୧୦୦୦ ଟଙ୍କାରୁ କମ୍ ମୂଲ୍ୟର ଫୋନ୍ ବର୍ଗରେ ଜିଓ ଭାରତର ୫୦% ବଜାର ଅଂଶ: ରିଲାଏନ୍ସ ବାର୍ଷିକ ରିପୋର୍ଟ
ଭୁବନେଶ୍ବର: ଜିଓର ସୁଲଭ ୪ଜି ଫିଚର୍ ଫୋନ୍ ଜିଓଭାରତ ୪ଜି ମୋବାଇଲ୍ ଦେଶର ୨ଜି ଏବଂ ୩ଜି ଗ୍ରାହକଙ୍କ ପାଇଁ ଭଲ ବିକଳ୍ପ ହୋଇଛି। କାରଣ ଦେଶରେ ୨ଜି ଏବଂ ୩ଜି ବ୍ୟବହାର କରୁଥିବା ୧ କୋଟିରୁ ଅଧିକ ଗ୍ରାହକ ଜିଓ ଭାରତ ମାଧ୍ୟମରେ ୪ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ମୋବାଇଲ ଫୋନ୍ ବର୍ଗରେ ଜିଓଭାରତ ୪ଜି ଫୋନ ୫୦ ପ୍ରତିଶତ ବଜାର ଅଂଶ ହାସଲ କରିଛି। ରିଲାଏନ୍ସର ନିକଟରେ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।ଜିଓଭାରତ ମୋବାଇଲ୍ ଯୋଗୁଁ, ୨ଜି ଏବଂ ୩ଜି ରୁ ୪ଜିକୁ ବଦଳୁଥିବା ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଦେଶରେ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବାରେ ସହାୟକ ହେଉଛି। ଉଲ୍ଳେଖଯୋଗ୍ୟ ଯେ ଯେ, ଦେଶରେ ପ୍ରାୟ ୨୫ କୋଟି ଗ୍ରାହକ ଏବେବି ଫିଚର ଫୋନ୍ ବ୍ୟବହାର କରୁଛନ୍ତି | ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅଂଶୀଦାର (ସେୟାରହୋଲ୍ଡର) ମାନଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ଦେଶର ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଜିଓଭାରତ ଫୋନର ଶୁଭାରମ୍ଭ ହେଉଛି ଆଉ ଏକ ବୈପ୍ଳବିକ ପଦକ୍ଷେପ। ୨ଜି ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହା ଏକ ପ୍ରମୁଖ ପଦକ୍ଷେପ ହୋଇଛି।" ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସେବାରେ ସଶକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହୋଇଥିବା ଜିଓଭାରତ ଦେଶର ୨୫ କୋଟି ଫିଚର ଫୋନ ବ୍ୟବହାରକାରୀଙ୍କ ପାଇଁ ଡି
ଭୁବନେଶ୍ବର: ଜିଓର ସୁଲଭ ୪ଜି ଫିଚର୍ ଫୋନ୍ ଜିଓଭାରତ ୪ଜି ମୋବାଇଲ୍ ଦେଶର ୨ଜି ଏବଂ ୩ଜି ଗ୍ରାହକଙ୍କ ପାଇଁ ଭଲ ବିକଳ୍ପ ହୋଇଛି। କାରଣ ଦେଶରେ ୨ଜି ଏବଂ ୩ଜି ବ୍ୟବହାର କରୁଥିବା ୧ କୋଟିରୁ ଅଧିକ ଗ୍ରାହକ ଜିଓ ଭାରତ ମାଧ୍ୟମରେ ୪ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ମୋବାଇଲ ଫୋନ୍ ବର୍ଗରେ ଜିଓଭାରତ ୪ଜି ଫୋନ ୫୦ ପ୍ରତିଶତ ବଜାର ଅଂଶ ହାସଲ କରିଛି। ରିଲାଏନ୍ସର ନିକଟରେ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।
