୧୦୦୦ ୟୁକ୍ରେନୀୟ ସୈନିକଙ୍କ ମୃତ ଦେହ ଫେରାଇଲା ରୁଷ, ଯୁଦ୍ଧ ଭିତରେ ମାନବୀୟ ବୁଝାମଣା

ନୂଆଦିଲ୍ଲୀ: ଗତ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଓ ରୁଷ ଯୁଦ୍ଧ ଶେଷ ହେବାର ନାଁ ଧରୁ ନାହିଁ । ସବୁ ଉଦ୍ୟମ ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ରୋକିବାରେ ଫେଲ୍ ମାରିଛନ୍ତି । ପୁଟିନ ଜାଣିଶୁଣି ଯୁଦ୍ଧରୁ ବଢାଉଛନ୍ତି ଓ ୟୁକ୍ରେନ ମାଟି ଉପରେ କବଜା କରୁଥିବା ସେ ଅଭିଯୋଗ କରୁଛନ୍ତି । ତେବେ ଏହାରି ଭିତରେ ରୁଷ ଓ ୟୁକ୍ରେନ ମଧ୍ୟରେ ମାନବିକତା ଦୃଷ୍ଟିରୁ ଏକ ବଡ଼ ବୁଝାମଣା ସାମନାକୁ ଆସିଛି ।ଦୁଇ ଦେଶ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକଙ୍କ ମୃତଦେହକୁ ପରସ୍ପର ସହ ଅଦଳ-ବଦଳ କରିଛନ୍ତି । ୨୦୨୫ ଜୁନରେ ହୋଇଥିବା ବୁଝାମଣା ଅନୁସାରେ ପଞ୍ଚମ ଥର ଏପରି ହୋଇଛି । କ୍ରେମଲିନର ଶୀର୍ଷ ପରାମର୍ଶଦାତା ଭ୍ଲାଦିମିର ମେଦିନସ୍କି ସୂଚନା ଦେଇ କହିଛନ୍ତି, ୧୦୦୦ ୟୁକ୍ରେନୀୟ ସୈନିକଙ୍କ ମୃତ ଦେହକୁ ୟୁକ୍ରେନକୁ ହସ୍ତାନ୍ତର କରାଯାଇଛି । ବଦଳରେ ରୁଷର ୧୯ ଜଣ ସୈନିକଙ୍କ ମୃତଦେହକୁ ୟୁକ୍ରେନ ଫେରାଇଛି । ଏହି ପ୍ରକ୍ରିୟା ଦୁଇ ଦେଶ ମଧ୍ୟରେ ଜାରି ଉତ୍ତେଜନା ଭିତରେ ଏକ ବିରଳ କିନ୍ତୁ ସକାରାତ୍ମକ ସଂକେତ ରୁପେ ଦେଖାଯାଉଛି ।ଉଲ୍ଲେଖଯୋଗ୍ୟ ଯେ ଜୁନ୍ ୯ରେ ପ୍ରଥମ ଥର ରୁଷ ଓ ୟୁକ୍ରେନ ମଧ୍ୟରେ ମୃତ ସୈନିଙ୍କ ଶବକୁ ହସ୍ତାନ୍ତର କରାଯାଇଥିଲା । ତୁର୍କୀର ଇସ୍ତାନବୁଲ ସହରରେ ଗୁପ୍ତ ଭାବରେ ହୋଇଥିବା ବୈଠକରେ ଏହା ଉପରେ ଦୁଇ ଦେଶ ସହମତି ଦେଇଥିଲେ । ଏହାପରଠୁ ଦୁଇ ଦେଶ ମଧ୍ୟରେ ପାଞ୍ଚ ଥର ସୈନିକଙ୍କ ମୃତଦେହ ହସ୍ତାନ୍ତର ପ୍ରକ୍ରି

