ହଲିଉଡ୍ ସୁପରଷ୍ଟାର ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସହଯୋଗୀ
ନୂଆଦିଲ୍ଲୀ,୨୨।୧୨: ହଲିଉଡ୍ ଅଭିନେତା ଭିନ୍ ଡିଜେଲଙ୍କ ବିରୋଧରେ ଯୋଉଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ। ଏକ ଦଶନ୍ଧି ପୂର୍ବରୁ ଆଟଲାଣ୍ଟ ହୋଟେଲରେ ଘଟିଥିବା ଏହି ଘଟଣା ପାଇଁ ପୀଡିତା କାର୍ଲିଫର୍ଣ୍ଣିଆ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ ଅଭିନେତା ଜେଲ ଯାଇପାରନ୍ତି। ଆସ୍ତା ଜନସନ ନାମକ ପୀଡିତା କହିଛନ୍ତି ଯେ, ‘ଫାଷ୍ଟ ଆଣ୍ଡ ଫ୍ୟୁରିଅସ’ ପରେ ଅଭିନେତାଙ୍କ କମ୍ପାନୀରେ ଯୋଗ ଦେଇଥିଲେ। ଏହାପରେ ପ୍ରଥମେ ପ୍ରୋଜେକ୍ଟରେ ତାଙ୍କୁ 2010ରେ ‘ଫାଷ୍ଟ […] The post ହଲିଉଡ୍ ସୁପରଷ୍ଟାର ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସହଯୋଗୀ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୨: ହଲିଉଡ୍ ଅଭିନେତା ଭିନ୍ ଡିଜେଲଙ୍କ ବିରୋଧରେ ଯୋଉଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ। ଏକ ଦଶନ୍ଧି ପୂର୍ବରୁ ଆଟଲାଣ୍ଟ ହୋଟେଲରେ ଘଟିଥିବା ଏହି ଘଟଣା ପାଇଁ ପୀଡିତା କାର୍ଲିଫର୍ଣ୍ଣିଆ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ ଅଭିନେତା ଜେଲ ଯାଇପାରନ୍ତି।
ଆସ୍ତା ଜନସନ ନାମକ ପୀଡିତା କହିଛନ୍ତି ଯେ, ‘ଫାଷ୍ଟ ଆଣ୍ଡ ଫ୍ୟୁରିଅସ’ ପରେ ଅଭିନେତାଙ୍କ କମ୍ପାନୀରେ ଯୋଗ ଦେଇଥିଲେ। ଏହାପରେ ପ୍ରଥମେ ପ୍ରୋଜେକ୍ଟରେ ତାଙ୍କୁ 2010ରେ ‘ଫାଷ୍ଟ ଫାଇଭ’ ସୁଟିଂ ପାଇଁ ଆଟଲାଣ୍ଟ ଯିବାକୁ ପଡିଥିଲା।
ଏଠାରେ ଡିଜେଲ ରହୁଥିବା ହୋଟେଲରେ ଅଭିନେତାଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ନିୟୋଜିତ କରାଯାଇଥିଲା। ଏକୁଟିଆ ଥିବା ସମୟରେ ଅଭିନେତା ହୋଟେଲ ରୁମରେ ଆସ୍ତାଙ୍କ ସହିତ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ, ଯେତେବେଳେ କି ସେ ବାରମ୍ବାର ନାଁ ନାଁ ବୋଲି କହୁଥିଲେ ବୋଲି ଏଫଆଇଆରରେ ଦର୍ଶାଇଛନ୍ତି।
ତେବେ ସାହାସର ସହିତ ଅଭିଯୋଗ କରିବାରୁ ଅଭିନେତାଙ୍କ ଭଉଣୀ ସାମନ୍ଥା ଭିନସେଣ୍ଟ ତଥା ୱାନ ରେସର ଅଧ୍ୟକ୍ଷ ପିଡୀତାଙ୍କୁ ଚାକିରିରୁ ବିଦା କରି ଦେଇଥିଲେ। ତେବେ ଏହି ମାମଲାରେ ଭିନ୍ ଡିଜେଲଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
The post ହଲିଉଡ୍ ସୁପରଷ୍ଟାର ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସହଯୋଗୀ appeared first on Dharitri Odia News.