୧୫ରୁ ଅଧିକ ସାଂସଦ ଏବଂ ୭୫ରୁ ଅଧିକ ବିଧାୟକଙ୍କ ସହ ଓଡ଼ିଶା ଗେରୁଆ ରଙ୍ଗରେ ରଙ୍ଗୀନ ହେବ: ଅମିତ୍ ଶାହ
ରାଉରକେଲା: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ସଂଧ୍ୟା ପ୍ରଚାର ଥମିବ । ଏଥିପାଇଁ ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଦଳର ଷ୍ଟାର ପ୍ରଚାରକ ମଙ୍ଗ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ରାଉରକେଲାରେ ବିଜେପିର ବିଜୟ ସଂଳ୍ପପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ବିଶାଳ ଜନାସଭାକୁ ସମ୍ୱୋଧନ କରି ବିଜେଡି ସରକାର ଉପରେ ଜୋରଦାର ହମଲା କରିଛନ୍ତି ।କେନ୍ଦ୍ରମନ୍ତ୍ରୀ ନିଜ ଭାଷଣ ଆରମ୍ଭରୁ ହିଁ ଶାଣିତ ସ୍ୱରରେ ପ୍ରତିପକ୍ଷକୁ ଟାର୍ଗେଟ୍ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ଚାରୋଟି ପର୍ଯ୍ୟାୟରେ ମୋଦୀ ଜୀ ୨୭୦ ପାର୍ କରି ୪୦୦ ପାର୍ ଆଡ଼କୁ ଯାଉଛନ୍ତି । କେନ୍ଦ୍ରରେ ମୋଦୀଙ୍କୁ ଜିତାଇବା ସହ ଏଥର ଓଡ଼ିଶାରେ ବି ବିଜେପି ସରକାର ଗଢିବାର ଅଛି । ଓଡ଼ିଶାରେ ଏଥର ଡବଲ ପରିବର୍ତ୍ତନ ହେବାକୁ ଯାଉଛି । ୧୫ରୁ ଅଧିକ ଲୋକସଭା ସାଂସଦ ଏବଂ ୭୫ରୁ ଅଧିକ ବିଧାୟକଙ୍କ ସହ ଓଡ଼ିଶା ରେଗୁଆ ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି । ଓଡ଼ିଶାରେ ନବୀନ ବାବୁଙ୍କୁ ସରକାରଙ୍କୁ ହଟାଇ ଓଡ଼ିଶାରେ ବିକାଶ ଯୁଗ ଆରମ୍ଭର ନିର୍ବାଚନ ଅଟେ ।କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'କଂଗ୍ରେସ ପାର୍ଟି ରାମ ମନ୍ଦିର ପ୍ରସଙ୍ଗକୁ ଅଟକାଇ ରଖିଥିଲା । ଦ୍ୱିତୀୟ ଥର ମୋଦୀ ସରକାର ଆସିବା ପରେ ରାମ ମନ୍ଦିରର ଭୂମି ପୂଜନ ସହ ପ୍ରାଣ ପ୍ରତିଷ୍ଠା କଲେ । ସାରା ଦେଶ ଯେତେବେଳେ ରାମ
ରାଉରକେଲା: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ସଂଧ୍ୟା ପ୍ରଚାର ଥମିବ । ଏଥିପାଇଁ ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଦଳର ଷ୍ଟାର ପ୍ରଚାରକ ମଙ୍ଗ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ରାଉରକେଲାରେ ବିଜେପିର ବିଜୟ ସଂଳ୍ପପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ବିଶାଳ ଜନାସଭାକୁ ସମ୍ୱୋଧନ କରି ବିଜେଡି ସରକାର ଉପରେ ଜୋରଦାର ହମଲା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ନିଜ ଭାଷଣ ଆରମ୍ଭରୁ ହିଁ ଶାଣିତ ସ୍ୱରରେ ପ୍ରତିପକ୍ଷକୁ ଟାର୍ଗେଟ୍ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ଚାରୋଟି