୧୦୦୦ ୟୁକ୍ରେନୀୟ ସୈନିକଙ୍କ ମୃତ ଦେହ ଫେରାଇଲା ରୁଷ, ଯୁଦ୍ଧ ଭିତରେ ମାନବୀୟ ବୁଝାମଣା

ନୂଆଦିଲ୍ଲୀ: ଗତ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଓ ରୁଷ ଯୁଦ୍ଧ ଶେଷ ହେବାର ନାଁ ଧରୁ ନାହିଁ । ସବୁ ଉଦ୍ୟମ ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ରୋକିବାରେ ଫେଲ୍ ମାରିଛନ୍ତି । ପୁଟିନ ଜାଣିଶୁଣି ଯୁଦ୍ଧରୁ ବଢାଉଛନ୍ତି ଓ ୟୁକ୍ରେନ ମାଟି ଉପରେ କବଜା କରୁଥିବା ସେ ଅଭିଯୋଗ କରୁଛନ୍ତି । ତେବେ ଏହାରି ଭିତରେ ରୁଷ ଓ ୟୁକ୍ରେନ ମଧ୍ୟରେ ମାନବିକତା ଦୃଷ୍ଟିରୁ ଏକ ବଡ଼ ବୁଝାମଣା ସାମନାକୁ ଆସିଛି ।

ଦୁଇ ଦେଶ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକଙ୍କ ମୃତଦେହକୁ ପରସ୍ପର ସହ ଅଦଳ-ବଦଳ କରିଛନ୍ତି । ୨୦୨୫ ଜୁନରେ ହୋଇଥିବା ବୁଝାମଣା ଅନୁସାରେ ପଞ୍ଚମ ଥର ଏପରି ହୋଇଛି । କ୍ରେମଲିନର ଶୀର୍ଷ ପରାମର୍ଶଦାତା ଭ୍ଲାଦିମିର ମେଦିନସ୍କି ସୂଚନା ଦେଇ କହିଛନ୍ତି, ୧୦୦୦ ୟୁକ୍ରେନୀୟ ସୈନିକଙ୍କ ମୃତ ଦେହକୁ ୟୁକ୍ରେନକୁ ହସ୍ତାନ୍ତର କରାଯାଇଛି । ବଦଳରେ ରୁଷର ୧୯ ଜଣ ସୈନିକଙ୍କ ମୃତଦେହକୁ ୟୁକ୍ରେନ ଫେରାଇଛି । ଏହି ପ୍ରକ୍ରିୟା ଦୁଇ ଦେଶ ମଧ୍ୟରେ ଜାରି ଉତ୍ତେଜନା ଭିତରେ ଏକ ବିରଳ କିନ୍ତୁ ସକାରାତ୍ମକ ସଂକେତ ରୁପେ ଦେଖାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଜୁନ୍ ୯ରେ ପ୍ରଥମ ଥର ରୁଷ ଓ ୟୁକ୍ରେନ ମଧ୍ୟରେ ମୃତ ସୈନିଙ୍କ ଶବକୁ ହସ୍ତାନ୍ତର କରାଯାଇଥିଲା । ତୁର୍କୀର ଇସ୍ତାନବୁଲ ସହରରେ ଗୁପ୍ତ ଭାବରେ ହୋଇଥିବା ବୈଠକରେ ଏହା ଉପରେ ଦୁଇ ଦେଶ ସହମତି ଦେଇଥିଲେ । ଏହାପରଠୁ ଦୁଇ ଦେଶ ମଧ୍ୟରେ ପାଞ୍ଚ ଥର ସୈନିକଙ୍କ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ମୃତ ଦେହ ହସ୍ତାନ୍ତର ପ୍ରକ୍ରିୟା ସ୍ୱାସ୍ଥ୍ୟ, ନ୍ୟାୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ସମନ୍ୱୟରେ ହୋଇଛି । ଏହି ପଦେକ୍ଷପ ଯୁଦ୍ଧବିରତି ଦିଗରେ ସିଧା ପଦକ୍ଷେପ ନହୋଇପାରେ, କିନ୍ତୁ ଦୁଇ ଦେଶ ମାନବୀୟ ମୂଲ୍ୟବୋଧକୁ ସମ୍ମାନ କରୁଥିବା ସଂକେତ ଦେଉଛି ।