୧୧୭ ଜଣ ଜମାକାରୀଙ୍କ ୨ କୋଟି ୮୦ ଲକ୍ଷ ଜମା ଅର୍ଥ ଫେରାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର ଜମାକାରୀମାନଙ୍କର ଜମା ଅର୍ଥ ଫେରସ୍ତ କରାଯାଇଛି। ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀର ରାଜ୍ୟସ୍ତରୀୟ କାର୍ଯକ୍ରମ ଅବସରରେ ଜମାକାରୀଙ୍କ ଅର୍ଥ ଫେରସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୧୭ ଜଣ ଜମାକାରୀଙ୍କ ୨ କୋଟି ୮୦ ଲକ୍ଷ ଜମା ଅର୍ଥ ଫେରସ୍ତ କରାଯାଇଛି। ପର୍ଯ୍ୟାୟ କ୍ରମେ ୯୫୩୭ ଜମାକାରୀଙ୍କ ୨୦ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯିବ ।ପୂର୍ବରୁ ୧ ଲକ୍ଷରୁ କମ ଜମା ଅର୍ଥ ଥିବା ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯାଇଥିବା ବେଳେ ବର୍ତ୍ତମାନ ୧ ଲକ୍ଷରୁ ଅଧିକ ଜମା ଅର୍ଥ ଥିବା ଜମାକାରୀଙ୍କୁ ଅର୍ଥ ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।୨୦୧୪ ମସିହାରୁ ଜମାକାରୀଙ୍କ ଅର୍ଥ ଫସି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ଜମାକାରୀ। ଅଭିଯୋଗକୁ ଆଧାର କରି ଜମାକାରୀଙ୍କ ଜମାଅର୍ଥ ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ସହ ତ୍ରିଭୁବନ ସମବାୟ ବିଶ୍ଵବିଦ୍ୟାଳୟ ଓ ଗୁଜୁରାଟ ଇରମା ସ୍କୁଲ୍ - ଆନନ୍ଦ ସହିତ ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି।Also read: ପିସିସି ସଭାପତିଙ୍କ ଟାର୍ଗେଟ ; ଆତଙ୍କୀ ନିପାତରେ ସରକାର ଫେଲ୍, ପହଲଗାମ୍ ଘଟଣାର ତଦନ୍ତ ହେଉ
ଭୁବନେଶ୍ଵର: ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର ଜମାକାରୀମାନଙ୍କର ଜମା ଅର୍ଥ ଫେରସ୍ତ କରାଯାଇଛି। ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀର ରାଜ୍ୟସ୍ତରୀୟ କାର୍ଯକ୍ରମ ଅବସରରେ ଜମାକାରୀଙ୍କ ଅର୍ଥ ଫେରସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୧୭ ଜଣ ଜମାକାରୀଙ୍କ ୨ କୋଟି ୮୦ ଲକ୍ଷ ଜମା ଅର୍ଥ ଫେରସ୍ତ କରାଯାଇଛି। ପର୍ଯ୍ୟାୟ କ୍ରମେ ୯୫୩୭ ଜମାକାରୀଙ୍କ ୨୦ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯିବ ।
ପୂର୍ବରୁ ୧ ଲକ୍ଷରୁ କମ ଜମା ଅର୍ଥ ଥିବା ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯାଇଥିବା ବେଳେ ବର୍ତ୍ତମାନ ୧ ଲକ୍ଷରୁ ଅଧିକ ଜମା ଅର୍ଥ ଥିବା ଜମାକାରୀଙ୍କୁ ଅର୍ଥ ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।୨୦୧୪ ମସିହାରୁ ଜମାକାରୀଙ୍କ ଅର୍ଥ ଫସି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ଜମାକାରୀ। ଅଭିଯୋଗକୁ ଆଧାର କରି ଜମାକାରୀଙ୍କ ଜମାଅର୍ଥ ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ସହ ତ୍ରିଭୁବନ ସମବାୟ ବିଶ୍ଵବିଦ୍ୟାଳୟ ଓ ଗୁଜୁରାଟ ଇରମା ସ୍କୁଲ୍ - ଆନନ୍ଦ ସହିତ ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି।
Also read: ପିସିସି ସଭାପତିଙ୍କ ଟାର୍ଗେଟ ; ଆତଙ୍କୀ ନିପାତରେ ସରକାର ଫେଲ୍, ପହଲଗାମ୍ ଘଟଣାର ତଦନ୍ତ ହେଉ