Video: ଯାତ୍ରା କରିବା ସମୟରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ବସ୍‌ରେ ସନ୍ତାନ ଜନ୍ମ ଦେଲେ ମହିଳା

କେରଳ,୩୦।୫: ବୁଧବାର ଅପରାହ୍‌ଣରେ କେରଳ ମାଲାପୁରାମରରେ ଜଣେ ୩୭ ବର୍ଷ ବୟସ୍କା ମହିଳା ଏକ ବସ୍‌ରେ ଥ୍ରୀସୁରରୁ ଥୋଜିଲପାଲମ କୋଜିକୋଡ ଯାତ୍ରା କରୁଥିବା ସମୟରେ ବସ୍‌ରେ ସନ୍ତାନ ଜନ୍ମ ଦେଇଛନ୍ତି। ପେରାମଙ୍ଗାଲମ ଦେଇ ଯାଉଥିବା ଯାଉଥିବା ସମୟରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବସ୍‌ଟି ତ୍ରିସୁର ଜିଲାର ପେରାମଙ୍ଗଲମ ପାର ହେବାବେଳେ ମହିଳା ଜଣକ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ। ଏହାପରେ ବସ୍‌ ଡ୍ରାଇଭର ତୁରନ୍ତ ମାର୍ଗ ପରିବର୍ତ୍ତନ କରି ଅମାଲା ଡାକ୍ତରଖାନା ଆଡକୁ […] The post Video: ଯାତ୍ରା କରିବା ସମୟରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ବସ୍‌ରେ ସନ୍ତାନ ଜନ୍ମ ଦେଲେ ମହିଳା appeared first on Dharitri Odia News.

Video: ଯାତ୍ରା କରିବା ସମୟରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ବସ୍‌ରେ ସନ୍ତାନ ଜନ୍ମ ଦେଲେ ମହିଳା

କେରଳ,୩୦।୫: ବୁଧବାର ଅପରାହ୍‌ଣରେ କେରଳ ମାଲାପୁରାମରରେ ଜଣେ ୩୭ ବର୍ଷ ବୟସ୍କା ମହିଳା ଏକ ବସ୍‌ରେ ଥ୍ରୀସୁରରୁ ଥୋଜିଲପାଲମ କୋଜିକୋଡ ଯାତ୍ରା କରୁଥିବା ସମୟରେ ବସ୍‌ରେ ସନ୍ତାନ ଜନ୍ମ ଦେଇଛନ୍ତି। ପେରାମଙ୍ଗାଲମ ଦେଇ ଯାଉଥିବା ଯାଉଥିବା ସମୟରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା।

ବସ୍‌ଟି ତ୍ରିସୁର ଜିଲାର ପେରାମଙ୍ଗଲମ ପାର ହେବାବେଳେ ମହିଳା ଜଣକ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ। ଏହାପରେ ବସ୍‌ ଡ୍ରାଇଭର ତୁରନ୍ତ ମାର୍ଗ ପରିବର୍ତ୍ତନ କରି ଅମାଲା ଡାକ୍ତରଖାନା ଆଡକୁ ଗଡି ଚଲାଥିଲେ। ଏଥିସହିତ ବସେ କର୍ମଚାରୀମାନେ ଡାକ୍ତରଖାନାକୁ ସୂଚନା ଦେଇଥିଲେ। ସେତେବେଳକୁ ମହିଳା ଜଣକ ପ୍ରସବ ଯନ୍ତ୍ରଣାର ଶେଷ ସୀମାରେ ପହଁଞ୍ଚିଯାଇଥିଲେ।

ଡାକ୍ତରଖାନାରେ ପହଞ୍ଚିବା ପରେ ଯାତ୍ରୀମାନେ ଶୀଘ୍ର ବସ୍‌ରୁ ଓହ୍ଲାଇଯାଇ ଡାକ୍ତର ଏବଂ ନର୍ସମାନଙ୍କୁ ମହିଳାଙ୍କ ନିକଟକୁ ଯିବାକୁ ବାଟ ଦେଇଥିଲେ। ଡାକ୍ତରଙ୍କ ଉପସ୍ଥିତରେ ବସ୍‌ ଭିତରେ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଉଭୟ ବସ କର୍ମଚାରୀ ଏବଂ ଅମାଲା ଡାକ୍ତରଖାନାର ସ୍ବାସ୍ଥ୍ୟ କର୍ମଚାରୀଙ୍କ ଠିକ ସମୟରେ ସହାୟତା ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା।

ଏକ ଭିଡିଓରେ ଘଟଣାକ୍ରମ ଦେଖିବାକୁ ମିଳେ ଯେ, ବସ କର୍ମଚାରୀ ଏବଂ ମେଡିକାଲ ଟିମ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ମହିଳା ଜଣକ କିପରି ଆବଶ୍ୟକ ଚିକିତ୍ସା ସହାୟତା ପାଇବେ ଏବଂ ଅସାଧାରଣ ପରିସ୍ଥିତି ସତ୍ତ୍ୱେ ସେ ନିରାପଦରେ ପ୍ରସବ କରିବାରେ ସକ୍ଷମ ହେବେ ତାହା ଉପରେ ସମସ୍ତଙ୍କର ପରିଶ୍ରମ ପ୍ରଶଂସାଯୋଗ୍ୟ ହୋଇଛି।

ପ୍ରସବ ପରେ ମା ଏବଂ ତାଙ୍କ ନବଜାତ ଶିଶୁକୁ ଶୀଘ୍ର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି।

The post Video: ଯାତ୍ରା କରିବା ସମୟରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ବସ୍‌ରେ ସନ୍ତାନ ଜନ୍ମ ଦେଲେ ମହିଳା appeared first on Dharitri Odia News.