୧୪ କୋଟି ମାଇଲ୍ ଦୂରରୁ ପୃଥିବୀକୁ ମିଳିଲା ସିଗନାଲ୍, NASA କଲା ଖୁଲାସା
ନୂଆଦିଲ୍ଲୀ: ପୃଥିବୀକୁ ସୁଦୂର ମହାକାଶରୁ ଏକ ଖାସ୍ ସିଗନାଲ୍ ମିଳିଛି । କୁହାଯାଉଛି ଯେ ଏହି ସିଗନାଲ୍ ପ୍ରାୟ ୧୪୦ ମିଲିୟନ ମାଇଲ୍ ଦୂରରୁ ଆସିଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହି ଖୁଲାସା କରିଛି । ଉଲ୍ଲେଖଯୋଗ୍ୟ ଯେ ନାସାକୁ ନୂଆ ସ୍ପେସ୍ କ୍ରାଫ୍ଟ ସାଇକିରୁ ସିଗନାଲ ମିଳିଛି । ଏହି ସିଗନାଲ୍ ୧୪୦ ମିଲିୟନ ମାଇଲ୍ (୨୨୬ ମିଲିୟନ କିଲୋମିଟର) ଦୂରରୁ ମିଳିଛି । ଏହି ଦୂରତା ସୂର୍ଯ୍ୟ ଏବଂ ପୃଥିବୀର ମଧ୍ୟର ଦୂରତାଠାରୁ ଦେଢ ଗୁଣା ଅଧିକ । ନାସା ୨୦୨୩ ଅକ୍ଟୋବର ୧୩ରେ ଏକ ମହାକାଶ ଯାନ ଲଞ୍ଚ କରିଥିଲା । ଏହି ଯାନ ସାଇକି ନାମକ କ୍ଷୁଦ୍ରଗ୍ରହ ନିକଟକୁ ପଠାଯାଇଥିଲା । ସାଇକି ନାମକ କ୍ଷୁଦ୍ରଗ୍ରହ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ରହିଛି । ସାଇକିରେ ଡିପ୍ ସ୍ପେସ୍ ଅପ୍ଟିକଲ୍ କମ୍ପ୍ୟୁନିକେସନ ଏକ୍ସପେରିମେଣ୍ଟ ସିଷ୍ଟମ ଖଞ୍ଜା ହୋଇଛି । ସାଇକିର ରେଡିଓ ଫ୍ରିକ୍ୱେନସି ଟ୍ରାନ୍ସମିଟର ସହ ଯୋଡି ହେବା ପରେ ଲେଜର କମ୍ୟୁନିକେଶନ ୧୪ କୋଟି ମାଇଲ୍ ଦୂରରୁ ଇଞ୍ଜିନିୟରିଂ ଡାଟାର ଏକ କପି ପଠାଇଛି । ନାସା ପାଇଁ ଏହା ଏକ ବଡ଼ ଉପଲବ୍ଧି ଅଟେ । କାରଣ ଏହା ଜଟିଳ ବୈଜ୍ଞାନିକ ସୂଚନା ସହ ଏଚଡି ଫଟୋ ଏବଂ ଭିଡିଓ ଆଦାନ ପ୍ରଧାନକୁ ସକ୍ଷମ କରି ଉଚ୍ଚ ଡାଟା ରେଟ୍ କମ୍ପ୍ୟୁନିକେସନକୁ ସକ୍ଷମ କରିବ ।ଉଲ୍ଲେଖଯୋଗ୍ୟ ଯେ ଲେଜର ଟେକ୍ନୋଲଜିକୁ ସୁଦୂର ମହାକାଶରୁ ଡାଟାକୁ ୧୦ରୁ ୧୦୦ ଗୁଣା ଦ୍ରୁତ ବେଗରେ ସଂଚାଳିତ କରିବା ପାଇଁ ଡିଜାଇନ କରାଯାଇଛି । ଯାହ
