୧୩ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାର ଉଦେଶ୍ୟରେ ବୁଲୁଥିବା ୧୩ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ନେଇ ବନବିଭାଗ ସୂଚନା ଦେଇଛି। ଏଆଇ କ୍ୟାମେରାରେ ଧରାପଡ଼ିବା ପରେ ବନବିଭାଗ ୧୩ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ୧୩ଜଣ ଶିକାରୀ କରଞ୍ଜିଆ ଥାନା ରାମଯୋଡ଼ି ଗାଁର ବୋଲି ଜଣାପଡିଛି। ଗିରଫ ହୋଇଥିବା ୧୩ଜଣ ଶିକାରୀଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୩ ଧନୁ, ୩୩ ତୀର ଜବତ କରାଯାଇଛି ବୋଲି ବନବିଭାଗ ସୂଚନା ଦେଇଛି।