୧୧୦ ମାଇଲ ପହଁରି ରେକର୍ଡ

ଲସ୍‌ ଏଞ୍ଜେଲ୍ସ: ବିଶ୍ୱର କିଛି ରେକର୍ଡ ଦୀର୍ଘ ବର୍ଷ ଧରି ଅକ୍ଷୁର୍ଣ୍ଣ ହୋଇରହିଛି। ପ୍ରସିଦ୍ଧ ଆମେରିକୀୟ ସନ୍ତରଣକାରୀ ଡାଏନା ନ୍ୟାଡ୍‌ଙ୍କ ନାମରେ ମଧ୍ୟ ଏହିପରି ଏକ ରେକର୍ଡ ରହିଛି। ୨୦୧୩ ସେପ୍ଟେମ୍ବର ୨ରେ ୬୪ ବର୍ଷ ବୟସରେ ସେ ଆମେରିକାର ଫ୍ଲୋରିଡାରୁ କ୍ୟୁବା ପର୍ଯ୍ୟନ୍ତ ରହିଥିବା ବିଶାଳ ସମୁଦ୍ରରେ ବିନା କୌଣସି ଶାର୍କ କେଜ୍‌ର ସାହାଯ୍ୟରେ ପହଁରି ୧୧୦ ମାଇଲ ଅତିକ୍ରମ କରିଥିଲେ। ଉକ୍ତ ରେକର୍ଡ ସ୍ଥାପନ ହେବାର ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଡାଏନାଙ୍କ ଏହି ବିରଳ […] The post ୧୧୦ ମାଇଲ ପହଁରି ରେକର୍ଡ appeared first on Dharitri Odia News.

