୧୧ ବର୍ଷ ପରେ ମା’ ପିତାମ୍ବରୀଙ୍କ ଯାତ୍ରା, ବିରାଟ ପଟୁଆରରେ ଗାଁ ପରିକ୍ରମା
ଦିଗପହଣ୍ଡି,୨୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟପଦ୍ମନାଭପୁର ଲାଡ଼ି ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ପିତାମ୍ବରୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ନିମନ୍ତେ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଦୀର୍ଘ ୧୧ ବର୍ଷ ପରେ ଯାତ୍ରା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ମା’ଙ୍କ ମନ୍ଦିର ପରିସରରେ ଗ୍ରାମବାସୀ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ପରେ ଶୁଭଖୁଣ୍ଟିକୁ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇ ଯାତ୍ରା ସ୍ଥଳକୁ ଅଣାଯାଇଥିଲା। […] The post ୧୧ ବର୍ଷ ପରେ ମା’ ପିତାମ୍ବରୀଙ୍କ ଯାତ୍ରା, ବିରାଟ ପଟୁଆରରେ ଗାଁ ପରିକ୍ରମା appeared first on Dharitri Odia News.
ଦିଗପହଣ୍ଡି,୨୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟପଦ୍ମନାଭପୁର ଲାଡ଼ି ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ପିତାମ୍ବରୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ନିମନ୍ତେ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଦୀର୍ଘ ୧୧ ବର୍ଷ ପରେ ଯାତ୍ରା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ମା’ଙ୍କ ମନ୍ଦିର ପରିସରରେ ଗ୍ରାମବାସୀ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ପରେ ଶୁଭଖୁଣ୍ଟିକୁ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇ ଯାତ୍ରା ସ୍ଥଳକୁ ଅଣାଯାଇଥିଲା। ଗ୍ରାମର କୁରେଶୁ ଚନ୍ଦ୍ର ଦାସ, ଆର୍ତ୍ତତ୍ରାଣ ମିଶ୍ର, ରବୀନ୍ଦ୍ର ହୋତା, ସୁଶୀଳ କୁମାର ଦାସ, ଚିନ୍ତାମଣି ଆଚାର୍ଯ୍ୟ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗ୍ରାମରେ ଠାକୁରାଣୀ ଯାତ୍ରା ନିମନ୍ତେ ଯୁବଗୋଷ୍ଠୀ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ସେହିପରି ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଗ୍ରାମର ଶେଷ ମୁଣ୍ଡରେ ଥିବା ଠାକୁରାଣୀ ମନ୍ଦିରରେ ପୂଜକ ଇ.ଟୁନାଙ୍କ ଉପସ୍ଥିତିରେ ବହୁ ସଂଖ୍ୟକ ମହିଳା ପୁରୁଷ ପୂଜାର୍ଚ୍ଚନା କରିଥିଲେ। ପରେ ସେଠାରୁ ଆଜ୍ଞାମାଳ ନେଇ ବାଦ୍ୟ ବାଜଣା ସହକାରେ ଗ୍ରାମ ପରିକ୍ରମା କରାଯିବା ପରେ ଗାଁ ମଧ୍ୟ ଭାଗରେ ଥିବା ଅସ୍ଥାୟୀ ଯାତ୍ରାପୀଠ ରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଯାତ୍ରା କମିଟି ଉପଦେଷ୍ଟା ଅସନ୍ତୁଲୁ ରେଡ୍ଡୀ, ସଭାପତି ପି. ଉଦୟ ରେଡ୍ଡୀ, ଉପସଭାପତି ଏରେୟା ରେଡ୍ଡୀ ଏବଂ କିଶୋର ଦୋରା, ସମ୍ପାଦକ ବିଜୟ ରେଡ୍ଡୀ ଏବଂ ସନାତନ ଦୋରା, କୋଷାଧ୍ୟକ୍ଷ ସୁଦର୍ଶନ ଦୋରା ଏବଂ ରଞ୍ଜନ ରେଡ୍ଡୀଙ୍କ ସହ ୨୬ ଗ୍ରାମ୍ୟ କମିଟି ସଦସ୍ୟଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଆସନ୍ତା ଏପ୍ରିଲ ୨୩ରେ ମା’ଙ୍କୁ ବିରାଟ ପଟୁଆରରେ ଅଣାଯାଇ ଅସ୍ଥାୟୀ ଯାତ୍ରା ମଣ୍ଡପ ରେ ବିଜେ କରାଯିବ। ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ୨୮ ତାରିଖରେ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ଯାତ୍ରା ପୀଠରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନିମନ୍ତେ ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି॥
The post ୧୧ ବର୍ଷ ପରେ ମା’ ପିତାମ୍ବରୀଙ୍କ ଯାତ୍ରା, ବିରାଟ ପଟୁଆରରେ ଗାଁ ପରିକ୍ରମା appeared first on Dharitri Odia News.