୧୧ରେ ଓଡ଼ିଶାରେ ପାଳନ ହେବ ପବିତ୍ର ଉଦ୍‌ ଉଲ୍‌ ଫିତର୍‌

କଟକ : ଆସନ୍ତା ୧୧ରେ ପବିତ୍ର ଇଦ୍‌ ଉଲ୍‌ ଫିତର ପାଳନ କରାଯିବ। ଦିୱାନବଜାରସ୍ଥିତ ଅଞ୍ଜୁମାନ ଇସଲାମିଆ ଆହେଲ୍‌ ସୁନତ ଓ ଜମାତ ଚାନ୍ଦ କମିଟି ବୈଠକ ପରେ ଏହି ଘୋଷଣା କରିଛନ୍ତି କମିଟି ସଭାପତି ଅବଦୁଲ ଆହାଦ୍‌। ଏହି ଘୋଷଣା ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି। ଚଳିତବର୍ଷ ପବିତ୍ର ଇଦ୍‌ ଉଲ୍‌ ଫିତର ପାଳନ କରିବାକୁ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ପ୍ରକାଶଯୋଗ୍ୟ, ପବିତ୍ର ରମଜାନ ମାସର ମଙ୍ଗଳବାର ଥିଲା […]

୧୧ରେ ଓଡ଼ିଶାରେ ପାଳନ ହେବ ପବିତ୍ର ଉଦ୍‌ ଉଲ୍‌ ଫିତର୍‌
Odisha To Celebrate Eid-ul-Fitr On April 11

କଟକ : ଆସନ୍ତା ୧୧ରେ ପବିତ୍ର ଇଦ୍‌ ଉଲ୍‌ ଫିତର ପାଳନ କରାଯିବ। ଦିୱାନବଜାରସ୍ଥିତ ଅଞ୍ଜୁମାନ ଇସଲାମିଆ ଆହେଲ୍‌ ସୁନତ ଓ ଜମାତ ଚାନ୍ଦ କମିଟି ବୈଠକ ପରେ ଏହି ଘୋଷଣା କରିଛନ୍ତି କମିଟି ସଭାପତି ଅବଦୁଲ ଆହାଦ୍‌। ଏହି ଘୋଷଣା ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି। ଚଳିତବର୍ଷ ପବିତ୍ର ଇଦ୍‌ ଉଲ୍‌ ଫିତର ପାଳନ କରିବାକୁ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି।

ପ୍ରକାଶଯୋଗ୍ୟ, ପବିତ୍ର ରମଜାନ ମାସର ମଙ୍ଗଳବାର ଥିଲା ୨୯ତମ ଦିନ। ରୋଜା ପାଳନ ତଥା ଉପବାସ କରୁଥିବା ମୁସଲମାନ ଭାଇଭଉଣୀ ମାନେ ଚାନ୍ଦ ଦେଖିବାକୁ ଅପେକ୍ଷା କରିଥିଲେ। ମଙ୍ଗଳବାର ଚାନ୍ଦ ଦେଖିଥିଲେ ୨୯ଟି ଉପବାସରେ ହିଁ ରମଜାନ ମାସ ଶେଷ କରି ଇଦ୍‌ ପାଳନ କରିଥାନ୍ତେ। ବୁଧବାର ଇଦ୍‌ ଉଲ ଫିତର ପାଳନ ହୋଇଥାନ୍ତା। କିନ୍ତୁ ମଙ୍ଗଳବାର କୌଣସି ସ୍ଥାନରେ ଚାନ୍ଦ ଦେଖା ଯାଇ ନଥିବାରୁ ବୁଧବାର ସନ୍ଧ୍ୟାରେ ଚାନ୍ଦ ଦେଖି ମୁସଲିମ ଭାଇଭଉଣୀମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବେ। ଗୁରୁବାର ଇଦ୍‌ ପର୍ବ ପାଳନ ହେବ।