ନୂଆଦିଲ୍ଲୀ: ପୃଥିବୀକୁ ସୁଦୂର ମହାକାଶରୁ ଏକ ଖାସ୍ ସିଗନାଲ୍ ମିଳିଛି । କୁହାଯାଉଛି ଯେ ଏହି ସିଗନାଲ୍ ପ୍ରାୟ ୧୪୦ ମିଲିୟନ ମାଇଲ୍ ଦୂରରୁ ଆସିଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହି ଖୁଲାସା କରିଛି । ଉଲ୍ଲେଖଯୋଗ୍ୟ ଯେ ନାସାକୁ ନୂଆ ସ୍ପେସ୍ କ୍ରାଫ୍ଟ ସାଇକିରୁ ସିଗନାଲ ମିଳିଛି । ଏହି ସିଗନାଲ୍ ୧୪୦ ମିଲିୟନ ମାଇଲ୍ (୨୨୬ ମିଲିୟନ କିଲୋମିଟର) ଦୂରରୁ ମିଳିଛି । ଏହି ଦୂରତା ସୂର୍ଯ୍ୟ ଏବଂ ପୃଥିବୀର ମଧ୍ୟର ଦୂରତାଠାରୁ ଦେଢ ଗୁଣା ଅଧିକ ।
ନାସା ୨୦୨୩ ଅକ୍ଟୋବର ୧୩ରେ ଏକ ମହାକାଶ ଯାନ ଲଞ୍ଚ କରିଥିଲା । ଏହି ଯାନ ସାଇକି ନାମକ କ୍ଷୁଦ୍ରଗ୍ରହ ନିକଟକୁ ପଠାଯାଇଥିଲା । ସାଇକି ନାମକ କ୍ଷୁଦ୍ରଗ୍ରହ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ରହିଛି । ସାଇକିରେ ଡିପ୍ ସ୍ପେସ୍ ଅପ୍ଟିକଲ୍ କମ୍ପ୍ୟୁନିକେସନ ଏକ୍ସପେରିମେଣ୍ଟ ସିଷ୍ଟମ ଖଞ୍ଜା ହୋଇଛି । ସାଇକିର ରେଡିଓ ଫ୍ରିକ୍ୱେନସି ଟ୍ରାନ୍ସମିଟର ସହ ଯୋଡି ହେବା ପରେ ଲେଜର କମ୍ୟୁନିକେଶନ ୧୪ କୋଟି ମାଇଲ୍ ଦୂରରୁ ଇଞ୍ଜିନିୟରିଂ ଡାଟାର ଏକ କପି ପଠାଇଛି । ନାସା ପାଇଁ ଏହା ଏକ ବଡ଼ ଉପଲବ୍ଧି ଅଟେ । କାରଣ ଏହା ଜଟିଳ ବୈଜ୍ଞାନିକ ସୂଚନା ସହ ଏଚଡି ଫଟୋ ଏବଂ ଭିଡିଓ ଆଦାନ ପ୍ରଧାନକୁ ସକ୍ଷମ କରି ଉଚ୍ଚ ଡାଟା ରେଟ୍ କମ୍ପ୍ୟୁନିକେସନକୁ ସକ୍ଷମ କରିବ ।
ଉଲ୍ଲେଖଯୋଗ୍ୟ ଯେ ଲେଜର ଟେକ୍ନୋଲଜିକୁ ସୁଦୂର ମହାକାଶରୁ ଡାଟାକୁ ୧୦ରୁ ୧୦୦ ଗୁଣା ଦ୍ରୁତ ବେଗରେ ସଂଚାଳିତ କରିବା ପାଇଁ ଡିଜାଇନ କରାଯାଇଛି । ଯାହା ଅତ୍ୟାଧୁନିକ ରେଡିଓ ଫ୍ରିକ୍ୱେନସି ସିଷ୍ଟମରୁ ମିଳୁଛି ।