୧୨୫ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଛି ଏହି ଗଛ, କାରଣ ଜାଣିଲେ…
ଇସ୍ଲାମାବାଦ: ଯେତେବେଳେ କୌଣସି ବ୍ୟକ୍ତି କିଛି ଅପରାଧ କରିଥାଏ, ସେତେବେଳେ ତାଙ୍କୁ ଗିରଫ ହେବାକୁ ପଡ଼େ। ହେଲେ କୌଣସି ଗଛ ଗିରଫ ହେବା ଆଶ୍ଚର୍ଯ୍ୟର କଥା। ନିକଟରେ ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଜଣେ ଅପରାଧୀଙ୍କୁ ଯେପରି ମୋଟା ଶିକୁଳିରେ ବନ୍ଧାଯାଏ, ସେପରି ଏକ ଗଛକୁ ବର୍ଷେ କି ୨ ବର୍ଷ ନୁହେଁ ୧୨୫ ବର୍ଷ ହେବ ଶିକୁଳିରେ ବନ୍ଧାହୋଇଛି। ଏପରି ଗଛ ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ରହିଛି, ଯାହାକୁ ବର୍ଷ ବର୍ଷ ଧରି […] The post ୧୨୫ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଛି ଏହି ଗଛ, କାରଣ ଜାଣିଲେ… appeared first on Dharitri Odia News.
ଇସ୍ଲାମାବାଦ: ଯେତେବେଳେ କୌଣସି ବ୍ୟକ୍ତି କିଛି ଅପରାଧ କରିଥାଏ, ସେତେବେଳେ ତାଙ୍କୁ ଗିରଫ ହେବାକୁ ପଡ଼େ। ହେଲେ କୌଣସି ଗଛ ଗିରଫ ହେବା ଆଶ୍ଚର୍ଯ୍ୟର କଥା। ନିକଟରେ ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଜଣେ ଅପରାଧୀଙ୍କୁ ଯେପରି ମୋଟା ଶିକୁଳିରେ ବନ୍ଧାଯାଏ, ସେପରି ଏକ ଗଛକୁ ବର୍ଷେ କି ୨ ବର୍ଷ ନୁହେଁ ୧୨୫ ବର୍ଷ ହେବ ଶିକୁଳିରେ ବନ୍ଧାହୋଇଛି। ଏପରି ଗଛ ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ରହିଛି, ଯାହାକୁ ବର୍ଷ ବର୍ଷ ଧରି ଶିକୁଳିରେ ବାନ୍ଧି ରଖାଯାଇଛି। ରିପୋର୍ଟ ମୁତାବକ, ପାକିସ୍ତାନର ପେଶାଓ୍ବର ସହରରେ ଏଭଳି ଏକ ଗଛ ରହିଛି, ଯାହାକୁ ୧୨୫ ବର୍ଷ ହେବ ଗିରଫ କରି ରଖାଯାଇଛି। ବାସ୍ତବରେ ଏହି ଗଛକୁ ଶିକୁଳିରେ ବାନ୍ଧି ରଖାଯାଇଛି, ଯାହାକୁ ଦେଖିଲେ ଲାଗିବ ଗଛକୁ ହାତକଡ଼ି ପକାଯାଇଛି। ୧୮୯୯ ମସିହାରୁ ଶିକୁଳିରେ ଏପରି ବନ୍ଧାହୋଇ ରଖାଯାଇଛି। ଏପରି କରିଛନ୍ତି ଜଣେ ବ୍ରିଟିଶ ଅଧିକାରୀ ଜେମ୍ସ ସ୍କ୍ବିଡ୍ ପୋଷ୍ଟେଡ୍। ସେ ନିଶାସକ୍ତ ଅବସ୍ଥାରେ ଏହି ଗଛକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଏହି ଗଛ କେବେ ଶିକୁଳିରୁ ମୁକୁଳି ପାରିନାହିଁ। ପାକିସ୍ତାନର ତୋରଖାନ ବର୍ଡର ନିକଟରେ ଲଣ୍ଡି କୋତାଲ ନାମକ ଏକ ସ୍ଥାନ ରହିଛି। ସେଠାରେ ଜେମ୍ସ ରହୁଥିଲେ। ଦିନେ ସେ ମଦ ନିଶାରେ ଗଛଥିବା ବାଟ ଦେଇ ଯାଉଥିଲେ। ତାଙ୍କୁ ଲାଗିଲା ଯେ ସେ ଗଛ ପାଖକୁ ଯାଉଥିବାବେଳେ ତାଙ୍କ ନିକଟରୁ ଗଛ ଦୂରକୁ ଘୁଞ୍ଚିଘୁଞ୍ଚି ଯାଉଛି। ଏଥିରେ ସେ କ୍ରୋଧାନ୍ବିତ ହୋଇ ପଡ଼ିଥିଲେ। ସେ ତୁରନ୍ତ ଗଛକୁ ଗିରଫ କରି ଶିକୁଳିରେ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ହିଁ ଗଛଟି ଶିକୁଳିରେ ବନ୍ଧାହୋଇ ରହିଛି। ଏବେ ବି ଏହି ଗଛ ଶିକୁଳିରେ ବନ୍ଧାଥିବା ଦେଖିବାକୁ ମିଳେ। ଗଛ ପାଖରେ ଏକ ସୂଚନା ବୋର୍ଡ ଲାଗିଛି, ଯେଉଁଥିରେ ଏହି ଗଛର ଗିରଫର କାରଣ ଲେଖାଯାଇଛି। ସ୍ଥାନୀୟ ଲୋକେ ଏହାକୁ ବ୍ରିଟିଶ ସରକାରଙ୍କ ଅତ୍ୟାଚାର ପ୍ରତୀକ ରୂପେ ଦେଖୁଛନ୍ତି।
The post ୧୨୫ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଛି ଏହି ଗଛ, କାରଣ ଜାଣିଲେ… appeared first on Dharitri Odia News.