ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ: ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨୭।୮: ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ନୌରେ ଥିବା ତାଙ୍କ ସରକାରୀ ବାସଭବନରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ସମୟରେ ତାଙ୍କୁ ଧଳା ଟି-ଶର୍ଟ ଏବଂ କଳା ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା। ଏହି ସାକ୍ଷାତବେଳେ ଉତ୍ତରପ୍ରଦେଶର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଡାନିସ୍‌ ଆଜାଦ ଅନସାରୀ ମଧ୍ୟ ଉପସ୍ଥିତ ଥିଲେ। ରିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଏହି ସାକ୍ଷାତର ଫଟୋ ଶେୟାର କରିଥିଲେ। ଦ୍ୱିତୀୟ […] The post ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ: ଜାଣନ୍ତୁ କାହିଁକି appeared first on Dharitri Odia News.

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ: ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨୭।୮: ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ନୌରେ ଥିବା ତାଙ୍କ ସରକାରୀ ବାସଭବନରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ସମୟରେ ତାଙ୍କୁ ଧଳା ଟି-ଶର୍ଟ ଏବଂ କଳା ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା।

ଏହି ସାକ୍ଷାତବେଳେ ଉତ୍ତରପ୍ରଦେଶର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଡାନିସ୍‌ ଆଜାଦ ଅନସାରୀ ମଧ୍ୟ ଉପସ୍ଥିତ ଥିଲେ। ରିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଏହି ସାକ୍ଷାତର ଫଟୋ ଶେୟାର କରିଥିଲେ। ଦ୍ୱିତୀୟ ଫଟୋରେ, ରିଙ୍କୁ ମଧ୍ୟ ବ୍ୟାଟ ଉପରେ ଯୋଗୀଙ୍କ ଅଟୋଗ୍ରାଫ ନେଉଥିବାର ନଜର ଆସିଥିଲେ। ଏହି ଫଟୋଗୁଡ଼ିକର କ୍ୟାପସନ ଦେଇ ଭାରତୀୟ ବ୍ୟାଟ୍ସମ୍ୟାନ ଲେଖିଛନ୍ତି, ମାନ୍ୟବର ମୁଖ୍ୟ ଯୋଗୀ ଆଦିତ୍ୟନାଥ ଜୀଙ୍କୁ ଭେଟି ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି। ଏହି ସୁଯୋଗ ପାଇଁ ମୁଁ କୃତଜ୍ଞ।
ସୂଚନାଯୋଗ୍ୟ ଯେ, ଆଜିକାଲି ରିଙ୍କୁ ୟୁପି ଟି-୨୦ ଲିଗ ୨୦୨୪ରେ ଅଂଶଗ୍ରହଣ କରୁଛନ୍ତି। ଟିମ ଇଣ୍ଡିଆ ପାଇଁ ରିଙ୍କୁ ଏପର୍ଯ୍ୟନ୍ତ ୨ଟି ଦିନିକିଆ ଏବଂ ୨୩ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।

The post ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ: ଜାଣନ୍ତୁ କାହିଁକି appeared first on Dharitri Odia News.