୧୩ ମିନିଟ୍ରେ ପହଞ୍ଚତ୍ଲା ଲାପ୍ଟପ୍
ବେଙ୍ଗାଲୁରୁ: ବେଙ୍ଗାଲୁରୁର କେତେକ ଅଞ୍ଚଳରେ ଇ-କମର୍ସ ପ୍ଲାଟ୍ଫର୍ମ ଫ୍ଲିପ୍କାର୍ଟ ନିଜର ‘ଫ୍ଲିପ୍କାର୍ଟ ମିନିଟ୍ସ’ ନାମରେ ଇନ୍ଷ୍ଟାଣ୍ଟ ସର୍ଭିସ୍ ସେବା ଆରମ୍ଭ କରିଛି। ବେଙ୍ଗାଲୁରୁର ସନ୍ନି ଗୁପ୍ତା ନାମକ ଜଣେ ଯୁବକ ଶନିବାର ‘ଫ୍ଲିପ୍କାର୍ଟ ମିନିଟ୍ସ’ରୁ ଏକ ଲାପ୍ଟପ୍ ଅର୍ଡର କରିଥିଲେ। ତେବେ ଉକ୍ତ ଲାପ୍ଟପ୍ଟି ଫ୍ଲିପ୍କାର୍ଟ କର୍ମଚାରୀଙ୍କ ଦ୍ୱାରା ମାତ୍ର ୧୩ ମିନିଟ୍ ମଧ୍ୟରେ ସନ୍ନୀଙ୍କୁ ଡେଲିଭରି ହୋଇଥିଲା। ସନ୍ନି ନିଜର ଏହି ଅଭିଜ୍ଞତାକୁ ରବିବାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରିଛନ୍ତି। ତେବେ ଫ୍ଲିପ୍କାର୍ଟର ଏହି ନୂତନ […] The post ୧୩ ମିନିଟ୍ରେ ପହଞ୍ଚତ୍ଲା ଲାପ୍ଟପ୍ appeared first on Dharitri Odia News.
ବେଙ୍ଗାଲୁରୁ: ବେଙ୍ଗାଲୁରୁର କେତେକ ଅଞ୍ଚଳରେ ଇ-କମର୍ସ ପ୍ଲାଟ୍ଫର୍ମ ଫ୍ଲିପ୍କାର୍ଟ ନିଜର ‘ଫ୍ଲିପ୍କାର୍ଟ ମିନିଟ୍ସ’ ନାମରେ ଇନ୍ଷ୍ଟାଣ୍ଟ ସର୍ଭିସ୍ ସେବା ଆରମ୍ଭ କରିଛି। ବେଙ୍ଗାଲୁରୁର ସନ୍ନି ଗୁପ୍ତା ନାମକ ଜଣେ ଯୁବକ ଶନିବାର ‘ଫ୍ଲିପ୍କାର୍ଟ ମିନିଟ୍ସ’ରୁ ଏକ ଲାପ୍ଟପ୍ ଅର୍ଡର କରିଥିଲେ। ତେବେ ଉକ୍ତ ଲାପ୍ଟପ୍ଟି ଫ୍ଲିପ୍କାର୍ଟ କର୍ମଚାରୀଙ୍କ ଦ୍ୱାରା ମାତ୍ର ୧୩ ମିନିଟ୍ ମଧ୍ୟରେ ସନ୍ନୀଙ୍କୁ ଡେଲିଭରି ହୋଇଥିଲା। ସନ୍ନି ନିଜର ଏହି ଅଭିଜ୍ଞତାକୁ ରବିବାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରିଛନ୍ତି। ତେବେ ଫ୍ଲିପ୍କାର୍ଟର ଏହି ନୂତନ ସେବାକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ଏହାକୁ ପ୍ରଭାବଶାଳୀ କହୁଥିବା ବେଳେ ଅନ୍ୟମାନଙ୍କ ହିସାବରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକର ଶୀଘ୍ର ବିତରଣର ଆବଶ୍ୟକତା ନାହିଁ। ଯେକୌଣସି ବ୍ୟକ୍ତି ନିକଟସ୍ଥ ଦୋକାନକୁ ଯାଇ ଉକ୍ତ ସାମଗ୍ରୀ କିଣିପାରିବେ ବୋଲି ସେମାନେ କହିଛନ୍ତି।
The post ୧୩ ମିନିଟ୍ରେ ପହଞ୍ଚତ୍ଲା ଲାପ୍ଟପ୍ appeared first on Dharitri Odia News.