୧୧ ଜଣ ପୋଲିସ୍ଙ୍କୁ ନିଲମ଼୍ବନ ଆଦେଶ ଦେଲେ ଏସ୍ପି, ଗଞ୍ଜେଇ ମାଫିଆଙ୍କ ସହ…
କୋରାପୁଟ, ୧୪।୦୮(ଅନୀତା ବେହେରା): କୋରାପୁଟ ପୋଲିସ୍ ଅଧିକ୍ଷକଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ୧୧ ପୋଲିସ୍ କର୍ମଚାରୀଙ୍କୁ ନିଲମ଼୍ବନ ଆଦେଶ ଦେଇଛନ୍ତି ଏସ୍ପି । ଏହି କର୍ମଚାରୀ ଗଞ୍ଜେଇ ମାଫିଆଙ୍କୁ ପିଛା କରି ସେମାନଙ୍କ ସହ ଡିଲ କରିଥିବା ଅଭିଯୋଗ ହୋଇଥିଲା । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ଏସଆଇ, ୨ ଜଣ ଏପିଏଫ ଓ ୨ ଜଣ କନଷ୍ଟେବଳ ଅଛନ୍ତି। ଏଥିସହ ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ସସ୍ପେଣ୍ଡ କରାଯାଇଥିବା ବେଳେ ତାଲିମ ନେଉଥିବା […] The post ୧୧ ଜଣ ପୋଲିସ୍ଙ୍କୁ ନିଲମ଼୍ବନ ଆଦେଶ ଦେଲେ ଏସ୍ପି, ଗଞ୍ଜେଇ ମାଫିଆଙ୍କ ସହ… appeared first on Dharitri Odia News.
କୋରାପୁଟ, ୧୪।୦୮(ଅନୀତା ବେହେରା): କୋରାପୁଟ ପୋଲିସ୍ ଅଧିକ୍ଷକଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ୧୧ ପୋଲିସ୍ କର୍ମଚାରୀଙ୍କୁ ନିଲମ଼୍ବନ ଆଦେଶ ଦେଇଛନ୍ତି ଏସ୍ପି । ଏହି କର୍ମଚାରୀ ଗଞ୍ଜେଇ ମାଫିଆଙ୍କୁ ପିଛା କରି ସେମାନଙ୍କ ସହ ଡିଲ କରିଥିବା ଅଭିଯୋଗ ହୋଇଥିଲା । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ଏସଆଇ, ୨ ଜଣ ଏପିଏଫ ଓ ୨ ଜଣ କନଷ୍ଟେବଳ ଅଛନ୍ତି। ଏଥିସହ ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ସସ୍ପେଣ୍ଡ କରାଯାଇଥିବା ବେଳେ ତାଲିମ ନେଉଥିବା ୨ ଜଣ ଏସଆଇଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କୋରାପୁଟ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଗତ ସୋମବାର ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମିଳିତ ଭାବେ ସୀମାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଆନ୍ଧ୍ର ପଟରୁ ଏକ ଗଞ୍ଜେଇ ଟ୍ରକ ଓଡ଼ିଶା ସୀମା ଦେଇ ବାହାର ରାଜ୍ୟକୁ ଯାଉଥିଲା। ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଏହି ଗାଡ଼ି ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଥିଲେ। ପରେ ଗଞ୍ଜେଇ ମାଫିଆମାନେ ପୁଲିସ ସହ ଏକ ଡିଲ କରିଥିଲେ। ମାଫିଆମାନେ ଗାଡ଼ି ଛାଡ଼ିବା ପାଇଁ ପୋଲିସ ସହ ୧୦ ଲକ୍ଷ ଟଙ୍କା ଡିଲ କରିଥିବା ସୂଚନା ରହିଛି। ପରେ ଗଞ୍ଜେଇ ମାଫିଆମାନେ ପୋଲିସକୁ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଦେଇନଥିବା ଜଣାପଡ଼ିଛି ।ଯାହାକୁ ନେଇ ପୁଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୋଲିସ ଗାଡ଼ି ଛାଡ଼ିନଥିବା ବେଳେ ମାଫିଆମାନେ ଗାଡ଼ି ଛାଡ଼ି ପଳାଇଥିବା ନେଇ ସୂଚନା ମିଳିଥିଲା ।
The post ୧୧ ଜଣ ପୋଲିସ୍ଙ୍କୁ ନିଲମ଼୍ବନ ଆଦେଶ ଦେଲେ ଏସ୍ପି, ଗଞ୍ଜେଇ ମାଫିଆଙ୍କ ସହ… appeared first on Dharitri Odia News.