୧୧ରୁ ଶୀତ ମହୋତ୍ସବ: ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା କମିଟି
ଦାରିଙ୍ଗବାଡି,୪।୧(ଅରୁଣ ସାହୁ):ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦାରିଙ୍ଗବାଡି ଶୀତ ମହୋତ୍ସବ କମିଟି ଭେଟିଛନ୍ତି। କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ ଓ ଅନ୍ୟମାନେ ଭୁବନେଶ୍ୱର ଗସ୍ତରେ ଯାଇ ବିଭିନ୍ନ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୀତ ମହୋତ୍ସବରେ ଯୋଗଦେବାକୁ ନିବେଦନ କରିଛନ୍ତି। ସେହିପରି ମନ୍ତ୍ରୀ […] The post ୧୧ରୁ ଶୀତ ମହୋତ୍ସବ: ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା କମିଟି appeared first on Dharitri Odia News.
ଦାରିଙ୍ଗବାଡି,୪।୧(ଅରୁଣ ସାହୁ):ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦାରିଙ୍ଗବାଡି ଶୀତ ମହୋତ୍ସବ କମିଟି ଭେଟିଛନ୍ତି। କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ ଓ ଅନ୍ୟମାନେ ଭୁବନେଶ୍ୱର ଗସ୍ତରେ ଯାଇ ବିଭିନ୍ନ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୀତ ମହୋତ୍ସବରେ ଯୋଗଦେବାକୁ ନିବେଦନ କରିଛନ୍ତି। ସେହିପରି ମନ୍ତ୍ରୀ ଗୋକୁକାନନ୍ଦ ମଲିକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ମହାପାତ୍ର, ରବିନାରାୟଣ ନାୟକ ପ୍ରମୁଖଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯିବା ସହ ଏହି ମହୋତ୍ସବ ରେ ଯୋଗଦାନ ପାଇଁ ନିବେଦନ କରାଯାଇଛି।
ପ୍ରକାଶ ଯେ ଆସନ୍ତା ୧୧ଠାରୁ ଶୀତ ମହୋତ୍ସବର ଶୁଭାରମ୍ଭ ହେବ ଓ ୧୩ରେ ଉଦଯାପନୀ କରାଯିବ। ଏହି ୩ ଦିନ ଧରି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ବିଭିନ୍ନ କଳା ପ୍ରଦର୍ଶନ କରିବେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପାରମ୍ପରିକ ନୃତ୍ୟକଳା, ସଙ୍ଗୀତ, ମେଲୋଡି ଆଦି କାର୍ଯ୍ୟକ୍ରମ ରହିଛି ସେହିପରି ୧ ଶହରୁ ଉର୍ଦ୍ଧ୍ୱ ଷ୍ଟଲ ରହିବ ଏବଂ ଏହି ଉତ୍ସବକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଏହି ମହୋତ୍ସବ ରେ ଯୋଗଦେବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ହେବା ଆଶଙ୍କାରେ ବିଭିନ୍ନ ପଦକ୍ଷେପ ନିଆଯାଉଛି।
The post ୧୧ରୁ ଶୀତ ମହୋତ୍ସବ: ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା କମିଟି appeared first on Dharitri Odia News.