୧୧୦ ମାଇଲ ପହଁରି ରେକର୍ଡ

ଲସ୍‌ ଏଞ୍ଜେଲ୍ସ: ବିଶ୍ୱର କିଛି ରେକର୍ଡ ଦୀର୍ଘ ବର୍ଷ ଧରି ଅକ୍ଷୁର୍ଣ୍ଣ ହୋଇରହିଛି। ପ୍ରସିଦ୍ଧ ଆମେରିକୀୟ ସନ୍ତରଣକାରୀ ଡାଏନା ନ୍ୟାଡ୍‌ଙ୍କ ନାମରେ ମଧ୍ୟ ଏହିପରି ଏକ ରେକର୍ଡ ରହିଛି। ୨୦୧୩ ସେପ୍ଟେମ୍ବର ୨ରେ ୬୪ ବର୍ଷ ବୟସରେ ସେ ଆମେରିକାର ଫ୍ଲୋରିଡାରୁ କ୍ୟୁବା ପର୍ଯ୍ୟନ୍ତ ରହିଥିବା ବିଶାଳ ସମୁଦ୍ରରେ ବିନା କୌଣସି ଶାର୍କ କେଜ୍‌ର ସାହାଯ୍ୟରେ ପହଁରି ୧୧୦ ମାଇଲ ଅତିକ୍ରମ କରିଥିଲେ। ଉକ୍ତ ରେକର୍ଡ ସ୍ଥାପନ ହେବାର ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଡାଏନାଙ୍କ ଏହି ବିରଳ ରେକର୍ଡ ଅଭେଦ୍ୟ ହୋଇରହିଛି। ପ୍ରତିବର୍ଷ ସେପ୍ଟେମ୍ବର ୨ରେ ଡାଏନାଙ୍କ ଏହି ରେକର୍ଡକୁ ବିଶ୍ୱବାସୀ ମନେ ପକାଇଥାନ୍ତି।
ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରି ସମୁଦ୍ରରେ ଶାର୍କ ଏବଂ ବିଭିନ୍ନ ଅଜ୍ଞାତ ବିପଦ ମଧ୍ୟରେ କେବଳ ନିଜର ସାହସ ଏବଂ ମାନସିକ ଶକ୍ତି ଦ୍ୱାରା ଡାଏନା ଏହି ଅସାଧାରଣ କାର୍ଯ୍ୟକୁ ସମ୍ଭବ କରି ପାରିଥିଲେ। ୫ଟି ପ୍ରୟାସ ପରେ ଶେଷରେ ତାଙ୍କୁ ଏହି ସଫଳତା ମିଳିଥିଲା।
କ୍ୟୁବାଠାରୁ ଫ୍ଲୋରିଡା ପର୍ଯ୍ୟନ୍ତ ଥିବା ୧୧୦ ମାଇଲର ସାମୁଦ୍ରିକ ମାର୍ଗ ସର୍ବଦା ସନ୍ତରଣକାରୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ରହିଥାଏ। ଏହି ମାର୍ଗକୁ ଫ୍ଲୋରିଡା ଷ୍ଟ୍ରାଇଟ୍ସ ବୋଲି ମଧ୍ୟ କୁହାଯାଏ। କିଛି ଲୋକ ଏହି ମାର୍ଗରେ ପହଁରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାର୍କ କେଜ୍‌ର ବ୍ୟବହାର କରିଛନ୍ତି। ଡାଏନା ୬୦ ବର୍ଷ ବୟସରେ ଏହି ବିରଳ ରେକର୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ୪ ବର୍ଷ ମଧ୍ୟରେ ବିନା ଶାର୍କ କେଜ୍‌ର ବ୍ୟବହାର କରି ଫ୍ଲୋରିଡା ଷ୍ଟ୍ରାଇଟ୍ସକୁ ପାର କରିବାକୁ ୫ ଥର ପ୍ରୟାସ କରିଥିଲେ। ୫ମ ତଥା ଶେଷ ପ୍ରୟାସରେ ତାଙ୍କୁ ସଫଳତା ମିଳିଥିଲା।
ଫ୍ଲୋରିଡା ଷ୍ଟ୍ରାଇଟ୍ସରେ ଜଳର ତାପମାତ୍ରା ଅଧିକ ରହୁଥିବାବେଳେ ଏଠାରେ ଶାର୍କ ଏବଂ ବକ୍ସ ଜେଲିଫିଶ୍‌ ଭଳି ବିପଜ୍ଜନକ ଓ ବିଷାକ୍ତ ସାମୁଦ୍ରିକ ଜୀବ ମଧ୍ୟ ଥାନ୍ତି। ତେବେ ରେକର୍ଡ କରିବା ନେଇ ନିଜର ଜିଜ୍ଞାସା, ଦୃଢ଼ ଇଚ୍ଛାଶକ୍ତି ଏବଂ ସନ୍ତରଣ କୌଶଳ ଯୋଗୁ ଡାଏନା ମାତ୍ର ୫୩ ଘଣ୍ଟା ମଧ୍ୟରେ ପହଁରି ୧୧୦ ମାଇଲ ଦୂରତା ଅତିକ୍ରମ କରିଥିଲେ। ସେ ୨୦୧୩ ସେପ୍ଟେମ୍ବର ୨ରେ କ୍ୟୁବାର କି-ୱେଷ୍ଟରେ ପହଞ୍ଚି ଏହି ବିରଳ ରେକର୍ଡ ସୃଷ୍ଟି କରିଥିଲେ। ତେବେ ଏତେ ଘଣ୍ଟା ଧରି ପହଁରିବାର ଅନୁଭୂତିକୁ ଡାଏନା କଷ୍ଟସାଧ୍ୟ ଦର୍ଶାଇଛନ୍ତି। ଉକ୍ତ ୨ ଦିନ ଧରି ସେ ନର୍କ ମଧ୍ୟରେ ଥିବା ପରି ଅନୁଭବ କରୁଥିଲେ ବୋଲି ଡାଏନା କହିଛନ୍ତି।

The post ୧୧୦ ମାଇଲ ପହଁରି ରେକର୍ଡ appeared first on Dharitri Odia News.