ଜିଓଭାରତ ମୋବାଇଲ୍ ଯୋଗୁଁ, ୨ଜି ଏବଂ ୩ଜି ରୁ ୪ଜିକୁ ବଦଳୁଥିବା ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଦେଶରେ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବାରେ ସହାୟକ ହେଉଛି। ଉଲ୍ଳେଖଯୋଗ୍ୟ ଯେ ଯେ, ଦେଶରେ ପ୍ରାୟ ୨୫ କୋଟି ଗ୍ରାହକ ଏବେବି ଫିଚର ଫୋନ୍ ବ୍ୟବହାର କରୁଛନ୍ତି |
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅଂଶୀଦାର (ସେୟାରହୋଲ୍ଡର) ମାନଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ଦେଶର ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଜିଓଭାରତ ଫୋନର ଶୁଭାରମ୍ଭ ହେଉଛି ଆଉ ଏକ ବୈପ୍ଳବିକ ପଦକ୍ଷେପ। ୨ଜି ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହା ଏକ ପ୍ରମୁଖ ପଦକ୍ଷେପ ହୋଇଛି।"
ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସେବାରେ ସଶକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହୋଇଥିବା ଜିଓଭାରତ ଦେଶର ୨୫ କୋଟି ଫିଚର ଫୋନ ବ୍ୟବହାରକାରୀଙ୍କ ପାଇଁ ଡିଜିଟାଲ ସ୍ୱାଧୀନତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି ।
ବର୍ଷକ ତଳେ ଜିଓଭାରତ ୪ଜି ଉନ୍ମୋଚିତ ହେବା ପରଠାରୁ ୟୁପିଆଇ, ଜିଓସିନେମା ଏବଂ ଜିଓଟିଭି ଭଳି ସୁବିଧା ଏବଂ ଡିଜିଟାଲ ସାମର୍ଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି । ଫଳରେ ସମାଜର ବିଭିନ୍ନ ବର୍ଗ ଅଧିକ ସଫଳତା ହାସଲ କରିପାରିଛନ୍ତି । ଏହି ଅତ୍ୟାଧୁନିକ ସୁଲଭ ଡିଭାଇସ୍ କେବଳ ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ୍ କ୍ଷମତା ପ୍ରଦାନ କରିନାହିଁ, ବରଂ ଉଚ୍ଚ ଗୁଣବତା ଏବଂ ସୁଲଭ ଡାଟା ମଧ୍ୟ ପ୍ରଦାନ କରୁଛି ଯାହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରିଛି ।
ନିକଟରେ ଶିଳ୍ପବ୍ୟାପୀ ଶୁଳ୍କ ବୃଦ୍ଧି ସତ୍ତ୍ୱେ ଜିଓଭାରତ ୪ଜି ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଜିଓ ପୂର୍ବଭଳି ଦର (ଟାରିଫ) ବଜାୟ ରଖିଛି । ଏହାଦ୍ୱାରା ଉପଭୋକ୍ତାମାନେ ମାସକୁ ମାତ୍ର ୧୨୩ ଟଙ୍କାରେ ସମ୍ପୂର୍ଣ୍ଣ ଡିଜିଟାଲ ସୁବିଧା ଉପଭୋଗ କରିପାରୁଛନ୍ତି । ଅପରପକ୍ଷରେ, ଅନ୍ୟ ସବୁ ଅପରେଟରମାନଙ୍କର ସବୁଠାରୁ ସୁଲଭ ପ୍ଲାନ୍ ମାସିକ ୧୯୯ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଭଏସ୍ ଓ ଏସ୍ଏମ୍ଏସ୍ ସେବା ସୀମିତ ଭାବେ ଉପଲବ୍ଧ ହେଉଛି । କାରଣ ସେମାନଙ୍କ ଫିଚର ଫୋନ୍ ଡାଟା କିମ୍ବା ଏଲଟିଇ ବ୍ୟବହାରକୁ ସମର୍ଥନ କରୁନାହିଁ ।