୧୦୫ତମ ସ୍ଥାନରେ ଭାରତ
ନୂଆଦିଲ୍ଲୀ,୧୨ା୧୦: ‘କନ୍ସର୍ନ ଓ୍ବାଲର୍ଡଓ୍ବାଇଡ୍’ ଏବଂ ‘ଓ୍ବେଲ୍ଥ ହଙ୍ଗର ଲାଇଫ୍’ ପକ୍ଷରୁ ମିଳିତ ଭାବେ ବିଶ୍ୱବ୍ୟାପୀ କ୍ଷୁଧା ସ୍ଥିତିକୁ ନେଇ ସର୍ବେକ୍ଷଣ କରାଯିବା ପରେ ଶୁକ୍ରବାର ୧୯ତମ ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍ଆଇ) ସିରିଜ୍ ପ୍ରକାଶ ପାଇଛି। କେଉଁ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ କ୍ଷେତ୍ରରେ ସର୍ବାଧିକ ଦୃଷ୍ଟି ଦିଆଯିବା ଆବଶ୍ୟକ, ତାହା ଉପରେ ଉକ୍ତ ବାର୍ଷିକ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ଭାରତର ସ୍କୋର ୨୭.୩ ରହିଛି। କ୍ଷୁଧା ସମ୍ପର୍କିତ ସର୍ବେକ୍ଷଣ ପାଇଁ ପଦ୍ଧତି ଓ ସମୀକ୍ଷା ଡେଟାରେ ପରିବର୍ତ୍ତନ […] The post ୧୦୫ତମ ସ୍ଥାନରେ ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୧୦: ‘କନ୍ସର୍ନ ଓ୍ବାଲର୍ଡଓ୍ବାଇଡ୍’ ଏବଂ ‘ଓ୍ବେଲ୍ଥ ହଙ୍ଗର ଲାଇଫ୍’ ପକ୍ଷରୁ ମିଳିତ ଭାବେ ବିଶ୍ୱବ୍ୟାପୀ କ୍ଷୁଧା ସ୍ଥିତିକୁ ନେଇ ସର୍ବେକ୍ଷଣ କରାଯିବା ପରେ ଶୁକ୍ରବାର ୧୯ତମ ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍ଆଇ) ସିରିଜ୍ ପ୍ରକାଶ ପାଇଛି। କେଉଁ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ କ୍ଷେତ୍ରରେ ସର୍ବାଧିକ ଦୃଷ୍ଟି ଦିଆଯିବା ଆବଶ୍ୟକ, ତାହା ଉପରେ ଉକ୍ତ ବାର୍ଷିକ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ଭାରତର ସ୍କୋର ୨୭.୩ ରହିଛି। କ୍ଷୁଧା ସମ୍ପର୍କିତ ସର୍ବେକ୍ଷଣ ପାଇଁ ପଦ୍ଧତି ଓ ସମୀକ୍ଷା ଡେଟାରେ ପରିବର୍ତ୍ତନ ଅଣାଯାଇଥିବାରୁ ୨୦୨୪ର ରିପୋର୍ଟକୁ ୨୦୨୩ ରିପୋର୍ଟ ସହିତ ପ୍ରତ୍ୟକ୍ଷ ଭାବେ ତୁଳନା କରାଯାଇପାରିବ ନାହିଁ। ତଥାପି ବିଗତ ବର୍ଷଗୁଡ଼ିକରେ କୁପୋଷଣ ଦେଇ ଗତି କରୁଥିବା ଭାରତର ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ଜିଏଚ୍ଆଇ-୨୦୨୪ରେ ଦର୍ଶାଯାଇଛି। ଜିଏଚ୍ଆଇ-୨୦୧୬ ରେ ଭାରତର ସ୍କୋର ୨୯.୩ ରହିଥିଲା, ଯାହାକି ଗମ୍ଭୀର ସ୍ଥିତିକୁ ଦର୍ଶାଉଥିଲା। ଏହା ପୂର୍ବରୁ ୨୦୦୦ ଓ ୨୦୦୮ ମସିହାରେ ଭାରତର ସ୍ଥିତି ଯଥାକ୍ରମେ ୩୮.୪ ଓ ୩୫.୨ ରହିଥିଲା।
ଶିଶୁ କୁପୋଷଣରେ ଭାରତ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। ବିଶ୍ୱରେ ଦୁର୍ବଳ ସ୍ବାସ୍ଥ୍ୟଜନିତ ଶିଶୁଙ୍କ ମୃତ୍ୟୁ ଆଶଙ୍କା (ଚାଇଲ୍ଡ ଓ୍ବେଷ୍ଟିଂ) ହାର ୧୮.୭% ଥିବାବେଳେ ଷ୍ଟନିଂ ରେଟ୍ ବା କୁପୋଷଣ ଯୋଗୁ ବୟସ ତୁଳନାରେ ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବା ହାର ୩୫% ରହିଛି। ସେହିପରି ୫ ବର୍ଷ ବୟସର ଶିଶୁଙ୍କ ମୃତ୍ୟୁହାର ୨.୯ ପ୍ରତିଶତ ରହିଥିବାବେଳେ କୁପୋଷଣ ହାର ୧୩.୭% ରହିଛି। ଭାରତରେ ଶିଶୁ ମୃତ୍ୟୁ ହାର ୨୦୦୦ ମସିହା ତୁଳନାରେ ବର୍ତ୍ତମାନ ବିଶେଷ ଉନ୍ନତି ଆସିପାରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୨୦୩୦ ସୁଦ୍ଧା କ୍ଷୁଧାମୁକ୍ତି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱରେ ୨୦୧୬ର କ୍ଷୁଧାହାର ହ୍ରାସ ପାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରୁ ଜଣାପଡ଼ିଛି। ୧୨୭ଟି ଦେଶକୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଭାରତର ସ୍ଥାନ ୧୦୫ରେ ରହିଛି। ନେପାଳ ୬୮, ଶ୍ରୀଲଙ୍କା ୫୬ ଓ ବାଂଲାଦେଶ ୮୪ତମ ସ୍ଥାନରେ ରହିଛି। ଏହି ଦେଶଗୁଡ଼ିକର ସ୍ଥିତି ଭାରତଠାରୁ ଅପେକ୍ଷାକୃତ ଭଲ ରହକିଛି। ଅନ୍ୟପକ୍ଷେ ୧୦୯ତମ ସ୍ଥାନରେ ଥିବା ପାକିସ୍ତାନ ସମେତ ୪୨ଟି ରାଷ୍ଟ୍ର ଏବେ ମଧ୍ୟ ଅତ୍ୟନ୍ତ ଗମ୍ଭୀର ସ୍ତରରେ ରହିଛି। କ୍ଷୁଧା, ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ଅସମାନତା, ଲିଙ୍ଗଗତ ହିଂସା ଆଦି ଯୋଗୁ କୁପୋଷଣ ଦୂର କରିବା ଏକ ଚ୍ୟାଲେଞ୍ଜ ରୂପେ ଉଭା ହୋଇଥିବାରୁ କ୍ଷୁଧାମୁକ୍ତି ଲକ୍ଷ୍ୟ ହାସଲ କରାଯାଇପାରି ନ ଥିବା ଏଥିରେ କୁହାଯାଇଛି।
The post ୧୦୫ତମ ସ୍ଥାନରେ ଭାରତ appeared first on Dharitri Odia News.