତା ବଖାଣିଛନ୍ତି । ଶହେ ଦିନରେ ସମ୍ପୂର୍ଣ୍ଣ ବିକାଶ ହୋଇନଥିଲେ ବି ବିକାଶର ଭିତ୍ତିଭୂମି ପଡିଛି ବୋଲି ଦୃଢ଼ତାର ସହ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 

ମୋହନ କ୍ୟାବିନେଟ କେବଳ ଶହେ ଦିନର ସଫଳତା ବଖାଣି ନାହାନ୍ତି, ଆଗାମୀ ୫ ବର୍ଷରେ ବିଜେପି କଣ କରିବ ତାର ରୂପରେଖ ସାମନାରେ ରଖିଛନ୍ତି । ଏଥିସହ ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ୨୦ରୁ ୨୨ ତାରିଖ ଯାଏଁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବାକୁ ଯୋଜନା ହୋଇଛି ।