୧୦୬୧ଟି PGT ପଦ ପାଇଁ ନିଯୁକ୍ତି, ଅନ୍‌ଲାଇନ୍ ଆବେଦନ ଆରମ୍ଭ

ଅନ୍‌ଲାଇନ୍ ବ୍ୟତୀତ ଅନ୍ୟ କୌଣସି ଉପାୟରେ ଆବେଦନ ଗ୍ରହଣୀୟ ହେବ ନାହିଁ।

୧୦୬୧ଟି PGT ପଦ ପାଇଁ ନିଯୁକ୍ତି, ଅନ୍‌ଲାଇନ୍ ଆବେଦନ ଆରମ୍ଭ

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ଗୁଡ଼ିକ (୪୮୮ ବର୍ଗ)ରେ ୧୦୬୧ ଜଣ ପୋଷ୍ଟ ଗ୍ରାଜୁଏଟ ଟିଚର (PGT)ଙ୍କୁ ନିଯୁକ୍ତି ଦେବା ପାଇଁ ଷ୍ଟେଟ ସିଲେକ୍‌ସନ ବୋର୍ଡ (SSB) ପକ୍ଷରୁ ମାର୍ଚ୍ଚ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି (୧୮.୦୩.୨୦୨୪)ଠାରୁ ଆରମ୍ଭ ହୋଇଛି ଅନ୍‌ଲାଇନ୍ ଆବେଦନ। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏପ୍ରିଲ ୧୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍ ଆବେଦନ କରିପାରିବେ। www.ssbodisha.ac.in କୁ ଯାଇ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍‌ଲାଇନ୍ ବ୍ୟତୀତ ଅନ୍ୟ କୌଣସି ଉପାୟରେ ଆବେଦନ ଗ୍ରହଣୀୟ ହେବ ନାହିଁ।

କେଉଁ ବିଷୟରେ କେତେ ପଦବୀରେ ନିଯୁକ୍ତି

୧୦୬୧ଟି PGT ପଦ ମଧ୍ୟରୁ ଉଦ୍ଭିଦ ବିଜ୍ଞାନରେ ୨୯ଟି ଖାଲି ପଡ଼ିଥିବା ରସାୟନ ବିଜ୍ଞାନରେ ୩୫, କମର୍ସରେ ୨୧, ଇକୋନୋମିକ୍‌ସରେ ୧୪୧, ଏଜୁକେସନରେ ୫୦, ଇଂରାଜୀରେ ୧୪୮, ଭୁଗୋଳରେ ୫, ଜିଓଲୋଜିରେ ୨, ହିନ୍ଦୀରେ ୧, ଇତିହାସରେ ୧୪୬, ହୋମ୍ ସାଇନ୍‌ସରେ ୭, ଆଇଆରପିଏମ୍‌ରେ ୨, ଲଜିକ୍‌ରେ ୩୮, ଗଣିତରେ ୩୯, ଓଡ଼ିଆରେ ୧୩୦, ପଦାର୍ଥ ବିଜ୍ଞାନରେ ୩୫, ରାଜନୀତି ବିଜ୍ଞାନରେ ୧୪୪, ସାଇକୋଲୋଜିରେ ୭, ସଂସ୍କୃତରେ ୩୮, ସୋସିଓଲୋଜିରେ ୧୫, ତେଲୁଗୁରେ ୨, ଉର୍ଦ୍ଦୁରେ ୧ ଓ ପ୍ରାଣୀ ବିଜ୍ଞାନରେ ୨୫ଟି ପଦ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀମାନେ ଅତିକମ୍‌ରେ ୫୦ ପ୍ରତିଶତ ନମ୍ବର ରଖି ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀମାନେ B.Ed. କରିଥିବା ଆବଶ୍ୟକ। ତେବେ କମର୍ସ, ଏଜୁକେସନ, ଜିଓଲୋଜି, ହୋମ୍‌ ସାଇନ୍ସ, ଲଜିକ୍, ସାଇକୋଲୋଜି, ସୋସିଓଲୋଜି, ଆଇଆରପିଏମ୍‌, ତେଲୁଗୁ ଓ ଉର୍ଦ୍ଦୁ ବିଷୟ ପାଇଁ ଯେଉଁ PGT ମାନଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ପାଇଁ B.Ed. ବାଧ୍ୟତାମୂଳକ ନୁହେଁ। ଉଦ୍ଭିବ ବିଜ୍ଞାନ, ରସାୟନ ବିଜ୍ଞାନ, ଇକୋନୋମିକ୍ସ, ଇଂରାଜୀ, ଭୂଗୋଳ, ହିନ୍ଦୀ, ଇତିହାସ, ଗଣିତ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ, ସଂସ୍କୃତ ଓ ପ୍ରାଣୀ ବିଜ୍ଞାନ ବିଷୟ ପାଇଁ ଯେଉଁ ପିଜିଟିମାନେ ନିଯୁକ୍ତ ପାଇବେ ସେମାନଙ୍କ ପାଇଁ B.Ed. ବାଧ୍ୟତାମୂଳକ।

ବୟସ ସୀମା

ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ରହିଛି। ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ସମସ୍ତ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ଏହି ତାରିଖ ସୁଦ୍ଧା ସମସ୍ତ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୮ ବର୍ଷ ହୋଇଥିବା ଆବଶ୍ୟକ। ଏସ୍‌ସି, ଏସ୍‌ଟି, ଏସ୍‌ଇବିସି, ମହିଳା ଓ ଏକ୍ସ-ସର୍ଭିସମେନଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ କରାଯାଇଛି।

ଏହି ବିଜ୍ଞପ୍ତି ସଂପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ State Selection Board (SSB) ର ୱେବ୍‌ସାଇଟ୍‌କୁ ଯାଇ What’s Newରେ ଦେଖିପାରିବେ।