୧୪ ବର୍ଷ ତଳେ ଡିଏଫ୍‌ଓଙ୍କୁ ଧରିଥିଲା ଭିଜିଲାନ୍ସ, ଆଜି ଆସିଲା ୨ ବର୍ଷ ଜେଲ୍‌ ଦଣ୍ଡାଦେଶ

ଜୟପୁର : ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ । ୨ ବର୍ଷ ଜେଲ୍‌ ସହ ୨ ଲକ୍ଷ ଜରିମାନା କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୧୦ରେ ନନ୍ଦପୁର ବ୍ଲକ ବାଲଡ଼ା ବନାଞ୍ଚଳ ରେଞ୍ଜର ଥିବାବେଳେ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ଧରିଥିଲା ଭିଜିଲାନ୍ସ । ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ୱର ଅଭିମୁଖେ ଯିବାବେଳେ ଧରାପଡ଼ିଥିଲେ ଡିଏଫ୍‌ଓ ସରୋଜ ନନ୍ଦ । ଆଜି ଘଟଣାର ଶୁଣାଣୀ କରି ରାୟ ଶୁଣାଇଛନ୍ତି ଜୟପୁର […] The post ୧୪ ବର୍ଷ ତଳେ ଡିଏଫ୍‌ଓଙ୍କୁ ଧରିଥିଲା ଭିଜିଲାନ୍ସ, ଆଜି ଆସିଲା ୨ ବର୍ଷ ଜେଲ୍‌ ଦଣ୍ଡାଦେଶ appeared first on KNews Odisha.

୧୪ ବର୍ଷ ତଳେ ଡିଏଫ୍‌ଓଙ୍କୁ ଧରିଥିଲା ଭିଜିଲାନ୍ସ, ଆଜି ଆସିଲା ୨ ବର୍ଷ ଜେଲ୍‌ ଦଣ୍ଡାଦେଶ
vigilance

ଜୟପୁର : ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ । ୨ ବର୍ଷ ଜେଲ୍‌ ସହ ୨ ଲକ୍ଷ ଜରିମାନା କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୧୦ରେ ନନ୍ଦପୁର ବ୍ଲକ ବାଲଡ଼ା ବନାଞ୍ଚଳ ରେଞ୍ଜର ଥିବାବେଳେ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ଧରିଥିଲା ଭିଜିଲାନ୍ସ । ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ୱର ଅଭିମୁଖେ ଯିବାବେଳେ ଧରାପଡ଼ିଥିଲେ ଡିଏଫ୍‌ଓ ସରୋଜ ନନ୍ଦ । ଆଜି ଘଟଣାର ଶୁଣାଣୀ କରି ରାୟ ଶୁଣାଇଛନ୍ତି ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

ସୂଚନା ଅନୁସାରେ, ଗତ ୨୦୧୦ ମସିହାରେ ନନ୍ଦପୁର ବ୍ଲକ ବାଲଡ଼ା ରେଞ୍ଜର ଥିବାବେଳେ ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦ ନନ୍ଦପୁରରୁ ଭୁବନେଶ୍ଵରକୁ ୬ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଧରିଥିଲା ଭିଜିଲାନ୍ସ ।  ଏନେଇ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨ ଲକ୍ଷ ଜରିମାନା କାରିଛନ୍ତି କୋର୍ଟ । ଏଥିସହ ତାଙ୍କର ପେନଶନ ବନ୍ଦ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶ ଦେଇଛି ।

The post ୧୪ ବର୍ଷ ତଳେ ଡିଏଫ୍‌ଓଙ୍କୁ ଧରିଥିଲା ଭିଜିଲାନ୍ସ, ଆଜି ଆସିଲା ୨ ବର୍ଷ ଜେଲ୍‌ ଦଣ୍ଡାଦେଶ appeared first on KNews Odisha.