ଠାକୁରାଣୀଙ୍କ ପାଖରେ ଅଧିଆ ପଡ଼ିଥିଲେ ଅବସରପ୍ରାପ୍ତ ଶିକ୍ଷକ, ହାରିଦେଲେ ଜୀବନ

ଧରାକୋଟ,୨୬ା୯: ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ପ୍ରଖ୍ୟାତ ମା’ ଘୋଡ଼ାଦେଇ ଠାକୁରାଣୀଙ୍କ ପୀଠରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ବୁଧବାର ବିଳମ୍ବିତ ରାତିରେ ମନ୍ଦିର ଭୋଜନାଳୟ ରେଲିଂରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ବିବରଣୀ ଅନୁଯାୟୀ, ବୁଗୁଡ଼ା ନିକଟସ୍ଥ ନଗୁଡୁ ଗ୍ରାମର ୬୧ ବର୍ଷ ବୟସର ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ଗତ ୨୧ ଦିନ ଧରି ନିଜର କିଛି ଅଭିଳାଷ ପୂରଣ ପାଇଁ ମା’ ଘୋଡ଼ାଦେଇଙ୍କ ପୀଠରେ […] The post ଠାକୁରାଣୀଙ୍କ ପାଖରେ ଅଧିଆ ପଡ଼ିଥିଲେ ଅବସରପ୍ରାପ୍ତ ଶିକ୍ଷକ, ହାରିଦେଲେ ଜୀବନ appeared first on Dharitri Odia News.

ଠାକୁରାଣୀଙ୍କ ପାଖରେ ଅଧିଆ ପଡ଼ିଥିଲେ ଅବସରପ୍ରାପ୍ତ ଶିକ୍ଷକ, ହାରିଦେଲେ ଜୀବନ

ଧରାକୋଟ,୨୬ା୯: ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ପ୍ରଖ୍ୟାତ ମା’ ଘୋଡ଼ାଦେଇ ଠାକୁରାଣୀଙ୍କ ପୀଠରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ବୁଧବାର ବିଳମ୍ବିତ ରାତିରେ ମନ୍ଦିର ଭୋଜନାଳୟ ରେଲିଂରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।
ମିଳିଥିବା ବିବରଣୀ ଅନୁଯାୟୀ, ବୁଗୁଡ଼ା ନିକଟସ୍ଥ ନଗୁଡୁ ଗ୍ରାମର ୬୧ ବର୍ଷ ବୟସର ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ଗତ ୨୧ ଦିନ ଧରି ନିଜର କିଛି ଅଭିଳାଷ ପୂରଣ ପାଇଁ ମା’ ଘୋଡ଼ାଦେଇଙ୍କ ପୀଠରେ ଗୁହାରିଆ ପଡ଼ିଥିଲେ। ଦୀର୍ଘଦିନ ଧରି ପୁରୁଷୋତ୍ତମ ପ୍ରଧାନ ଘରକୁ ନ ଫେରିବାରୁ ଘର ଲୋକେ ବ୍ୟତିବ୍ୟସ୍ତ ହୋଇ ଖୋଜାଖୋଜି ପରେ ବେଠୁଆର ଗାଁ ନିକଟରେ ଥିବା ଘୋଡ଼ାଦେଇ ପୀଠରେ ତାଙ୍କର ସନ୍ଧାନ ପାଇବା ସହ କଥାବାର୍ତ୍ତା କରି ଫେରିଥିଲେ। ନିଜର ଅଭିଳାଷ ପୂରଣ ହେଲେ ଗାଁକୁ ଫେରିବେ ବୋଲି ପୁରୁଷୋତ୍ତମ ପ୍ରକାଶ କରିଥିବା ତାଙ୍କ ପରିବାର ଲୋକଙ୍କ ନିକଟରୁ ପ୍ରକାଶ। ଏହା ମଧ୍ୟରେ ବୁଧବାର ମଧ୍ୟ ରାତ୍ରରେ ମନ୍ଦିର ପରିସରରେ ସେ ଆତ୍ମହତ୍ୟା କରିବା ଘଟଣା ରହସ୍ୟମୟ ପରିବେଶ ସୃଷ୍ଟି କରିଥିବା ବେଳେ ବାପାଙ୍କ ମୃତ୍ୟୁ ଖବର ପାଇ ମନ୍ଦିରରେ ପହଞ୍ଚିଥିବା ତାଙ୍କ ବଡ଼ ପୁଅ ଚିନ୍ତାର୍ଥ ପ୍ରଧାନଙ୍କ ସହ କଥାବାର୍ତ୍ତା ବେଳେ ବାପା ଜଣେ ମେଳାପୀ ବ୍ୟକ୍ତି, କିନ୍ତୁ ପାରିବାରିକ ଅଶାନ୍ତି ଯୋଗୁ ସେ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅବଗତ ହେବାପରେ ବଡ଼ଗଡ଼ ଥାନାଧିକାରୀ ସନ୍ଧ୍ୟାରାଣି ସିଂହ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏ ସମ୍ପର୍କରେ ବଡ଼ଗଡ଼ ଥାନାରେ କେସ୍‌ ନମ୍ବର ୨୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ସୂଚନା ପ୍ରଦାନ କରିଛନ୍ତି।

The post ଠାକୁରାଣୀଙ୍କ ପାଖରେ ଅଧିଆ ପଡ଼ିଥିଲେ ଅବସରପ୍ରାପ୍ତ ଶିକ୍ଷକ, ହାରିଦେଲେ ଜୀବନ appeared first on Dharitri Odia News.