ପର୍ଯ୍ୟାୟରେ ମୋଦୀ ଜୀ ୨୭୦ ପାର୍ କରି ୪୦୦ ପାର୍ ଆଡ଼କୁ ଯାଉଛନ୍ତି । କେନ୍ଦ୍ରରେ ମୋଦୀଙ୍କୁ ଜିତାଇବା ସହ ଏଥର ଓଡ଼ିଶାରେ ବି ବିଜେପି ସରକାର ଗଢିବାର ଅଛି । ଓଡ଼ିଶାରେ ଏଥର ଡବଲ ପରିବର୍ତ୍ତନ ହେବାକୁ ଯାଉଛି । ୧୫ରୁ ଅଧିକ ଲୋକସଭା ସାଂସଦ ଏବଂ ୭୫ରୁ ଅଧିକ ବିଧାୟକଙ୍କ ସହ ଓଡ଼ିଶା ରେଗୁଆ ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି । ଓଡ଼ିଶାରେ ନବୀନ ବାବୁଙ୍କୁ ସରକାରଙ୍କୁ ହଟାଇ ଓଡ଼ିଶାରେ ବିକାଶ ଯୁଗ ଆରମ୍ଭର ନିର୍ବାଚନ ଅଟେ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'କଂଗ୍ରେସ ପାର୍ଟି ରାମ ମନ୍ଦିର ପ୍ରସଙ୍ଗକୁ ଅଟକାଇ ରଖିଥିଲା । ଦ୍ୱିତୀୟ ଥର ମୋଦୀ ସରକାର ଆସିବା ପରେ ରାମ ମନ୍ଦିରର ଭୂମି ପୂଜନ ସହ ପ୍ରାଣ ପ୍ରତିଷ୍ଠା କଲେ । ସାରା ଦେଶ ଯେତେବେଳେ ରାମ ଉତ୍ସବ ପାଳନ କରୁଥିଲା, ସେତେବେଳେ ବିଜେଡି ସରକାର ଓଡ଼ିଶାରେ ରୋକ୍ ଲଗାଉଥିଲା । ଯିଏ ରାମ ଉତ୍ସବ ପାଳନରେ ବାଧକ ସାଜୁଥିଲା, ତାକୁ ଭୋଟ ଦେବା କି ?'
କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ଏଥର ନିର୍ବାଚନ ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଗୌରବକୁ ପୁନଃସ୍ଥାପନ କରିବାର ନିର୍ବାଚନ । ମୋଦୀ ଜୀ ଓଡ଼ିଶାର ଆଦିବାସୀ ଝିଅକୁ ରାଷ୍ଟ୍ରପତି କରି ସାରା ଓଡ଼ିଶାର ସମ୍ମାନ ବଢାଇଛନ୍ତି । ବିଜେଡି ସରକାର ଓଡ଼ିଶାର ଗୌରବର ପ୍ରତିଦିନ ଅପମାନ କରୁଛି । ଓଡ଼ିଶାର ଶାସନ ଓଡ଼ିଆରେ ଚାଲିବା ଦରକାର ନା ତାମିଲରେ ଚାଲିବା ଦରକାର ? ସାରା ଦେଶ ଏବଂ ଦୁନିଆର ଯାହାଙ୍କ କୋଟି କୋଟି ଭକ୍ତ ଅଛନ୍ତି, ଭଗବାନ ଜଗନ୍ନାଥଙ୍କ ସବୁ ଦ୍ୱାରା ଖୋଲା ଯାଉନାହିଁ । ପରିକ୍ରମା ପ୍ରକଳ୍ପ ନାଁରେ ଏହାକୁ ପର୍ଯ୍ୟଟନ ମନ୍ଦିରରେ ବଦଳାଇବାର କାମ କରାଯାଉଛି ।' ବର୍ଷ ବର୍ଷ ଧରି କୋଟି କୋଟି ଓଡ଼ିଆ ରତ୍ନ ଭଣ୍ଡାର ଚାବିର ରହସ୍ୟ କଥା ପଚାରୁଛନ୍ତି । ଅରିଜିନାଲ ଚାବି କେଉଁଠି ଓଡ଼ିଶା ଲୋକ ଜାଣିବାକୁ ଚାହୁଁଛନ୍ତି । ଡୁପଲିକେଟ୍ ଚାପି ଚାବିରେ ରତ୍ନ ଭଣ୍ଡାର ଖୋଲା ଯାଇଛି କି ନାହିଁ । ତଦନ୍ତ ଆୟୋଗର ରିପୋର୍ଟକୁ ନବୀନ ସରକାର ଚାପି ରଖିଛନ୍ତି । କାହିଁକି ସାର୍ବଜାନୀନ କରୁନାହାନ୍ତି । ବିଜେପି ସରକାର ଆସିଲେ ତଦନ୍ତ ରିପୋର୍ଟକୁ ଗୋଟିଏ ମାସରେ ସାର୍ବାଜାନୀନ କରାଯିବ ବୋଲି ଅମିତ୍ ଶାହ କହିଛନ୍ତି । ସେହିପରି ବିଜେପି ସରକାର ଆସିଲେ ଧାନ କ୍ୱିଣ୍ଟାଲ ପିଛା ମୂଲ୍ୟ ୩୧୦୦ ଟଙ୍କା ହେବ ବୋଲି ସେ କହିଛନ୍ତି ।