୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ

ରରୁଆଁ ଥାନା ଅନ୍ତର୍ଗତ ବଡ଼ବିଲ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦୁତ ଖୁଣ୍ଟରେ ଚଢି ଯୁବକଙ୍କ ମୃତ୍ୟୁ ହୋଇଛି।

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ

୧୧ କେଭି ବିଦୂତ ଖୁଣ୍ଟରେ ଲାଗି ଯୁବକ ମୃତ। ହୁତୁ ହୁତୁ ହେଇ ଜଳିଗଲା ଶରୀର। ରରୁଆଁ ଥାନା ଅନ୍ତର୍ଗତ ବଡ଼ବିଲ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦୁତ ଖୁଣ୍ଟରେ ଚଢି ଯୁବକଙ୍କ ମୃତ୍ୟୁ ହୋଇଛି। ଶରୀରରେ ବିଦୁତ ଲାଗିବା କାରଣରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି।

ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ନରହରି ମହାନ୍ତି (୨୭) ବୋଲି ଜଣାପଡିଛି। ତେବେ ସିଏ କାହିଁକି ବିଦୂତ ଖୁଣ୍ଟରେ ଚଢ଼ିଲେ ତାହା ଅସ୍ପଷ୍ଟ ଥିବା ବେଳେ ଦୁର୍ଘଟଣା ସ୍ଥଳରେ ରରୁଆଁ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଯୁବକ ଜଣକଙ୍କ କେଉଁ କାରଣ ପାଇଁ ବିଦୁତ ଖୁଣ୍ଟରେ ଚଢିଲେ ପୋଲିସ ତଦନ୍ତ କରୁଛି।