ହିମାଚଳ ପ୍ରଦେଶ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି

ଶିମଲା,୨୮।୨: ହିମାଚଳ ପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଯାଇଛି। ଏହି ସମୟରେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଜୟରାମ ଠାକୁରଙ୍କ ସମେତ ୧୫ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକଙ୍କୁ ନିଲମ୍ବିତ କରି ଗୃହକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ରାଜ୍ୟରେ ବିରାଟ ରାଜନୈତିକ ଅସ୍ଥିରତା ଚାଲିଛି। କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି। ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଥିବା କୁହାଯାଉଛି। […] The post ହିମାଚଳ ପ୍ରଦେଶ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି appeared first on Dharitri Odia News.

ହିମାଚଳ ପ୍ରଦେଶ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି

ଶିମଲା,୨୮।୨: ହିମାଚଳ ପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଯାଇଛି। ଏହି ସମୟରେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଜୟରାମ ଠାକୁରଙ୍କ ସମେତ ୧୫ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକଙ୍କୁ ନିଲମ୍ବିତ କରି ଗୃହକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ରାଜ୍ୟରେ ବିରାଟ ରାଜନୈତିକ ଅସ୍ଥିରତା ଚାଲିଛି। କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି। ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଥିବା କୁହାଯାଉଛି। ଯାହା ପରେ ଏହି ସବୁ ଘଟଣା ଆରମ୍ଭ ହୋଇଛି।

ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ୧୫ ଜଣ ବିଧାୟକଙ୍କୁ ନିଲମ୍ବିତ କରି କହିଛନ୍ତି, ସେମାନଙ୍କ କାର୍ଯ୍ୟ ଅସଂସଦୀୟ। ଯାହା ଏହି ଗୃହ ଏବଂ ବିଧାନସଭାର ସମ୍ମାନକୁ କ୍ଷତି ପହଞ୍ଚାଇଛି ଏବଂ ଏହି ପରିସ୍ଥିତିରେ ଗୃହ ଚଳାଇବା ସମ୍ଭବ ନୁହେଁ। ସେ କହିଛନ୍ତି ମୁଁ ପ୍ରସ୍ତାବ ଦେଉଛି ଯେ ନିମ୍ନଲିଖିତ ସଦସ୍ୟମାନଙ୍କୁ ବିଧାନସଭା ଗୃହରୁ ବହିଷ୍କାର କରାଯାଉ, ଯାହାଫଳରେ ଏହି ସମ୍ମାନଜନକ ଗୃହର ପ୍ରକ୍ରିୟା ସୁରୁଖୁରୁରେ ସଞ୍ଚାଳନ ହୋଇପାରିବ।

The post ହିମାଚଳ ପ୍ରଦେଶ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି appeared first on Dharitri Odia News.