୧୦,୦୦୦ ମିଟର ରେସ୍ରେ ଗୁଲ୍ବୀରଙ୍କ ଜାତୀୟ ରେକର୍ଡ
ନୂଆଦିଲ୍ଲୀ,୩୦ା୩: କାଲିଫର୍ନିଆର ସାନ୍ ଜୁଆନ କାପିଷ୍ଟ୍ରାନୋଠାରେ ଓ୍ବାଲର୍ଡ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ଅନ୍ତର୍ଗତ ଦି ଟେନ୍ ଟ୍ରାକ୍ ଫେଷ୍ଟିଭାଲ ଇଭେଣ୍ଟର ୧୦, ୦୦୦ ମିଟର ରେସ୍ରେ ଭାରତର ଲଙ୍ଗ ଡିଷ୍ଟାନ୍ସ ରନର ଗୁଲ୍ବୀର ସିଂ ତାଙ୍କ ନାମରେ ରହିଥିବା ଜାତୀୟ ରେକର୍ଡକୁ ଭଙ୍ଗ କରିଛନ୍ତି। ପ୍ରତିଯୋଗିତାରେ କିନ୍ତୁ ସେ ୬ଷ୍ଠ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଟାଇମିଂ ୨୭:୦୦.୨୨ ମିନିଟ ରହିଥିଲା। ହାଙ୍ଗ୍ଝୋ ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ଧାବକ ଏହାପୂର୍ବରୁ ଗତବର୍ଷ ନଭେମ୍ବରରେ ଜାପାନର […] The post ୧୦,୦୦୦ ମିଟର ରେସ୍ରେ ଗୁଲ୍ବୀରଙ୍କ ଜାତୀୟ ରେକର୍ଡ appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୩: କାଲିଫର୍ନିଆର ସାନ୍ ଜୁଆନ କାପିଷ୍ଟ୍ରାନୋଠାରେ ଓ୍ବାଲର୍ଡ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ଅନ୍ତର୍ଗତ ଦି ଟେନ୍ ଟ୍ରାକ୍ ଫେଷ୍ଟିଭାଲ ଇଭେଣ୍ଟର ୧୦, ୦୦୦ ମିଟର ରେସ୍ରେ ଭାରତର ଲଙ୍ଗ ଡିଷ୍ଟାନ୍ସ ରନର ଗୁଲ୍ବୀର ସିଂ ତାଙ୍କ ନାମରେ ରହିଥିବା ଜାତୀୟ ରେକର୍ଡକୁ ଭଙ୍ଗ କରିଛନ୍ତି।
ପ୍ରତିଯୋଗିତାରେ କିନ୍ତୁ ସେ ୬ଷ୍ଠ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଟାଇମିଂ ୨୭:୦୦.୨୨ ମିନିଟ ରହିଥିଲା। ହାଙ୍ଗ୍ଝୋ ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ଧାବକ ଏହାପୂର୍ବରୁ ଗତବର୍ଷ ନଭେମ୍ବରରେ ଜାପାନର ହାଚିଓଜିଠାରେ ୨୭:୧୪.୮୮ ଟାଇମିଂରେ ରେକର୍ଡର ଅଧିକାରୀ ହୋଇଥିଲେ। ଭାରତୀୟ ଆର୍ମିରେ କାର୍ଯ୍ୟରତ ଉତ୍ତର ପ୍ରଦେଶର ୨୬ ବର୍ଷୀୟ ଗୁଲ୍ବୀରଙ୍କ ନାମରେ ଆହୁରି ମଧ୍ୟ ୧୩:୧୧.୮୨ ମିନିଟ ଟାଇମିଂରେ ୫,୦୦୦ ମିଟର ଦୌଡ଼ ଜାତୀୟ ରେକର୍ଡ ରହିଛି ।
The post ୧୦,୦୦୦ ମିଟର ରେସ୍ରେ ଗୁଲ୍ବୀରଙ୍କ ଜାତୀୟ ରେକର୍ଡ appeared first on Dharitri Odia News.