୧୫ ମାସ ପରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ପନ୍ତ କହିଲେ-ଥ୍ୟାଙ୍କ୍ ୟୁ ଭଗବାନ
ନୂଆଦିଲ୍ଲୀ,୩୦।୫: ଟି୨୦ ବିଶ୍ୱକପ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆମେରିକାରେ ପହଞ୍ଚିଛନ୍ତି। ଟିମ୍ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ଏହି କ୍ରମରେ ପନ୍ତଙ୍କ ଏକ ପୋଷ୍ଟ ବେଶ ଭାଇରାଲ ହେଉଛନ୍ତି। କାରଣ ସେ ୧୫ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କାର୍ ଦୁର୍ଘଟଣା ଯୋଗୁ ସେ ଡିସେମ୍ବର ୨୦୨୨ରୁ ମଇଦାନରୁ ଦୂରେଇ ଯାଇଥିଲେ। ପୁଣିଥରେ ନିଜର ଫିଟ୍ନେସ୍ ଲାଗି କଠିନ ପରିଶ୍ରମ କରିବା ପରେ ଆଇପିଏଲ୍ […] The post ୧୫ ମାସ ପରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ପନ୍ତ କହିଲେ-ଥ୍ୟାଙ୍କ୍ ୟୁ ଭଗବାନ appeared first on Dharitri Odia News.
ନୂଆଦିଲ୍ଲୀ,୩୦।୫: ଟି୨୦ ବିଶ୍ୱକପ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆମେରିକାରେ ପହଞ୍ଚିଛନ୍ତି। ଟିମ୍ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ଏହି କ୍ରମରେ ପନ୍ତଙ୍କ ଏକ ପୋଷ୍ଟ ବେଶ ଭାଇରାଲ ହେଉଛନ୍ତି। କାରଣ ସେ ୧୫ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କାର୍ ଦୁର୍ଘଟଣା ଯୋଗୁ ସେ ଡିସେମ୍ବର ୨୦୨୨ରୁ ମଇଦାନରୁ ଦୂରେଇ ଯାଇଥିଲେ। ପୁଣିଥରେ ନିଜର ଫିଟ୍ନେସ୍ ଲାଗି କଠିନ ପରିଶ୍ରମ କରିବା ପରେ ଆଇପିଏଲ୍ ଖେଲିଥିଲେ ସେ। ଏବେ ସେ ଟି୨୦ ବିଶ୍ୱକପ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
୧୫ ମାସ ପରେ ପନ୍ତ ପୁଣିଥରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ଭାବୁକ ହୋଇଛନ୍ତି। ସେ ନିଜର ଜର୍ସି ସହ ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଥ୍ୟାଙ୍କ ୟୁ ଭଗବାନ। ଭାରତୀୟ ଜର୍ସି ପିନ୍ଧିବା ମୋତେ ଖୁସି, ଗର୍ବରେ ଭରି ଦିଏ। ନିଜ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବାଠାରୁ ଗର୍ବର କଥା କିଛି ନାହିଁ।
Thank you, God. Wearing the Indian jersey fills me with gratitude, joy and pride. There’s no better feeling than getting a chance to represent your country
![]()
#RP17 pic.twitter.com/wYHgeporjA
— Rishabh Pant (@RishabhPant17) May 29, 2024
The post ୧୫ ମାସ ପରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ପନ୍ତ କହିଲେ-ଥ୍ୟାଙ୍କ୍ ୟୁ ଭଗବାନ appeared first on Dharitri Odia News.

